ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ
Advertisement

ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ

ଅପ୍ରେଲ ୧୬ ତାରିଖ ସନ୍ଧ୍ୟା ୬ଟାରେ ସେ ପୁଣେସ୍ଥିତ ଖାଲକର ଚୌକ ଏବଂ ମାରୁତି ମନ୍ଦିର ଠାରେ ହନୁମାନ ଚାଳିସା ପାଠ କରିବେ।

ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ

ମୁମ୍ବାଇ: ମସଜିଦ ପରିସରରରୁ ଲାଉଡ ସ୍ପୀକର ହଟାଇବା ଲାଗି ଚେତାବନୀ ଦେଇଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପ୍ରେଲ ୧୬ ତାରିଖରେ ସେ  ମହାରାଷ୍ଟ୍ରସ୍ଥିତ ପୁଣେ ଠାରେ ସାର୍ବଜନୀନ ହନୁମାନ ଚାଳିଶା ପାଠ କରିବେ।   

ଅପ୍ରେଲ ୧୬ ତାରିଖ ସନ୍ଧ୍ୟା ୬ଟାରେ ସେ ପୁଣେସ୍ଥିତ ଖାଲକର ଚୌକ ଏବଂ ମାରୁତି ମନ୍ଦିର ଠାରେ ହନୁମାନ ଚାଳିସା ପାଠ କରିବେ। ଏହି ସମୟରେ ମହାରାଷ୍ଟ୍ର ନବ ନିର୍ମାଣ ସେନା (Maharashtra Navnirman Sena) ଏମଏନଏସ କର୍ମକର୍ତ୍ତା (MNS Worker) ଉପସ୍ଥିତ ରହିବେ। ଏହାକୁ ନେଇ ଦଳ ପକ୍ଷରୁ ଏକ ପୋଷ୍ଟର ଜାରି କରାଯାଇଛି। ଯେଉଁଥିରେ ଦଳୀୟ ଅଧ୍ୟକ୍ଷଙ୍କୁ ହିନ୍ଦୁ ଜନନାୟକ ଭାବେ ପ୍ରଦର୍ଶିତ କରାଯାଇଛି। ହନୁମାନଙ୍କୁ କ୍ରୋଧ ମୁଦ୍ରାରେ ଦର୍ଶାଯାଇଛି। ଦଳ ପକ୍ଷରୁ ପୁଣେସ୍ଥିତ ମାରୁତି ଚୌକ ଠାରେ ହନୁମାନ ମହାଆରତୀ ଆୟୋଜନ କରାଯାଇଛି।  

Also Read: '୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

ମସଜିଦ ପରିସରରରୁ ଲାଉଡ ସ୍ପୀକର ହଟାଇବା ଲାଗି ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ (Raj Thackeray) ଚେତାବନୀ ଦେବା ପରେ ତାଙ୍କ ଦଳର ୩୫ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି। ସେମାନେ ଦଳର ଅଧ୍ୟକ୍ଷଙ୍କ ସେହି ଚେତାବନୀକୁ ନେଇ ନାରାଜ ଥିଲେ ଯେଉଁଥିରେ କୁହାଯାଇଥିଲା ମେ ୩ ତାରିଖ ସୁଦ୍ଧା ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାଯାଉ ନ ହେଲେ ମସଜିଦ ବାହାରେ ଲାଉଡ ସ୍ପୀକର ଯୋଗେ ହନୁମାନ ଚାଳିଶା ପାଠ କରାଯିବ।      

Also Read: Ram Navami: ଶିବ ସେନା ଭବନ ଆଗରେ ହନୁମାନ ଚାଳିସା ବଜାଇଲେ MNS

କେବଳ ଏତିକି ନୁହେଁ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଓକିଲାତି କରିଥିଲେ ଏବଂ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ସହିତ ସେ ମହାରାଷ୍ଟ୍ର ସରକାରଙ୍କୁ ମେ ୩ ତାରିଖ ପର୍ଯ୍ୟନ୍ତ ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାଇବା ପାଇଁ ଚେତାବନୀ ଦେଇଥିଲେ। ଗତ ମଙ୍ଗଳବାର ଠାରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ଯଦି ଶିବସେନା ନେତୃତ୍ୱାଧିନ ରାଜ୍ୟ ସରକାର ମସଜିଦ ଠାରୁ ଲାଉଡ ସ୍ପିକର ନ ହଟାନ୍ତି ତାହେଲେ ଏମଏନଏସ କର୍ମକର୍ତ୍ତା ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ।