ଭାରତରେ IAS ଅଧିକାରୀଙ୍କୁ ମିଳିଥାଏ ଏହି ସବୁ ସୁବିଧା, ପଢନ୍ତୁ ରିପୋର୍ଟ
Advertisement
Article Detail0/zeeodisha/odisha1555635

ଭାରତରେ IAS ଅଧିକାରୀଙ୍କୁ ମିଳିଥାଏ ଏହି ସବୁ ସୁବିଧା, ପଢନ୍ତୁ ରିପୋର୍ଟ

IAS Officer Facilities: ଭାରତୀୟ ପ୍ରଶାସନିକ ସେବା ମାଧ୍ୟମରେ ଶୀର୍ଷ ମାନ୍ୟତା ପାଇଥିବା ପ୍ରାର୍ଥୀମାନେ ଦେଶର ଅମଲାତାନ୍ତ୍ରିକ ଢାଞ୍ଚାରେ କାମ କରିବାର ସୁଯୋଗ ପାଆନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଜଣେ ଆଇଏଏସ୍ ଅଧିକାରୀଙ୍କ ଦରମା କେତେ? ଓ ସେମାନଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ ?

 

ସୌ(ସୋସିଆଲ ମିଡିଆ)

IAS Officer Facilities: କେନ୍ଦ୍ର ଲୋକସେବା ଆୟୋଗର (Union Public Service Commission)  ସିଭିଲ ସର୍ଭିସ ପରୀକ୍ଷାରେ( Civil Services Exam) ଶୀର୍ଷ ମାନ୍ୟତା ପାଇଥିବା ଶିକ୍ଷାର୍ଥୀ ମାନେ IAS ହେବାର ସୁଯୋଗ ପାଆନ୍ତି । ବିଭିନ୍ନ ମନ୍ତ୍ରଣାଳୟ ଓ ପ୍ରଶାସନ ବିଭାଗରେ ଜଣେ ଆଇଏଏସ୍ ଅଧିକାରୀ ନିଯୁକ୍ତ । ଆଇଏଏସ୍ ଅଧିକାରୀଙ୍କ ପାଇଁ ବରିଷ୍ଠ ପଦବୀ ହେଉଛି କ୍ୟାବିନେଟ୍ ସଚିବଙ୍କ ପଦ । 

ସପ୍ତମ ବେତନ ଆୟୋଗ ଅନୁଯାୟୀ ଯେକୌଣସି ଆଇଏଏସ୍ ଅଧିକାରୀ ମାସିକ ୫୬୧୦୦ ଟଙ୍କା ବେତନ ପାଆନ୍ତି। ଏହା ବ୍ୟତୀତ, ଜଣେ ଆଇଏଏସ୍ ଅଧିକାରୀ TA, DA ଓ HRA ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଆନ୍ତି । ରିପୋର୍ଟ ଅନୁଯାୟୀ, ସମସ୍ତ ଭତ୍ତା ସମେତ ଜଣେ ଆଇଏଏସ୍ ଅଧିକାରୀ ପ୍ରାରମ୍ଭିକ ଦିନରେ ମାସିକ ୧ ଲକ୍ଷରୁ ଅଧିକ ବେତନ ପାଇଥାନ୍ତି। IASର ବରିଷ୍ଠ ପଦ ବା କ୍ୟାବିନେଟ ସଚିବ ହେବା ପରେ ଜଣେ ଆଇଏଏସ୍ ଅଧିକାରୀ ମାସକୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଓ ଅନେକ ଭତ୍ତା ପାଇଥାନ୍ତି।

କେଉଁ ପଦ ପାଇଁ ମୌଳିକ ଦରମା କେତେ?

