Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ
Advertisement
Article Detail0/zeeodisha/odisha904881

Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ

ରଥଖଳାରେ ରଥନିର୍ମାଣ ସେବକଙ୍କ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ

ପୁରୀ: ରଥଖଳାରେ ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବିଶେଷ ଗୁରୁତ୍ୱ। ରଥଖଳାକୁ ଜୈବ ବଳୟ ମଧ୍ୟରେ ଦିଆଯାଇଛି ସ୍ୱତନ୍ତ୍ର ସୁରକ୍ଷା। ଅନଧିକୃତ ବ୍ଯକ୍ତି ବିଶେଷଙ୍କ ଉପରେ ଲାଗିଛି ସୁଦୃଢ କଟକଣା। ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ରହିଛି ନିର୍ଦ୍ଦେଶ। ସେପଟେ ରଥଖଳାକୁ କରାଯାଇଛି ବିଶୋଧନ। 

ରଥଖଳାରେ ଶୁକ୍ରବାର କାର୍ଯ୍ଯ ସରିବା ପରେ ରାତିରେ ବିଶୋଧନ (Ratha Khala Sanitization) କରାଯାଇଛି। ରଥଖଳାର ବିଭିନ୍ନ ସ୍ଥାନକୁ ଅଗ୍ନିଶମ ବିଭାଗର (Fire Brigade Department) ବୈଷୟିକ ଦଳ (Technical Team) ହ୍ଯାଣ୍ଡ ସ୍ପ୍ରେ ଜରିଆରେ ବିଶୋଧନ (Hand Spray Sanitization) କରିଛନ୍ତି। ଯେହେତୁ ରଥଖଳାର କୋଭିଡ୍ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। 

Also Read: Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ  

ରଥଖଳାରେ ରଥନିର୍ମାଣ ସେବକଙ୍କ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମେ ୨୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ୧୮ ଜଣ ରଥ ନିର୍ମାଣ ସେବକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ବିଶ୍ୱକର୍ମା ଏବଂ ୬ ଭୋଇ ସେବକ ସଂକ୍ରମିତ ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। କାର୍ଯ୍ଯରେ ଯୋଗଦେବା ପୂର୍ବରୁ ରଥ ନିର୍ମାଣ ସେବକଙ୍କ କୋରୋନା ପରୀକ୍ଷା କରାଯାଇ ଶ୍ରୀଗୁଣ୍ଡିଚା ଭକ୍ତନିବାସ (Sri Gundicha Bhakta Niwas) ଠାରେ ସଙ୍ଗରୋଧରେ (Isolation) ରଖାଯାଉଛି।

Also Read: Corona Alert: ସଂକ୍ରମଣ ବୃଦ୍ଧିକୁ ନେଇ ସତର୍କ ହୋଇଉଠିଲା Srimandir Adminstration

କୋଭିଡ ନେଗେଟିଭ ରିପୋର୍ଟ (Covid Negative Report) ଥିଲେ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହେଉଛନ୍ତି ସେବକ। ସଂକ୍ରମିତ ହୋଇଥିଲେ ନିଳାଚଳ ଭକ୍ତନିବାସସ୍ଥିତ (Nilachal Bhakta Niwas) କୋଭିଡ୍ କେୟାର ସେଣ୍ଟର (Covid Care Centre) ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ଠାରୁ ରଥଖଳାକୁ ବାଇଓ ବବଲ୍ (Bio Bubble) ସୁରକ୍ଷା ଦିଆଯାଇଛି। ଅନଧିକୃତ ବ୍ଯକ୍ତିଙ୍କ ପ୍ରବେଶ ଉପରେ କଡା କଟକଣା କରାଯାଇଛି। ବ୍ଯାପକ ପୁଲିସ ବଳ ମୁତୟନ କରାଯାଇଛି।