ଫ୍ଲୋରରେ ନିଆଁ ଲଗାଇଲା ସାହିଦ୍-ମୀରାଙ୍କ ଡ୍ୟାନ୍ସ ,ଫ୍ୟାନ୍ସ କହିଲେ କିଛି ଏମିତି...
Advertisement
Article Detail0/zeeodisha/odisha1348720

ଫ୍ଲୋରରେ ନିଆଁ ଲଗାଇଲା ସାହିଦ୍-ମୀରାଙ୍କ ଡ୍ୟାନ୍ସ ,ଫ୍ୟାନ୍ସ କହିଲେ କିଛି ଏମିତି...

Shahid Kapoor and Mira Rajput : ସାହିଦ୍ କପୁର ଓ ମୀରା ରାଜପୁତ(Shahid Kapoor and Mira Rajput) ବଲିଉଡର ସଫଳ ଯୋଡି। ଗତ ୭ ତାରିଖରେ ମୀରାଙ୍କର ଜନ୍ମଦିନ ଯାଇଥିଲା । ଏନେଇ ପତ୍ନୀଙ୍କ ପାଇଁ ଏକ ସରପ୍ରାଇଜ୍ ପାର୍ଟ ରଖିଥିଲେ ସାହିଦ୍ ।

ଫ୍ଲୋରରେ ନିଆଁ ଲଗାଇଲା ସାହିଦ୍-ମୀରାଙ୍କ ଡ୍ୟାନ୍ସ ,ଫ୍ୟାନ୍ସ କହିଲେ କିଛି ଏମିତି...

Shahid Kapoor and Mira Rajput : ସାହିଦ୍ କପୁର ଓ ମୀରା ରାଜପୁତ(Shahid Kapoor and Mira Rajput) ବଲିଉଡର ସଫଳ ଯୋଡି। ଗତ ୭ ତାରିଖରେ ମୀରାଙ୍କର ଜନ୍ମଦିନ ଯାଇଥିଲା । ଏନେଇ ପତ୍ନୀଙ୍କ ପାଇଁ ଏକ ସରପ୍ରାଇଜ୍ ପାର୍ଟ ରଖିଥିଲେ ସାହିଦ୍ ।  ପାର୍ଟିରେ ପରିବାର ଲୋକେ, ନିକଟ ସମ୍ପର୍କୀୟଙ୍କ ସହ କିଛି ଖାସ ସେଲିବ୍ରେଟି ମଧ୍ୟ ସାମିଲ ହୋଇଥିଲେ।  ଫରାନ୍ ଅକ୍ତର(Farhan Akhtar) , ଶିବାନୀ ଦାଣ୍ତେକର(Shibani Dandekar), ରିତେଶ ଦେଶମୁଖ(Shibani Dandekar) ଓ ଜେନେଲିଆ ଦେଶମୁଖ (Genelia Deshmukh) ଏବଂ ଆଉ କେତେକ ସେଲିବ୍ରେଟି ମଧ୍ୟ ଏ ପାର୍ଟିରେ ସାମିଲ ହୋଇଥେଲେ ।  ପାର୍ଟିର ଏକ ଭିଡିଓ ସାହିଦ୍ କପୁର ନିଜ ଇନଷ୍ଚାରେ ସେୟାର କରିଛନ୍ତି । ଭିଡିଓରେ ଇଶାନ ଖଟ୍ଟର (Ishaan Khatter) ଓ କୁନାଲ କେମୁ (Kunal Kemmu)ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ୟେ ଦୋସ୍ତି ହାମ୍ ନାହିଁ ତୋଡେଙ୍ଗେ (Yeh Dosti Hum Nahi Todenge) ଗୀତରେ ଉଭୟ ମୀରା ଓ ସାଦିଦ୍ ଏକ ଗ୍ରୃପରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି କପୁଲଙ୍କ ଡ୍ୟାନ୍ସ ଏବେ ବେଶ ଭାଇରାଲ ହେବାରେ ଲାଗିଛି।  କେବେଳ ସେତିକି ନୁହେଁ, ଭିଡିଓରେ ଇଶାନ ଖଟ୍ଟର ଓ କୁନାଲ ଭାଙ୍ଗରା (bhangra)କରୁଥିବା ଦେଖିବାକୁ ମିଳିଛି।  ସାହିଦ ଏ ଭିଡିଓକୁ ନିଜ ଇନଷ୍ଟାରେ ସେୟାର କରିବା ପରେ ଫ୍ୟାନ୍ସଙ୍କ ଧମାକାଦାର କମେଣ୍ଟସ ମଧ୍ୟ ଆସିଛି।  ଭିଡିଓରେ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ  କମେଣ୍ଟ କରିଛନ୍ତି ।  "ଜୀବନର ପ୍ରତ୍ଯକ ମୂହୁର୍ତ୍ତକୁ ଉପଭୋଗ କରିବା ପାଇଁ ସେ ନିଜ କମେଣ୍ଟରେ ଲେଖିଛନ୍ତି "। ସେହିପରି, ଆଉ ଜଣେ ଫ୍ୟାନ୍ ମଧ୍ୟ ସାହିଦଙ୍କ ଏ ଭିଡିଓରେ କମେଣ୍ଟ କରି "yooooo yoooooo." ୟୋ ୟୋ ଲେଖିଛନ୍ତି।  ତେବେ, ଗତ କିଛି ଦିନ ପୂର୍ବରୁ ମୀରା ସାହିଦଙ୍କ ସହ ନିଜ ଜନ୍ମଦିନର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। 

