Phone Bluetooth:ଫୋନର ବ୍ଲୁଟୁଥ୍ ଆପଣଙ୍କ ପାଇଁ ହୋଇପାରେ ସମସ୍ୟାର କାରଣ,ଜାଣନ୍ତୁ ବ୍ଲୁଟୁଥର ୫ ସିକ୍ୟୁରିଟି ରିସ୍କ
Advertisement
Article Detail0/zeeodisha/odisha2156843

Phone Bluetooth:ଫୋନର ବ୍ଲୁଟୁଥ୍ ଆପଣଙ୍କ ପାଇଁ ହୋଇପାରେ ସମସ୍ୟାର କାରଣ,ଜାଣନ୍ତୁ ବ୍ଲୁଟୁଥର ୫ ସିକ୍ୟୁରିଟି ରିସ୍କ

ଟେକ୍ନୋଲୋଜି ଢେର ଉନ୍ନତି କରିଛି । ଟେକ୍ନୋଲଜି ଯଦି ଜୀବନକୁ ସହଜ କରିଛି ତେବେ ଏହା ମଧ୍ୟ ସମସ୍ୟାବହୁଳ କରିଛି । ଫୋନ୍,ସ୍ମାର୍ଟ ୱାଚର ବ୍ଲୁଟୁଥ୍ ଆମକୁ ଅନେକ ସୁବିଧା ଦେଇଛି । କିନ୍ତୁ ଏହି ବ୍ଲୁଟୁଥ୍ ପାଇଁ ଆପଣ ଅସୁବିଧାରେ ମଧ୍ୟ ପଡିପାରନ୍ତି । ହଁ, ଆପଣ  ଠିକ୍ ପଢିଲେ ।  ଆପଣଙ୍କ ଫୋନର ବ୍ଲୁଟୁଥ୍ ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ । 

SOCIAL MEDIA

Smartphone Tips: ଟେକ୍ନୋଲୋଜି ଢେର ଉନ୍ନତି କରିଛି । ଟେକ୍ନୋଲଜି ଯଦି ଜୀବନକୁ ସହଜ କରିଛି ତେବେ ଏହା ମଧ୍ୟ ସମସ୍ୟାବହୁଳ କରିଛି । ଫୋନ୍,ସ୍ମାର୍ଟ ୱାଚର ବ୍ଲୁଟୁଥ୍ ଆମକୁ ଅନେକ ସୁବିଧା ଦେଇଛି । କିନ୍ତୁ ଏହି ବ୍ଲୁଟୁଥ୍ ପାଇଁ ଆପଣ ଅସୁବିଧାରେ ମଧ୍ୟ ପଡିପାରନ୍ତି । ହଁ, ଆପଣ  ଠିକ୍ ପଢିଲେ ।  ଆପଣଙ୍କ ଫୋନର ବ୍ଲୁଟୁଥ୍ ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହିପରି ପାଞ୍ଚଟି ସୁରକ୍ଷା ବିପଦ ବିଷୟରେ କହିବାକୁ ଯାଉଛୁ ଯାହା ବ୍ଲୁଟୁଥ୍ ବ୍ୟବହାର ସହିତ ଜଡିତ ।

ବ୍ଲୁ ଜ୍ୟାକିଂ

ବ୍ଲୁଜ୍ୟାକିଂ ହେଉଛି ଏକ ପ୍ରକାର ସାଇବର ଆକ୍ରମଣ, ହ୍ୟାକରମାନେ ଲୋକଙ୍କୁ ଟାର୍ଗେଟ କରିବାକୁ ଦୁଇଟି ପଦ୍ଧତି ବ୍ୟବହାର କରନ୍ତି । ପ୍ରଥମ ଉପାୟ ହେଉଛି ଯେ ସେମାନେ ଆପଣଙ୍କ ଡିଭାଇସକୁ ବାର୍ତ୍ତା ପଠାନ୍ତି କିମ୍ବା ଯଦି କୌଣସି ଡିଭାଇସର ବ୍ଲୁଟୁଥ୍ ଅନ୍ ଅଛି ତେବେ ସେମାନେ ସେହି ଡିଭାଇସକୁ ଫାଇଲ ପଠାନ୍ତି । ଏହାର ଅର୍ଥ ହେଉଛି ବ୍ଲୁଟୁଥ୍ ମାଧ୍ୟମରେ ହ୍ୟାକର୍ସମାନେ ଆପଣଙ୍କର ଫୋନ୍ ପ୍ରବେଶ କରିପାରିବେ ଏବଂ ଆପଣଙ୍କର ଗୋପନୀୟତା ଉଲ୍ଲଂଘନ କରିପାରିବେ ଏବଂ ଆପଣଙ୍କ ଫୋନରେ ଥିବା ବ୍ୟକ୍ତିଗତ ସୂଚନାକୁ ଚୋରି କରିପାରିବେ ।

ବ୍ଲୁ ସ୍ନାର୍ଫିଙ୍ଗ୍

ହ୍ୟାକରମାନେ ଅଧିକାଂଶ ସମୟରେ ସେହି ଲୋକଙ୍କୁ ଟାର୍ଗେଟ କରନ୍ତି ଯାହାଙ୍କର ଫୋନର ବ୍ଲୁଟୁଥ୍ ସର୍ବଦା ଅନ୍ ଥାଏ । ବ୍ଲୁଟୁଥ୍ ର ଏହି ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ଯେଉଁ ଫୋନର ବ୍ଲୁଟୁଥ୍ ଅନ୍ ଥାଏ ସେହି ଫୋନର କଣ୍ଟାକ୍ଟ୍, ମଲ୍ଟିମିଡିଆ ଫାଇଲ୍ ଓ ଅନ୍ୟାନ୍ୟ ଗୋପନୀୟ ଫାଇଲକୁ ହ୍ୟାକର୍ସ ଆକ୍ସେସ କରିନିଅନ୍ତି । ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଆପଣଙ୍କୁ ବିପଦରେ ପକାଇବାର ଆଶଙ୍କା ସବୁବେଳେ ରହିଥାଏ ।

