ନାବାଳିକାଙ୍କୁ ଘରୁ ଉଠାଇ ନେଇ ମନ୍ଦିର ନିକଟରେ ଦୁଷ୍କର୍ମ ଅଭିଯୋଗ
Advertisement

ନାବାଳିକାଙ୍କୁ ଘରୁ ଉଠାଇ ନେଇ ମନ୍ଦିର ନିକଟରେ ଦୁଷ୍କର୍ମ ଅଭିଯୋଗ

ବୁଧବାର ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁରେ ଘଟିଛି ଏହି ଘଟଣା । 

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ଜିଲ୍ଲାରେ ଚାଞ୍ଚଲ୍ୟ । ରାତିରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ । ତେବେ ଅଭିଯୁକ୍ତ କିଏ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । 

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁରେ ଘଟିଛି ଏହି ଘଟଣା । ଗାଁର ଜଣେ ଓ୍ୱେଲ୍ଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସର ନାବାଳିକା ଝିଅ ନିଜ ଆଈଙ୍କ ସହ ଘରେ ଶୋଇଥିଲେ । ତେବେ ରାତି ପାଖାପାଖି ଦୁଇଟା ବେଳେ ଘରର ପଛପଟ କବାଟ ଖୋଲି ଘର ଭିତରକୁ କେହିଜଣେ ପଶିଥିଲା । ପୀଡ଼ିତାଙ୍କୁ ଘରୁ ଉଠାଇ ନେବା ସହ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । 

ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୀଡିତାଙ୍କ ଡାକ୍ତରୀମାଇନା ହେବା ପରେ ଚିକିତ୍ସା ଚାଲିଛି । ପରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।