Advertisement
Article Detail0/zeeodisha/odisha2310667
Zee OdishaZee Odishaକିଷାନ ସମ୍ମାନ ନିଧି ଯୋଜନା ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ମିଳିଛି: ରାଷ୍ଟ୍ରପତି

କିଷାନ ସମ୍ମାନ ନିଧି ଯୋଜନା ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ମିଳିଛି: ରାଷ୍ଟ୍ରପତି

ମୋ ସରକାରର ନୂତନ କାର୍ଯ୍ୟକାଳ ଆରମ୍ଭରୁ ୨୦ ହଜାର କୋଟିରୁ ଅଧିକ ଟଙ୍କା କୃଷକଙ୍କୁ ହସ୍ତାନ୍ତର କରାଯାଇଛି। ଖରିଫ ଫସଲ ପାଇଁ ଏମଏସପିରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି।

କିଷାନ ସମ୍ମାନ ନିଧି ଯୋଜନା ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ମିଳିଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ଅଧିବେଶନ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବ ନିର୍ବାଚିତ ସରକାରଙ୍କୁ ପ୍ରାଥମିକତା ଦେଇଥିଲେ। ୧୮ତମ ଲୋକସଭା ଗଠନ ପରେ ସଂସଦର ମିଳିତ ବୈଠକରେ ଏହା ଶ୍ରୀମତୀ ମୁର୍ମୁଙ୍କର ପ୍ରଥମ ସମ୍ବୋଧନ। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସଂସଦ ଭବନରେ ପହଞ୍ଚିବା ପରେ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋ ସରକାର ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମୋ ସରକାରର ନୂତନ କାର୍ଯ୍ୟକାଳ ଆରମ୍ଭରୁ ୨୦ ହଜାର କୋଟିରୁ ଅଧିକ ଟଙ୍କା କୃଷକଙ୍କୁ ହସ୍ତାନ୍ତର କରାଯାଇଛି। ଖରିଫ ଫସଲ ପାଇଁ ଏମଏସପିରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି। ଆମ ସରକାର କୃଷି ଉତ୍ପାଦ ପାଇଁ ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କରିଛନ୍ତି। ବିଶ୍ୱରେ ଜୈବ ଉତ୍ପାଦର ଚାହିଦା ବୃଦ୍ଧି ପାଉଛି ଏବଂ ଭାରତୀୟ କୃଷକମାନେ ଏହି ଚାହିଦା ପୂରଣ କରିବାରେ ସକ୍ଷମ ବୋଲି ରାଷ୍ଟ୍ରପତି କହିଛନ୍ତି। 

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଭାରତ କୃଷି ଉପରେ ଅଧିକ ଗୁରୁତ୍ବ ଦେଉଛି। ଯାହାକି ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି। ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳାକୁ ସରକାର ଏକୀଭୂତ କରୁଛନ୍ତି। ଭାରତ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିଛି ବୋଲି କହିଛନ୍ତି।

Add Zee News as a Preferred Source
About the Author