ସ୍ନାନ ପୂର୍ଣ୍ଣିମା: ସର୍ବନିମ୍ନ ସେବାୟତଙ୍କ ତାଲିକାକୁ ନେଇ ବଢ଼ୁଛି ଅସନ୍ତୋଷ
Advertisement

ସ୍ନାନ ପୂର୍ଣ୍ଣିମା: ସର୍ବନିମ୍ନ ସେବାୟତଙ୍କ ତାଲିକାକୁ ନେଇ ବଢ଼ୁଛି ଅସନ୍ତୋଷ

ଜୁନ ୫ରେ ହେବ ସ୍ନାନ ପୁର୍ଣ୍ଣିମା । ସେନେଇ ୧୦ଟି ନିଯୋଗ ନୀତି ସମ୍ପାଦନ କରିବାକୁ ଥିବାରୁ ସେମାନଙ୍କର ସମସ୍ତ ସେବାୟତ ସଦସ୍ୟଙ୍କର ହେବ କୋବିଡ ଟେଷ୍ଟ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ ମହାପାତ୍ର, ପୁରୀ: ସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ପର୍ବ । କୋରୋନା ଗାଇଡଲାଇନକୁ ନେଇ ସେବାୟତଙ୍କ ଆରମ୍ଭ ହୋଇଛି କୋବିଡ ୧୯ ଟେଷ୍ଟ । ଆଜି ଦଇତାପତି ନିଯୋଗର ସଦସ୍ୟଙ୍କ ସ୍ୱାବ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ୧୫୦ ଜଣଙ୍କ ଟେଷ୍ଚ କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗର ସଭାପତି । ସେହିପରି ୧୦ଟି ନିଯୋଗକୁ ସେମାନଙ୍କର ସର୍ବନିମ୍ନ ସେବାୟତଙ୍କ ତାଲିକା ଦେବାକୁ କୁହାଯାଇଥିଲା । ତାଲିକା ଦାଖଲର ଆଜି ଶେଷ ଦିନ । ହେଲେ ଖୁଣ୍ଟିଆ ନିଯୋଗ ଓ ଦଇତାପତି ନିଯୋଗ ପକ୍ଷରୁ ହିଁ ତାଲିତା ଦାଖଲ ହୋଇଛି । ଅନ୍ୟ ୮ଟି ନିଯୋଗ ତାଲିକା ଦାଖଲ କରି ନ ଥିବାରୁ ସେମାନଙ୍କ ଭିତରେ ଅସନ୍ତୋଷ ରହିଥିବା ସ୍ପଷ୍ଟ ବାରି ହୋଇପଡୁଛି । ସେପଟେ ମଇ ୨୮ରୁ ଦୁଇ ଦିନ ଧରି ଗରାବଡ଼ୁ ନିଯୋଗ ସେବାୟତଙ୍କ ସ୍ୱାବ ଟେଷ୍ଟ ହେବ । ଅନ୍ୟ ୮ଟି ନିଯୋଗଙ୍କ ମଧ୍ୟ ଟେଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଜୁନ ୫ରେ ହେବ ସ୍ନାନ ପୁର୍ଣ୍ଣିମା । ସେନେଇ ୧୦ଟି ନିଯୋଗ ନୀତି ସମ୍ପାଦନ କରିବାକୁ ଥିବାରୁ ସେମାନଙ୍କର ସମସ୍ତ ସେବାୟତ ସଦସ୍ୟଙ୍କର ହେବ କୋବିଡ ଟେଷ୍ଟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ଦଇତାପତି ନିଯୋଗ ସଦସ୍ୟମାନଙ୍କର ସ୍ୱାବ ଟେଷ୍ଟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଦଇତାପତି ନିଯୋଗର ୧୫ ଜଣ ସଦସ୍ୟଙ୍କର ଟେଷ୍ଟ ଆରମ୍ଭ ହୋଇଛି  । ନିଯୋଗର ତାଲିକା ଅନୁସାରେ ଆଜି ୭୫ ଜଣ ଓ ଆସନ୍ତାକାଲି ୭୫ ଜଣଙ୍କର ଏହିଭଳି ମୋଟ ୧୫୦ ଜଣଙ୍କର ହେବ । ମେ ୨୮ ସୁଦ୍ଧା ସମସ୍ତ ତାଲିକାଭୁକ୍ତ ଦଇତାପତି ସେବାୟତଙ୍କର ଟେଷ୍ଟ କରାଯିବ ବୋଲି କହିଛନ୍ତି ନିଯୋଗର ସଭାପତି । ପୁଣି ଟେଷ୍ଟ ସରିବା ପରେ ଏକ ଅଣ୍ଡରଟେକିଂ ଲେଖି ସେଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଉଛି କି ସେମାନେ ଆଜିଠାରୁ ହୋମ କ୍ୱାରାଣ୍ଟାଇନରେ ରହିବେ । ଆଉ ସେହି କଟକଣାକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ସେପଟେ ଦଇତାପତିଙ୍କ ଗୋଷ୍ଠୀଗତ ସେବା ହୋଇଥିବାରୁ ସ୍ନାନ ପୁର୍ଣ୍ଣିମା ନୀତି ସରିବା ପରେ ସେହି ଦିନ ଅଣସର ନୀତିରେ ସମସ୍ତ ଦଇତାପତିମାନେ ରହି ଅଣସର ନୀତି ଆରମ୍ଭ କରିବେ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ।

ତେବେ ସ୍ନାନ ପୂର୍ଣ୍ଣିମା କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ କମ ସଂଖ୍ୟକ ତାଲିକାକୁ ନେଇ ସେବାୟତନଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଛତିଶା ନିଯୋଗ ବୈଠକରେ ସେବାୟତମାନେ ସେମାନଙ୍କ ସମସ୍ୟା ଉତସ୍ଥାପନ କରିବେ ଓ ସେନେଇ ଅନେକ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ନିଯୋଗ ସଦସ୍ୟ ।