ପକାର ସେବକ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି।
Trending Photos
ପୁରୀ: ଆସନ୍ତା ୩ ତାରିଖରେ ଶ୍ରୀକ୍ଷେତ୍ରେ ଭଉଁରୀ। ରଥଖଳାରେ ତିନିରଥର ନାହାକା ଅଖ ଚକ ସଂଯୋଗ କରାଯିବ। ଏନେଇ ରଥଖଳାରେ ଶୁକ୍ରବାର ଗତ ସିଙ୍ଗଡାବାଡିଆ ଅନୁକୂଳ ପରେ ଚାଲିଛି ପହି ସଂଯୋଗ ନୀତି। ସେପଟେ ରୂପକାର ସେବକ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି।
ବାକି ଗୁଜ ପାଇଁ ଗୁଜ କାଠ ଚଉପଟ କରାଯାଉଛି। ସେପଟେ କମାର ଶାଳରେ ତିନି ରଥର ୪୨ ଚକ ମଧ୍ୟରୁ ୩୩ ଚକର ୯୬୦ ଗୋଟି ଅରକଣ୍ଟା ପ୍ରସ୍ତୁତ ହୋଇଥିବା ବେଳେ ୬୦ ପନ୍ଦାରି ନିର୍ମାଣ ଜାରି ରହିଛି ବୋଲି କହିଛନ୍ତି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।