ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ରଥ ଯାତ୍ରରେ ଅଂଶଗ୍ରହଣ କରୁଥିବା ସେବାୟତ ପାଳନ କରିବେ ସମସ୍ତ କୋରୋନା ଗାଇଡଲାଇନ। ରଥଯାତ୍ରା ପୂର୍ବରୁ ପୂର୍ଣ୍ଣାଙ୍ଗ ଟିକାକରଣ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତ। କୋରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ମହାପ୍ରଭୁଙ୍କ ଅଣସର ନୀତି ଗୋଷ୍ଠୀ ଗତ ସେବା ହୋଇଥିଲେ ମଧ୍ୟ କୋଭିଡ କଟକଣା ଭିତରେ କରିବାକୁ ଯୋଜନା କରିଛି ଦଇତାପତି ନିଯୋଗ। 


COMMERCIAL BREAK
SCROLL TO CONTINUE READING

ଏନେଇ ନିଯୋଗ ପକ୍ଷରୁ ଖୁବଶୀଘ୍ର ବସିବାକୁ ଯାଉଛି ବୈଠକ। ରଥଯାତ୍ରା (Rathyatra 2021) ପୂର୍ବରୁ ସେବାୟତଙ୍କ ଟିକାକରଣ (Vaccinations) କରାଯିବା ଉପରେ ସ୍ୱୀକୃତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। କୋଭିଡ୍ କଟକଣା ଆଧାରରେ ହୋଇପାରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଏନେଇ ଆଗୁଆ ପ୍ରସ୍ତୁତ ଆରମ୍ଭ କରିଛି ଦଇତାପତି ନିଯୋଗ। ସ୍ନାନଯାତ୍ରା, ଅଣସର, ରଥଯାତ୍ରା ଗୋଷ୍ଠୀଗତ ସେବା ହୋଇଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଇତାପତି ନିଯୋଗ। 


Also Read: ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ; ତିନିରଥର କରାଯିବ ନାହାକା ଅଖ ଚକ ସଂଯୋଗ


ଦଇତାପତିଙ୍କ ଗୋଷ୍ଠୀଗତ ସେବା ହୋଇଥିବାରୁ ୨୧ ଦିନିଆ ଛୁଆଟି ଠାରୁ ଆରମ୍ଭ କରି ବୟସ୍କ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଶାଇ ୧୫୪ ଜଣ ଦଇତାପତି ନିଯୋଗ ସଦସ୍ଯଙ୍କ ସମ୍ପୃକ୍ତି ରହିଥାଏ। ରଥଯାତ୍ରା ପୂର୍ବରୁ ଦଇତାପତି ସେବାୟତଙ୍କ ସମେତ ଅନ୍ଯ ସମସ୍ତ ସେବାୟତଙ୍କୁ ୨ ଡୋଜ୍ ପୂର୍ଣ୍ଣାଙ୍ଗ କୋରୋନା ଟିକା ଦିଆଯିବା ଆବଶ୍ୟକ। ଏନେଇ ଛତିଷାନିଯୋଗ ବୈଠକରେ ଆଲୋଚନା କରି ମୁଖ୍ୟ ପ୍ରଶାସକଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ନିଯୋଗ ସଭାପତି ରବିନ୍ଦ୍ର ଦାସମହାପାତ୍ର ଏବଂ ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର।


Also Read: ଆଗକୁ ରଥଯାତ୍ରା; ଟିକାକରଣ ନୀତିକୁ କୋହଳ କରିବାକୁ ଅନୁରୋଧ ଜଣାଇଲା ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି


ସେପଟେ ସେବାୟତ ନିଯୋଗ ପକ୍ଷରୁ କୋରୋନା ସଂକ୍ରମଣକୁ ରୋକିବା ନେଇ କରାଯାଉଥିବା ରଣନୀତି ବେଶ୍ ସ୍ୱାଗତଯୋଗ୍ଯ। ଏ ବାବଦରେ ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସେବାୟତଙ୍କ (Srimandir Sevayat) ଟିକାକରଣ କରାଯିବା ଉପରେ ସ୍ୱକୃତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।


Also Read: Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ


ଗତବର୍ଷ କୋଭିଡ୍ ଟେଷ୍ଟ କରାଯାଇ ହୋଇଥିଲା ରଥଯାତ୍ରା। ହେଲେ ଏଥର କୋଭିଡ୍ ଟିକା ଉପରେ ଦିଆଯାଉଛି ପ୍ରାଥମିକତା। ମାତ୍ର ସଂକ୍ରମଣକୁ ରୋକି କିଭଳି ରଥଯାତ୍ରା ସୁବ୍ଯବସ୍ଥିତ ଭାବେ କରାଯିବ ତାହା ସବୁଠାରୁ ଚ୍ଯାଲେଞ୍ଜ।