ବାଣ ଫୁଟାଇବାବେଳେ ଅଗ୍ନିକାଣ୍ଡରେ ୭୦ରୁ ଊର୍ଦ୍ଧ୍ୱ ଦୋକାନ ଘର ପୋଡ଼ି ପାଉଁଶ
Advertisement

ବାଣ ଫୁଟାଇବାବେଳେ ଅଗ୍ନିକାଣ୍ଡରେ ୭୦ରୁ ଊର୍ଦ୍ଧ୍ୱ ଦୋକାନ ଘର ପୋଡ଼ି ପାଉଁଶ

ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି 

ବାଣ ଫୁଟାଇବାବେଳେ ଅଗ୍ନିକାଣ୍ଡରେ ୭୦ରୁ ଊର୍ଦ୍ଧ୍ୱ ଦୋକାନ ଘର ପୋଡ଼ି ପାଉଁଶ

ଗାୟତ୍ରୀ ଚକ୍ରବର୍ତ୍ତି, ସମ୍ୱଲପୁର: ଶେଷ ହୋଇଛି ଆଲୋକର ପର୍ବ ଦୀପାବଳି...ଦୀପାବଳିରେ ବିଭିନ୍ନ ଜାଗାରେ ଘଟିଛି ଅଭାବନୀୟ ଘଟଣା ...ଟିକେ ଅସାବଧାନତା ଯୋଗୁଁ ହୋଇଛି ଭୟାବହ ଅଗ୍ନିକାଣ୍ଡ  । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ସମ୍ବଲପୁର ଗୋଲବଜାର ପରିବା ମାର୍କେଟରେ ନିଆଁ ଲାଗି ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଦୋକାନ ପୂରାପୂରି ଭସ୍ମ  ହୋଇଯାଇଛି । ସେପଟେ ସର୍ଟ ସର୍କିଟ୍‌ରୁ ବାଲେଶ୍ୱରରେ ଏକ ଜୋତା ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି । ଗତକାଲି ରାତିରେ ସମ୍ବଲପୁର ଗୋଲବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଯାଇଥିଲା । ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିନ୍ତୁ ଏହି ଅଗ୍ନିକାଣ୍ଡରେ ୭୦ରୁ ଊର୍ଦ୍ଧ୍ୱ  ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ମାତ୍ର କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି..କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଦୀପାବଳିରେ ଲାଗିଥିବା ଦୀପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏନେଇ ପେଲିସର ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡା ବଜାରରେ ନିଆଁ ଲାଗି ଏକ ଜୋତା ଦୋକାନ ସମ୍ପୂର୍ଣ୍ଣ ପୋଡିଯାଇଛି । ଅଗ୍ନିଶମ ବାହିନୀ ନିଆଁଙ୍କୁ ଆୟତ୍ତ କରିଛନ୍ତି । ଏଥିରେ ପାଖାପାଖି  ୩ ଲକ୍ଷ ଟଙ୍କାର ଜୋତା ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସେପଟେ ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଅଘଟଣ । ରାଉରକେଲା ସେକ୍ଟର ୬  ତାରାତାରିଣୀ ପଲ୍ଲୀରେ ବାଣ ଫୁଟାଇବା ବେଳେ ମୁହଁ ପାଖରେ ଫୁଟିଲା ବମ୍। ଯୁବକ ଗୁରୁତର । ଗୁରୁତର ଯୁବକ ଜଣଙ୍କ ଲିପୁ ଗୋଛାୟତ । ଯୁବକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯ଼ାଇଛି । ସେପଟେ ଆନନ୍ଦପୁରରେ ମଧ୍ୟ ବାଣ ଫୁଟାଇବା ବେଳେ ହାତରେ ବାଣ ଫୁଟିବା ଯୋଗୁଁ ପଞ୍ଚୁପୁଲି ଗାଁର ବୁଲୁ ଖଟୁଆ ଗୁରୁତର ହୋଇଛନ୍ତି ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଭଳି ଟାଙ୍ଗୀରେ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ବେଳେ ହାତରେ ବାଣ ଫୁଟିବା ଯୋଗୁଁ ଜଗା ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଆଙ୍ଗୁଠି ନଷ୍ଟ ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ସେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୋରରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇବା ବେଳେ ୧୦ ଆହତ ହୋଇଛନ୍ତି ।  ଆହତଙ୍କ  ମଧ୍ୟରୁ ୭ ଜଣ ଶିଶୁ ଶିଶୁ ଅଛନ୍ତି ।  ଆହତଙ୍କୁ  ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସହଦେବଖୁଣ୍ଟ ଥାନା  ଗୁଡିପଦା ଅଂଚଳର ମାଣିକ ସେକ ଓ ପୁରୁଣା ବାଲେଶ୍ୱରର ରାଜକିଶୋର ନନ୍ଦ ଗୁରୁତର ହୋଇଛନ୍ତି ।  ବାଣ ଫୁଟାଉଥିବା ବେଳେ ହାତରେ ବାଣ ଫୁଟିଯିବା ଯୋଗୁଁ ହାତର ଦୁଇଟି ଆଙ୍ଗୁଠି ଫାଟିଯାଇଛି ।  ଅନ୍ୟ ଜଣେ ମଧ୍ୟ ବାଣ ଫୁଟାଉଥିବା ବେଳେ ବାରୁଦ ନିଆଁ ଲାଗି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି... ଆନନ୍ଦପୁର ସୁହରାପାଳ ଗାଁରେ ଅଘଟଣ । ଘରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ  । ମୃତକ ହେଲେ ଶୋଷ ଥାନା ସୁହରା ପାଳ ଗାଁର ଶୁକଦେବ ମୁଣ୍ଡା । ଆନନ୍ଦପୁର ତହସିଲରେ ଜୁନିଅର କ୍ଳର୍କ ଥିଲେ ଶୁକଦେବ।