ଏସଡିଏମ, ଅଣ୍ଡର ସେକ୍ରେଟାରୀ, ସହକାରୀ ସଚିବଙ୍କ ପାଇଁ ୫୬୧୦୦ ଟଙ୍କା, ଏଡିଏମ୍, ଡେପୁଟି ସେକ୍ରେଟାରୀ ଓ ଅଣ୍ଡର ସେକ୍ରେଟାରୀଙ୍କ ପଦ ପାଇଁ ୬୭୭୦୦ ଟଙ୍କା, ଜିଲ୍ଲା ମାଜିଷ୍ଟ୍ରେଟ, ଯୁଗ୍ମ ସଚିବ, ଡେପୁଟି ସେକ୍ରେଟାରୀଙ୍କର ପଦବୀ ପାଇଁ 78800 ଟଙ୍କା, ଜିଲ୍ଲା ମାଜିଷ୍ଟ୍ରେଟ, ଡେପୁଟି ସେକ୍ରେଟାରୀ ଓ ନିର୍ଦ୍ଦେଶକଙ୍କର ୧୧,୮୫୦୦ ଟଙ୍କା, ବିଭାଗୀୟ କମିଶନର, ସଚିବ କମ କମିଶନର ଓ ଯୁଗ୍ମ ସଚିବ ପଦ ପାଇଁ ୧୪୪୨୦୦ ଟଙ୍କା, ବିଭାଗୀୟ କମିଶନର ପଦ ପାଇଁ ୧୮୨୨୦୦ ଟଙ୍କା, ଆଡିସନାଲ ଚିଫ୍‌ ସେକ୍ରେଟାରୀଙ୍କର ଦରମା ୨୦୫୪୦୦ ଓ ମୁଖ୍ୟ ଶାସନ ସଚିବ ଓ ସଚିବଙ୍କର ଦରମା ୨୨୫୦୦୦ ଥିବା ବେଳେ କ୍ୟାବିନେଟ ସଚିବଙ୍କର ମୂଳ ଦରମା ୨୫୦୦୦୦ ରହିଥାଏ।

Also Read-ବର୍ତ୍ତମାନ ଆଦାନୀ ନୁହେଁ, ଏହି ବ୍ୟକ୍ତି ହେଉଛନ୍ତି ଏସିଆର ସବୁଠାରୁ ବଡ଼ ଧନୀ, ଜାଣନ୍ତୁ ଦୁନିଆରେ ସବୁଠାରୁ ଅଧିକ ଧନ କାହା ପାଖରେ ଅଛି?

Also Read-Goods Train Derailed: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୧ ବଗି

 

ଦରମା ଛଡ଼ା ମିଳିଥାଏ ଏହିସବୁ ସୁବିଧା-

ଦରମା ବ୍ୟତୀତ, ଜଣେ ଆଇଏଏସ୍ ଅଧିକାରୀ ବିଭିନ୍ନ ପେ-ବ୍ୟାଣ୍ଡ ଅନୁଯାୟୀ ସରକାରଙ୍କ ତରଫରୁ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ପାଇଥା’ନ୍ତି । ମୌଳିକ ବେତନ ବ୍ୟତୀତ ଜଣେ ଆଇଏଏସ୍ ଅଧିକାରୀ ଡିଏ, ଏଚଆରଏ, ସବସିଡିଯୁକ୍ତ ବିଲ୍, ମେଡିକାଲ୍ ଭତ୍ତା ଓ ପରିବହନ ଭତ୍ତା ପାଆନ୍ତି । ଏହା ବ୍ୟତୀତ, ପେ-ବ୍ୟାଣ୍ଡ ଆଧାରରେ, ଜଣେ ଆଇଏଏସ୍ ଅଧିକାରୀ ଘର, ସୁରକ୍ଷା, ରୋଷେଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଅନେକ ସୁବିଧା ମଧ୍ୟ ପାଇଥା’ନ୍ତି | ଯାତାୟତ ପାଇଁ IAS ଅଧିକାରୀଙ୍କୁ ଯାନ ଓ ଡ୍ରାଇଭର ସୁବିଧା ମିଳିଥାଏ । ଭ୍ରମଣ ଭତ୍ତା ବ୍ୟତୀତ ସେଠାରେ ଏକ ସରକାରୀ ଘର ମଧ୍ୟ ପୋଷ୍ଟିଂ ସମୟରେ ଦିଆଯାଏ ।