ପ୍ରତିଶୋଧ: ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା
Advertisement

ପ୍ରତିଶୋଧ: ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ନକଟିଦେଉଲ ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତର ସାଳବଣିଆ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗାଁର ୪ ଜଣ ଯୁବକ ଦୁଃଶାସନ ଦେହୁରୀରୁ ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମିଳିଥିବା ସୂଚନା ଅନୁସାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ଯ

ପ୍ରତିଶୋଧ: ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ନକଟିଦେଉଲ ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତର ସାଳବଣିଆ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସେହି ଗାଁର ୪ ଜଣ ଯୁବକ ଦୁଃଶାସନ ଦେହୁରୀରୁ ଗାଁ ଦାଣ୍ଡରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ମିଳିଥିବା ସୂଚନା ଅନୁସାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ପୂର୍ବରୁ ସେହି ଗାଁର ଜଣେ ଯୁବତୀଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରୁଥିବାରୁ ଦୀର୍ଘ ଦିନରୁ ୨ ପରିବାର ଭିତରେ ବିବାଦ ଲାଗି ରହିଥିଲା। ଏହି କାରଣରୁ ଏହି ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ନାକଟିଦେଉଳ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୋଲିସ।