'ସେମାନେ ପଥର ପିଙ୍ଗୁଛନ୍ତି ହେଲେ ଆମ ହାତ ବନ୍ଧା ହୋଇନାହିଁ'
Advertisement
Article Detail0/zeeodisha/odisha1155736

'ସେମାନେ ପଥର ପିଙ୍ଗୁଛନ୍ତି ହେଲେ ଆମ ହାତ ବନ୍ଧା ହୋଇନାହିଁ'

ଦିଲ୍ଲୀରେ ଘଟଣାକ୍ରମର ଜବାବ ସେପରି ହେବା ଆବଶ୍ୟକ।

'ସେମାନେ  ପଥର ପିଙ୍ଗୁଛନ୍ତି  ହେଲେ ଆମ ହାତ ବନ୍ଧା ହୋଇନାହିଁ'

 ମୁମ୍ବାଇ: ହନୁମାନ ଜୟନ୍ତୀ ଅବସରରେ  ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ ଉତ୍ତର-ପଶ୍ଚିମ ଦିଲ୍ଲୀ ସ୍ଥିତ ଜାହାଙ୍ଗୀରପୁର ଅଞ୍ଚଳର କୁଶଲ ଚୌକ ଠାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ଏନେଇ ସେ କହିଛନ୍ତି  ପଥର ମାଡ଼ କରିଥିବା ଲୋକଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଆମର ହାତ ବନ୍ଧା ହୋଇନାହିଁ ବୋଲି କହିଛନ୍ତି ସେ।    

ଜାହାଙ୍ଗୀରପୁର ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief) ରାଜ ଠାକରେ (Raj Thackeray) କହିଛନ୍ତି, "ଆମେ ମଧ୍ୟ  ପଥର ଉଠାଇ ପାରିଥାନ୍ତୁ। ସେମାନଙ୍କ ହାତରେ ଯେଉଁ ଆସ୍ତ୍ରଶସ୍ତ୍ର ରହିଛି ତାହାକୁ  ଆମ ହାତରେ ନେବା ପାଇଁ  ବାଧ୍ୟ କରାନଯାଉ।" ଦିଲ୍ଲୀରେ ଘଟଣାକ୍ରମର ଜବାବ ସେପରି ହେବା ଆବଶ୍ୟକ। 

Also Read: ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ

ଏମଏନଏସ ମୁଖ୍ୟ  ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଯେଉଁଥିରେ ସେ ପ୍ରଥମ ଘୋଷଣା କରିଛନ୍ତି ଯେ ମହାରାଷ୍ଟ୍ର ଦିବସ ଅବସରରେ ସେ ରାଜ୍ୟର ସମ୍ଭାଜୀ ନଗର ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ସହିତ  ଜୁନ୍ ୫ ତାରିଖରେ ସେ ତାଙ୍କ ସମର୍ଥକଙ୍କ ସହ ଉତ୍ତରପ୍ରଦେଶର ଅଯୋଧ୍ୟା ଯାତ୍ରା କରି ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବେ।

Also Read: '୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

ଦେଶର ସମସ୍ତ ହିନ୍ଦୁଙ୍କୁ ଉଦ୍ଦେଶ୍ୟରେ ନିବେଦନ କରି  ସେମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି  ରାଜ ଠାକରେ। ଏନେଇ ସେ କହିଛନ୍ତି  ଯଦି ମେ ୩ ତାରିଖ  ପର୍ଯ୍ୟନ୍ତ ମୁସଲମାନ ସମାଜର ଲୋକେ  ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାନ୍ତି ନାହିଁ ତାହେଲେ ଏହାର ଜବାବରେ ଆମେ ସେମାନଙ୍କୁ ଲାଉଡ ସ୍ପୀକର ଯେଗେ ହନୁମାନ ଚାଳିଶା ପାଠ  ଶୁଣାଇବୁ। ଲାଉଡ ସ୍ପୀକର କାରଣରୁ କେବଳ ହିନ୍ଦୁ  ଯନ୍ତ୍ରଣା ଭୋଗୁନାହାଁନ୍ତି। ବରଂ ମୁସଲମାନ ସମାଜର  ଲୋକେ ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣେ ମୁସଲିମ ସାମ୍ବାଦିକ ମୋ ଦଳର ନେତା ବାଲା ନନ୍ଦଗାଓଁକରଙ୍କୁ ଭେଟିଛନ୍ତି। ଯେଉଁଥିରେ ସେହି ସାମ୍ବାଦିକ କହିଥିଲେ ଯେ ଯେତେବେଳେ ମୋ ପିଲା ଜନ୍ମ ହେଲା ସେତେବେଳେ ଆଜାନ କାରଣରୁ ତାଙ୍କ ଅନେକ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ସେତେବେଳେ ମୁଁ ମସଜିଦ  ଯାଇ ଲାଉଡ ସ୍ପୀକର ବନ୍ଦ କରିବାକୁ  କହିଥିଲି।

Also Read: Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

ରାଜ ଠାକେର ମସଜିଦ ଠାରେ ସ୍ଥାପିତ ଲାଉଡ ସ୍ପୀକର ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ସରକାରଙ୍କୁ ଏକ  ଚେତାବନୀ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ନମାଜ ପାଇଁ ଆମକୁ  ରାସ୍ତା କାହିଁକି ଦରକାର? ଘରେ ନମାଜ ପଢନ୍ତୁ। ପ୍ରାର୍ଥନା ହେଉଛି ଆପଣଙ୍କର ଆପଣ କାହିଁକି ଆମକୁ ଏହା ଶୁଣାଉଛନ୍ତି? ଆମେ ରାଜ୍ୟ ସରକାରଙ୍କୁ କହୁଛୁ ଯେ ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ। ଯାହା କରିବାକୁ ପଡିବ ତାହା ଆପଣ କରନ୍ତୁ।