Poonam pandey:କ’ଣ ଜେଲ ଯିବେ ପୁନମ ? ଗୁଜବ ପ୍ରଚାର କଲେ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା
Advertisement
Article Detail0/zeeodisha/odisha2092966

Poonam pandey:କ’ଣ ଜେଲ ଯିବେ ପୁନମ ? ଗୁଜବ ପ୍ରଚାର କଲେ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା

ଶୁକ୍ରବାର ଦିନ ଆସିଥିଲା ମଡେଲ ଏବଂ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ମୃତ୍ୟୁ ଖବର । ଯାହାକୁ  ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ତା’ ପରଦିନ ଅର୍ଥାତ୍ ଶନିବାର ଦିନ ପୁନମ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ ଜୀବିତ ଥିବା କଥା କହିଛନ୍ତି । ପୁନମ ପାଣ୍ଡେଙ୍କ ଏଭଳି କାଣ୍ଡକୁ ସୋସିଆଲ ମିଡିଆରେ ସମାଲୋଚନା କ

SOCIAL MEDIA

Poonam pandey:

ଶୁକ୍ରବାର ଦିନ ଆସିଥିଲା ମଡେଲ ଏବଂ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ମୃତ୍ୟୁ ଖବର । ଯାହାକୁ  ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ତା’ ପରଦିନ ଅର୍ଥାତ୍ ଶନିବାର ଦିନ ପୁନମ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ ଜୀବିତ ଥିବା କଥା କହିଛନ୍ତି । ପୁନମ ପାଣ୍ଡେଙ୍କ ଏଭଳି କାଣ୍ଡକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି । ପୁନମ କହୁଛନ୍ତି ସର୍ଭିକାଲ କ୍ୟାନସର ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ସେ ଏଭଳି ନାଟକ କରିଥିଲେ । କିନ୍ତୁ ଲୋକ ଏହାକୁ ହଜମ କରିବାକୁ ପ୍ରସ୍ତୁତ ନାହିାନ୍ତି । ଏମିତିରେ କିଛି ତାଙ୍କ ବିରୋଧରେ ଗୁଜବ ପ୍ରଚାର ଅଭିଯୋଗରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେଣି । ଆସନ୍ତୁ ଜାଣିବା ସତରେ କ’ଣ ପୁନମଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ?

ସତ ହେଉଛି, ଅଭିନେତ୍ରୀ ମିଥ୍ୟା ଖବର ପ୍ରସାରଣ ପାଇଁ ଜେଲ୍ ଯାଇପାରନ୍ତି  । ଏହା ସହିତ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇପାରେ । ଆଇଟି ଆକ୍ଟ -୨୦୦୦ ର ଧାରା ୬୭ ଅନୁଯାୟୀ, ଯଦି କେହି ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ଜେଲ ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଯଦି ସମାନ ଅପରାଧର ପୁନରାବୃତ୍ତି ହୁଏ ତେବେ ଅପରାଧୀଙ୍କୁ ୫ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିବା ସମୟରେ ପୁଣମ ପାଣ୍ଡେ କହିଛନ୍ତି, 'ହେଲୋ ମୁଁ ପୁନମ୍। ମୁଁ ଦୁଃଖିତ, ମୁଁ ଯେଉଁମାନଙ୍କୁ ଆଘାତ ଦେଇଛି ସେମାନଙ୍କୁ କ୍ଷମା ମାଗୁଛି। ମୋର ଉଦ୍ଦେଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଥିଲା, କାରଣ ମୁଁ ଗର୍ଭାଶୟ କର୍କଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲି, ଯାହା ବିଷୟରେ ଆମେ ଅଧିକ ଆଲୋଚନା କରୁନାହୁଁ । ହଁ, ମୁଁ ମୋର ମୃତ୍ୟୁ ବିଷୟରେ ମିଥ୍ୟା ଖବର ପ୍ରଚାର କରିଥିଲି । ଏହାପରେ ହଠାତ ଆମେ ସମସ୍ତେ ଗର୍ଭାଶୟ କର୍କଟ ବିଷୟରେ ଆଲୋଚନା କରିବା  ଆରମ୍ଭ କଲୁ । ଏହା ଏକ ରୋଗ ଯାହା ଚୁପଚାପ୍ ତୁମ ଜୀବନ ନେଇଥାଏ । ଏହି ରୋଗ ବିଷୟରେ ଅଧିକ କଥାବାର୍ତ୍ତା କରିବାର ଆବଶ୍ୟକତା ଅଛି । ମୁଁ ଗର୍ବିତ ଯେ ମୋ ମୃତ୍ୟୁ ଖବର ହେତୁ ସମସ୍ତେ ଏହି ରୋଗ ବିଷୟରେ ଜାଣିବା ଆରମ୍ଭ କରିଛନ୍ତି ।

ଶୋକପ୍ରକାଶ କରିଥିଲେ ବଲିଉଡ ସେଲିବ୍ରିଟି

ପୁନମଙ୍କ ମୃତ୍ୟୁ ଖବର ଆସିବା ପରେ ବଲିଉଡର ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଥିଲେ । ଯେଉଁମାନଙ୍କ ମଧ୍ଯରେ କଙ୍ଗନା ରାନାୱତ, ମୁନାୱାର ଫାରୁକି, ଡେଜି ଶାହା ଏବଂ ପୂଜା ଭଟ୍ଟ ସାମିଲ ଥିଲେ । କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ସମବେଦନା ଜଣାଇଥିଲେ । ପୁନମ ତାଙ୍କ ରିଆଲିଟି ସୋ’ରେ ଭାଗ ନେଇଥିଲେ । ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ ଏହା ଅତ୍ୟନ୍ତ ଦୁଃଖଦାୟକ। ଜଣେ ଯୁବତୀଙ୍କୁ କର୍କଟ ରୋଗରେ ହରାଇବା ଏକ ବିପର୍ଯ୍ୟୟ । ଅଭିନେତ୍ରୀ ସମ୍ୱବନା ସେଠ ମଧ୍ୟ କହିଥିଲେ ଯେ ପୁଣମ୍ ପାଣ୍ଡେ ତାଙ୍କ ଗର୍ଭାଶୟ କର୍କଟ ବିଷୟରେ କେବେବି ଉଲ୍ଲେଖ କରିନଥିଲେ । ସମ୍ଭାବନା ପୁନମଙ୍କ  ସହ ରିଅଲିଟି ସୋ ଖତ୍ରୋଁ  କେ ଖିଲାଡିରେ ଭାଗ ନେଇଥିଲେ ।