Rath yatra 2024 : ଜାଣନ୍ତୁ ରଥଯାତ୍ରାରେ ପ୍ରକୃତରେ କିଏ ଟାଣିକି ନେଇଥାନ୍ତି ରଥ
Advertisement
Article Detail0/zeeodisha/odisha2316025

Rath yatra 2024 : ଜାଣନ୍ତୁ ରଥଯାତ୍ରାରେ ପ୍ରକୃତରେ କିଏ ଟାଣିକି ନେଇଥାନ୍ତି ରଥ

Significance Of Chariots Ropes: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି। ଶ୍ରୀମନ୍ଦିର ସମ୍ମୁଖରୁ ଗୁଣ୍ଡିଚା ମନ୍ଦିର ଯାଏ ରଥ ଟାଣି ନେବେ ଭକ୍ତ । ତେବେ ରଥ ଟାଣିବାରେ ବ୍ୟବହୃତ ହେଉଥିବା ଦଉଡିର କ'ଣ ରହିଛି ମାହାତ୍ମ୍ୟ ।  ଆସନ୍ତୁ ଜାଣିବା...

Rath yatra 2024

Rath yatra 2024: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି। ଅଣସର ଘରୁ ବାହାରି ମହାପ୍ରଭୁ ରଥରେ ବସି ଯିବେ ମାଉସୀ ଘରକୁ।ଆଉ ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ।ସେପଟେ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ ପହଞ୍ଚିଛି ୫୧ ଦିନରେ।ଭକ୍ତ ଉତ୍ସାହିତ ଅଛନ୍ତି ରଥ ଟାଣିବାକୁ।ତେବେ ରଥ ଦୌଡ଼ିକୁ ନେଇ କିଛି ଅଲୌକିକ କଥା ଆସନ୍ତୁ ଜାଣିବା -

ଶାସ୍ତ୍ର ଅନୁଯାୟୀ ତିନି ରଥକୁ ଦଉଡି ସ୍ବରୂପ ବିରାଟ ନାଗ ଓ ନାଗୁଣୀ ଟାଣି ନେଇ ଥାଆନ୍ତି। ଯାହାକି ସାଧାରଣ ଭକ୍ତଙ୍କ ପକ୍ଷେ ଦେଖିବା ସମ୍ଭବ ନଥାଏ।

ତେବେ ମହାପ୍ରଭୁଙ୍କ ରଥର ପ୍ରତ୍ୟେକ ଅଂଶକୁ ଦେବତା ଭାବେ ପରିଗଣିତ କରାଯାଏ । କୁହାଯାଏ ରଥଯାତ୍ରାରେ ବିଶାଳ ରଥକୁ ସାରଥୀ, ପାର୍ଶ୍ୱ ଦେବାଦେବୀ, ସଖୀ ମୂର୍ତ୍ତି ଆଦିରେ ଦେବତାମାନେ ରହି ରଥ ଗଢିବାରେ ସାହାଯ୍ୟ କରିଥାନ୍ତି । ଭକ୍ତ କେବଳ ରଥ ଟାଣିବା କାର୍ଯ୍ୟ କରିବା ନିମିତ୍ତ ମାତ୍ର । ମହାପ୍ରଭୁଙ୍କ ଇଚ୍ଛାରେ ନିର୍ମିତ ବିଶାଳ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗତି କରିଥାଏ । ତେବେ ରଥଯାତ୍ରାରେ ରଥରେ ଲାଗୁଥିବା ଦଉଡ଼ିର ରହିଛି ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। 

 ତେବେ ମହାପ୍ରଭୁଙ୍କ ଚୂନରା ସେବାୟତଙ୍କ କହିବା ଅନୁସାରେ, ପ୍ରଭୁ ବଳଭଦ୍ରଙ୍କ ରଥକୁ ବାସୁକି ନାଗ, ଦେବୀ ସୁଭଦ୍ରାଙ୍କ ରଥକୁ ସ୍ଵର୍ଣ୍ଣଚୁଡ ନାଗ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ଶଙ୍ଖଚୁଡ ନାମକ ନାଗ ସ୍ବର୍ଗରୁ ଆସି ରଥ ଦଉଡ଼ି ଆକାର ଧାରଣ କରି ମହାପ୍ରଭୁଙ୍କ ରଥ ତ୍ରୟକୁ ଆଡ଼ପ ମଣ୍ଡପ ଅଭିମୁଖେ ଟାଣି ନେଇଥାନ୍ତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଯେଉଁ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥାନ୍ତି ସେମାନେ 84 ଜନ୍ମ ମୁକ୍ତି ଲାଭ କରିବା ଶହ ଅନେକ ପୁଣ୍ୟ ଲାଭ କରିଥାନ୍ତି ।

 ରଥଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଦଉଡି଼ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ଶିଳ୍ପ ନିଗମ ଯୋଗାଇ ଆସୁଛି । ପ୍ରତିବର୍ଷ ତିନି ରଥ ପାଇଁ 14ଟି ଦଉଡି ଆସିଥାଏ । ପ୍ରତି ରଥରେ 4ଟି ଲେଖାଏଁ ଦଉଡ଼ି ରଥ ଟାଣିବା ପାଇଁ ବ୍ୟବହାର ହୋଇଥାଏ । 2ଟି ଦଉଡି ଅଧିକ ରଖାଯାଇଥାଏ । ଏହି ଦଉଡି଼ ନିର୍ମାଣ ଶୈଳୀ ଅନ୍ୟ ଦଉଡି଼ ଅପେକ୍ଷା ଭିନ୍ନ ଓ ସ୍ୱତନ୍ତ୍ର । ସମ୍ପୂର୍ଣ ନଡ଼ିଆ କତାରେ ଏହି ଦଉଡି଼ ନିର୍ମାଣ ହୋଇଥାଏ । ହବିସାନ୍ନ କରି ଏହି ରଥର ଦଉଡି ନିର୍ମାଣ କରାଯାଏ । ପ୍ରତ୍ୟେକ ଦଉଡି଼ 220 ଫୁଟ ଲମ୍ବ ଓ 8 ଇଞ୍ଚ ଗୋଲେଇ । ଏହା ବେଶ ଦୃଢ଼ ଓ ଶକ୍ତ । ତେବେ ପୂର୍ବରୁ ସୁଦୂର କେରଳରୁ କତା ଦଉଡି଼ ରଥ ପାଇଁ ଆସୁଥିଲା । ଗତ 10 ବର୍ଷ ହେବ ତାହା ବନ୍ଦ ହୋଇ ଯାଇଛି । ବର୍ତ୍ତମାନ୍ ପୁରୀ ସାକ୍ଷୀଗୋପାଳରେ ଥିବା ଓଡ଼ିଶା କତା ନିଗମ ପ୍ରତିବର୍ଷ ନୁଆ ଦଉଡି଼ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଉଛନ୍ତି।