ବ୍ଲୁବଗିଂ

ବ୍ଲୁଟୁଥ୍ ମାଧ୍ୟମରେ ଲୋକଙ୍କୁ ଶିକାର କରିବା ପାଇଁ ହ୍ୟାକର୍ମାନେ ସେହି ସ୍ମାର୍ଟଫୋନ୍ଗୁଡ଼ିକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିଜ ହାତକୁ ନିଅନ୍ତି ଯେଉଁଥିରେ ବ୍ଲୁଟୁଥ୍ ସର୍ବଦା ଅନ୍ ରହିଥାଏ ।  ଫୋନ୍ ନିୟନ୍ତ୍ରଣ କରିବା ପରେ, ହ୍ୟାକର୍ମାନେ ଆପଣଙ୍କ ଫୋନରୁ କଲ କରନ୍ତି,ଟେକ୍ସଟ୍ ମେସେଜ୍ ପଠାନ୍ତି ଏବଂ ଆପଣଙ୍କ ବିନା ଅନୁମତିରେ ଡାଟା ଆକସେସ୍ କରନ୍ତି । ଏମିତିକି ସେମାନେ ଆପଣଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଆକ୍ସେସ କରିପାରିବେ ।

ଦୁର୍ବଳ ଏନକ୍ରିପସନ୍

କେତେକ ବ୍ଲୁଟୁଥ୍ ଡିଭାଇସ୍ ଦୁର୍ବଳ ଏନକ୍ରିପସନ୍ କିମ୍ବା ଡିଫଲ୍ଟ PIN ବ୍ୟବହାର କରନ୍ତି, ଯେଉଁ କାରଣରୁ ହ୍ୟାକର୍ମାନେ ଏହିପରି ଉପକରଣଗୁଡ଼ିକୁ ସହଜରେ ହ୍ୟାକ୍ କରିପାରିବେ  । ହ୍ୟାକରମାନେ ଏହି ତ୍ରୁଟିଗୁଡିକର ଲାଭ ଉଠାନ୍ତି ଏବଂ ଆପଣଙ୍କ ଫୋନର ସୁରକ୍ଷାକୁ ଭେଦକରି ଆପଣଙ୍କ ଫୋନ ମଧ୍ୟକୁ ପ୍ରବେଶ କରି ତଥ୍ୟ ଚୋରି କରନ୍ତି । 

ଅନ୍ୟ ଦୁର୍ବଳତା

ଯେକୌଣସି  ଟେକ୍ନୋଲୋଜି ପରି, ବ୍ଲୁଟୁଥ୍ ପ୍ରୋଟୋକଲରେ ମଧ୍ୟ କିଛି ଦୁର୍ବଳତା ରହିପାରେ ।  ଯାହାର ଫାଇଦା ହ୍ୟାକର୍ସ ମାନେ ନେଇଥାନ୍ତି ।  ଫୋନରେ ଥିବା ଏହି ତ୍ରୁଟିଗୁଡିକୁ ହଟାଇବା ପାଇଁ ହ୍ୟାଣ୍ଡସେଟ୍ ଉତ୍ପାଦନକାରୀ କମ୍ପାନୀଗୁଡିକ ସମୟ ସମୟରେ ସୁରକ୍ଷା ପ୍ୟାଚ୍ ଅପଡେଟ୍ ପ୍ରଦାନ କରିଥା’ନ୍ତି । କିନ୍ତୁ କିଛି ଲୋକ ଏହି ଅପଡେଟକୁ  ଅଣଦେଖା କରନ୍ତି, ଯଦି ଆପଣ ମଧ୍ୟ ତାହା କରୁଛନ୍ତି ତେବେ ବ୍ଲୁଟୁଥ୍ ଜନିତ  ତ୍ରୁଟି ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ ।

କିପରି ଏଡାଇ ହେବ?

ଯଦି ଆପଣ ମଧ୍ୟ ଉପରୋକ୍ତ ସୁରକ୍ଷାଗତ ବିପଦରୁ ନିଜକୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଅଧିକ କିଛି କରିବାକୁ ପଡିବ ନାହିଁ, କେବଳ କିଛି ଜିନିଷକୁ ନେଇ  ସର୍ବଦା ସର୍ତକ ରୁହନ୍ତୁ ।  ପ୍ରଥମ କଥା, କାମ ସରିବା ସହିତ ଡିଭାଇସରେ ବ୍ଲୁଟୁଥ୍ ବନ୍ଦ କରନ୍ତୁ ।  ଦ୍ୱିତୀୟତଃ ସମୟ ସମୟରେ ଡିଭାଇସର ସେଟିଂ ସମୂହକୁ ଯାଆନ୍ତୁ ଏବଂ ସଫ୍ଟୱେର୍ ଅପଡେଟ୍ ପାଇଁ କିଛି ଅପଡେଟ୍ କମ୍ପାନୀ ପଠାଇଛି କି ନାହିଁ ତାହା ଦେଖନ୍ତୁ । ଯଦି ଅପଡେଟ୍ ଆସିଛି ତେବେ ତୁରନ୍ତ ଅପଡେଟ୍ କରନ୍ତୁ ।