ଏହାବି ପଢନ୍ତୁ : Ananya Panday:ଇଟାଲୀରେ ଛୁଟି କାଟୁଛନ୍ତି ଅନନ୍ୟା, ଇନଷ୍ଟାରେ ସେୟାର କଲେ ଫଟୋ

୨୦୧୫ ଜୁଲାଇ ୭ରେ ମୀରା ରାଜପୁତଙ୍କ ସହ ସାହିଦ କପୁରଙ୍କ ବିବାହ ହୋଇଥିଲା। ପରେ  ୨୦୧୬ରେ ମୀରା ମୀଶା( Misha) ଓ ୨୦୧୮ରେ ଜେନ୍ ( Zain) ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଚଳିତ ବର୍ଷରେ ଏପ୍ରିଲ ୨୨ରେ ରିଲିଜ ହୋଇଥିବା ମୁଭି 'ଜର୍ସି'(Jersey)ରେ ଲିଡ ରୋଲରେ ନଜର ଆସିଥି ସାହିଦ୍। ତାଙ୍କ ହାତରେ ବର୍ତ୍ତମାନ କିଛି ବଡ ପ୍ରଜେକ୍ଟ ମଧ୍ୟ ରହିଛି। ଚଳିତ ବର୍ଷ ଶେଷରେ ସାହିଦଙ୍କର ଏକ ମୁଭି 'ବ୍ଲଡି ଡାଡି' (Bloody Daddy)ରିଲିଜ ହେବ। ଯେଉଁଥିରେ ସେ ଲିଡ ରୋଲରେ ନଜର ଆସିବେ।  

 

୨୦୦୩ ମସିହାରେ ସାହିଦ୍ ଇସ୍କ ଭିସ୍କ(Ishq Vishk) ମୁଭିରେ ଡେବ୍ୟୁ କରିଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସରେ ସେତେ ଅଧିକ ବ୍ୟବସାୟ କରିନଥିଲେ ମଧ୍ୟ କିଛିଦିନରେ ଭଳ ବ୍ୟବ‌ସାୟ କରି ସ‌ଫଳ ହୋଇଥିଲା । ଏହି ଫିଲ୍ମ ପାଇଁ ସାହିଦଙ୍କୁ ଫିଲ୍ମ‌ ଫେୟାରର ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା । ଏହାପରେ ସାହିଦଙ୍କର କିଛି ଚଳଚ୍ଚିତ୍ର ଲଗାତାର ଅସଫଳ ହେବାପରେ ୨୦୦୬ ମସିହାରେ ଚଳଚ୍ଚିତ୍ର ବିବାହରେ ସାହିଦଙ୍କୁ ମିଳିଥିଲା ବଡ଼ ସଫଳତା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିଲା।