ବଡ଼ଦାଣ୍ଡକୁ ବାଇକ ମନା
Advertisement

ବଡ଼ଦାଣ୍ଡକୁ ବାଇକ ମନା

କୋରୋନାକୁ ନେଇ ପୁରୀ ଆସିଥିଲେ ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି  ।

ପ୍ରତୀକାତ୍ମକ ଫଟୋ

ସଞ୍ଜୟ କୁମାର ମହାପାତ୍ର, ପୁରୀ: କୋରୋନାକୁ ନେଇ ସାରା ଦେଶ ଲକ୍ ଡାଉନ୍  । ତେଣୁ ଲୋକେ ଘରେ ରହିଲେ ସୁରକ୍ଷିତ ରହିବେ  । ସେ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଘୋଷଣାନାମା; ବଡଦାଣ୍ଡକୁ ବାଇକ ବନ୍ଦ । ଉଲଙ୍ଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ତେଣୁ ଆଜି ପୁରୀରେ ବିଭିନ୍ନ ନାକାବନ୍ଦୀରେ ବାଇକ ନେଇ ଲୋକେ ଆସୁଥିଲେ ସେମାନଙ୍କୁ ଫେରାଇ ଦିଆଯାଉଛି  ଓ ପୁନର୍ବାର ଧରିକି ନ ଆସିବା ପାଇଁ ତାଗିଦ କରାଯାଉଛି ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି  । 

ସେପଟେ କୋରୋନାକୁ ନେଇ ପୁରୀ ଆସିଥିଲେ ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି  । ଲକ୍ ଡାଉନର ସ୍ଥିତି ସମୀକ୍ଷା କରିବା ସହ କ୍ୱରାଣ୍ଟାଇନ ସେଣ୍ଟର ଓ ଆଇସୋଲେସନ କେନ୍ଦ୍ର କିଭଳି ହୋଇଛି ସେନେଇ ପୁରୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ପୁରୀରେ ୩୭୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି ।  ପୁଣି କିଛି ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ଆଇସୋଲେସନ କେନ୍ଦ୍ର ଖୋଲିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ଥଣ୍ଡା ଓ ଜ୍ୱର ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓପିଡିର ବ୍ୟବସ୍ଥା ରହିଥିବା ବେଳେ ଜରୁରୀ ମେଡିକାଲ ସହାୟତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ ହୋଇଛି ଟୋଲ ଫ୍ରି ନମ୍ବର ।

ଥଣ୍ଡା , ଛିଙ୍କ ଓ କାଶ ରୋଗୀଙ୍କ ପାଇଁ ପୁରୀ ମେଡିକାଲ ମନା । ସେମାନଙ୍କ ପାଇଁ ଅନ୍ୟ ସ୍ଥାନରେ ବ୍ୟବସ୍ଥା ହୋଇଛି । ସେଥିପାଇଁ କିଛି ଡାକ୍ତରଙ୍କୁ ନେଇ କ୍ରିଉ କର୍ଣରର ବ୍ୟବସ୍ଥା ହୋଇଛି । ସେପଟେ ଆବଶ୍ୟକ ପଡିଲେ ଜରୁରୀ ମେଡିକାଲ ସହାୟତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ ହୋଇଛି ଟୋଲ ଫ୍ରି ନମ୍ବର । ନମ୍ବର ଗୁଡିକ ପୁରୀ କୋଡ 06752-222175 , 232074 ଓ ମୋବାଇଲ ନମ୍ବର 8480158647ରେ ଯୋଗାଯୋଗ କରି ଘରେ ରହି ଚିକିତ୍ସା  ପାଇପାରିବେ । 

ସେପଟେ ପୁରୀରେ ୩୭୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି ।  ପୁଣି କିଛି ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି  । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା , ଆୟୁର୍ବେଦ ମେଡିକାଲ କଲେଜରେ ୬୦ ଶଯ୍ୟା ଓ ଜଗନ୍ନାଥ ମେଡିକାଲ କଲେଜରେ ୨୫୦, ଆଇଡିଏଚରେ ୫୦ ଶଯ୍ୟା ବିଶିଷ୍ଠ ଆଇସୋଲେସନ କେନ୍ଦ୍ର କରାଯାଇଛି  । ସେପଟେ ପ୍ରତିଟି ଗ୍ରାମପଞ୍ଚାୟତରେ ମଧ୍ୟ ସରପଞ୍ଚକୁ ୫ ଲକ୍ଷ ଲେଖାଏଁ ଖର୍ଚ୍ଚ କରି ଆବଶ୍ୟକତା ଅନୁସାରେ କ୍ୱାରାଣ୍ଟାଇନ ସେଣ୍ଟର କରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି  । ତେବେ ୨୯ ମାର୍ଚ୍ଚରେ ପୁରୀ ଆସି ସୁବ୍ରତ ବାଗଚି ଲକ ଡାଉନର ସ୍ଥିତି ସମୀକ୍ଷା କରିବା ସହ କ୍ୱରେଣ୍ଟଇନ ସେଣ୍ଟର ଓ ଆଇସୋଲେସନ କେନ୍ଦ୍ର କିଭଳି ହୋଇଛି ସେନେଇ ପୁରୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ଲକ ଡାଉନକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୁରୀ ଜିଲା ପ୍ରଶାସନ  । ଆଜିଠୁ ବଡଦାଣ୍ଡକୁ ବାଇକ ମନା  । ବିନା ବାଇକରେ ଚାଲିକି ଆସି ପନିପରିବା କିଣିବା ପାଇଁ ପୁଲିସ ଦେଉଛି ପରାମର୍ଶ  । ଦାଣ୍ଡକୁ ବାଇକ ଧରି ଆସିଲେ ଜବତ ହେଉଛି ଗାଡି । ସେପଟେ ପ୍ରତିଟି ନାକାରେ ପୁଲିସ ସୁରକ୍ଷା ବଢାଇଦିଆଯାଇଛି  । ସକାଳ 6ରୁ ରାତି ୧୨ଟା ଯାଏଁ କରାଯାଉଛି ଘନ ଘନ ପାଟ୍ରୋଲିଂ । ଅଯଥାରେ ଘରୁ ନ ବାହିରିବା ପାଇଁ ସାହି ଗଳିକନ୍ଦିରେ ବୁଲୁଛି ପାଟ୍ରୋଲିଂ ଭ୍ୟାନ । ପୁଣି ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଳନ କରିବା ନେଇ ମାଜିଷ୍ଟ୍ରଟ ପାଟ୍ରୋଲିଂ କରାଯାଉଛି  । ସନ୍ଧ୍ୟା ୬ଟାରେ ସବୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଯାହାକୁ ଅଯଥାରେ ଦେଖିଲେ ପଡୁଛି ଲାଠି ପାହାର  । 

ଲକ ଡାଉନ ଯୋଗୁ ଲୋକେ ଏବେ ଧୀରେଧୀରେ ସଚେତନ ହେବା ସହ ସତର୍କତା ଅବଲମ୍ବନ କରୁଛନ୍ତି  । ମାତ୍ର କିଛି ଲୋକଙ୍କୁ ସାବାଡ କରିବା ପାଇଁ ପୁଲିସ ନେଉଛି କଡ଼ା ଆଭିମୁଖ୍ୟ ।