ମହାପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଜଗନ୍ନାଥଙ୍କ ଘୋଷ ଯାତ୍ରା ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଲା। ଏହି ପରମ୍ପରା ସଂସ୍କୃତି ସାରେ ଦୁନିଆରେ ନିଆରା। ଏହି ଅଭୁଦପୂର୍ବ,ଶାନ୍ତି,ମୈତ୍ରୀ ଓ ପରମ୍ପରାରେ ସମସ୍ତେ, ନିଜକୁ ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିବାକୁ ଚେଷ୍ଟା କରିଥାନ୍ତି । ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଖଣ୍ଡୁଆପାଟ ତିଆରି କରୁଥିବା ଆଠଗଡର ସେବକ ପରିବାରଙ୍କ କଥା ସମ୍ପୂର୍ଣ ଭିନ୍ନ ଅଟେ। ଯିଏକି ଜୀବନର ପ୍ରତିଟି ମୁହୂର୍ତ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗ କରିଦେଇଥାନ୍ତି।
Trending Photos
(ରିପୋର୍ଟ- ମନୋରଞ୍ଜନ ମହାନ୍ତି)
ଆଠଗଡ :-ଗୀତଗୋବିନ୍ଦ ଖଣ୍ଡୁଆ ପାଟ ସହ ଜଗନ୍ନାଥ ମହାପ୍ରଭୁଙ୍କ ସଂପର୍କ ନିଆରା । ଏହି ପାଟ ପିନ୍ଧି ବଡଦେଉଳରେ ଝଲସୁଥାନ୍ତି ବଡଠାକୁର। କେବଳ ବଡ ଦେଉଳ ନୂହେଁ ଶ୍ରୀ ଜୀଉ ଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା ,ନିଳାଦ୍ରୀ ବିଜେ ହେଉ ଅବା ଅନବସର, ଏ ସବୁ ମହାପ୍ରଭୁଙ୍କର ନୀତୀକାନ୍ତୀ ଲାଗି ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆପାଟ ବସ୍ତ୍ରର। ଯା ବଡ ସାଆନ୍ତେ ଏହି ପାଟ ପିନ୍ଧି ମାଉସୀ ଘରକୁ ଯାଇଥାନ୍ତି। ଶ୍ରୀ ଜିୟୁଙ୍କ ଏ ସବୁ ବସ୍ତ୍ରକୁ ବାନ୍ଧରେ ବୁଣୀଥାନ୍ତି କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର କିଛି ପରିବାର। ଆଗକୁ ଆସୁଛି ରଥଯାତ୍ରା ଖଣ୍ଡୁଆ ପାଟ ପରିଧାନ କରି ଜଗନ୍ନାଥ ଯିବେ ମାଉସୀ ଘରକୁ ସେଥିପାଇଁ ବୁଣାକାର ପରିବାର ଏବେ ବାନ୍ଧ ବୁଣିବାରେ ବ୍ୟସ୍ତ। ଯାହାକୁ ପେଶା ନୁହଁ ସେବା ରୂପେ ଗ୍ରହଣ କରିଥାନ୍ତି ନୂଆପାଟଣାର ତ୍ରିଲୋଚନ ଦାସଙ୍କ ପରିବାର।
ତନ୍ତ ରେ ବୁଣିବାରେ ଲାଗିଥାନ୍ତି ସମସ୍ତ ପରିବାର ସଦସ୍ୟ। କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତ ରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ। ବଡ କଥା ହେଉଛି ଏ ସବୁ ବସ୍ତ୍ର ଲାଗିହୁଏ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ। ଆଗକୁ ଆସୁଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗରେ ଲାଗିହେବ ଏସବୁ ବସ୍ତ୍ର। ଏହା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ। ସେଥିପାଇଁ ଚଳଚଞ୍ଚଳ ବୁଣାକାର ପରିବାର। ଅନବସର ନିତୀଠାରୁ ଆରମ୍ଭ କରି ଘୋଷଯାତ୍ରା ପର୍ଯ୍ୟନ୍ତ ପ୍ରୁଭଙ୍କ ଅଙ୍ଗରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର। ଏହି ବସ୍ତ୍ର ରେ ଅନେକ ପ୍ରକାର ଡିଜାଇନରେ ତିଆରି କରିଥିବାବେଳେ, ଏଥିରେ ଲୁଚିରହିଥାଏ ଅନେକ ସ୍ବତନ୍ତ୍ରତା। କେଉଁ ବସ୍ତ୍ରରେ ଗିତ ଗୋବିନ୍ଦ ଲେଖାଯାଇଥାଏ ତ କେଉଁ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଳୋକ।ଘରର ପିଲା ଠାରୁ ବୃଦ୍ଧା ଯାଏଁ ଏହି ବସ୍ତ୍ରକୁ ତିଆରି କରିଥାନ୍ତି। ଏହି ବସ୍ତ୍ରକୁ ପିନ୍ଧି ପ୍ରଭୁ ଘୋଷଯାତ୍ରାରେ ଗଲାବେଳେ ଅନେକ ଆନନ୍ଦ ଲାଗିଥାଏ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଅନେକ ପ୍ରକାର ସେବାରେ ଲାଗିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ସେବକ ପରିବାର। ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ଯ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ମିଳିଥାଉ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଭଗବାନଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛନ୍ତି ଓ ଏଥିପାଇଁ ସେମାନେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ବୁଣାକାର ଙ୍କ ପରିବାର।