Kartik Purnima 2022 Date And Importance: କାହିଁକି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହାର ମହତ୍ତ୍ବ
Advertisement
Article Detail0/zeeodisha/odisha1423774

Kartik Purnima 2022 Date And Importance: କାହିଁକି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହାର ମହତ୍ତ୍ବ

Kartik Purnima 2022 Date and Importance: କାର୍ତ୍ତିକ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି ‌।

Kartik Purnima 2022 Date And Importance: କାହିଁକି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହାର ମହତ୍ତ୍ବ

Kartik Purnima 2022 Date and Importance: କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ । ଏହି ମାସରେ ବିଶେଷ କରି ଓଡିଶାରେ ହବିଷ୍ୟାଳୀ ମାନେ ମାସେ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା , ଏହି ଦିନଟି ମନେ ପକାଏ ଉତ୍କଳର ଐତିହ୍ୟ, ସାଧବପୁଅଙ୍କ ଲେଉଟାଣୀର କାହାଣୀ । ଦୂର ଦୂରକୁ ବାଣିଜ୍ୟ ପାଇଁ ଯାଇଥିବା ଓଡ଼ିଆପୁଅ ମାନେ ସେହିଦିନ ହିଁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।  ଏ ପରମ୍ପରା ହିଁ ବଖାଣେ ଓଡ଼ିଶାର ବୋଇତ ବନ୍ଦାଣର ଐତିହ୍ୟ। ତେବେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୮ ତାରିଖରେ ପାଳନ ହେବ । ବିଶ୍ୱାସ କରାଯାଏ ଯେ, ଏହି ଦିନରେ ନଦୀରେ ସ୍ନାନ କରି ଦାନ କରିବା ଦ୍ୱାରା ପୁଣ୍ୟପ୍ରାପ୍ତି ହୋଇଥାଏ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ମାସ । କାର୍ତ୍ତିକ ପୂର୍ଣ୍ଣିମାକୁ ଦେବ ଦୀପବାଳି ନାଁରେ ମଧ୍ୟ ଜଣାଶୁଣା ।  ଏହି ମାସରେ ଧର୍ମ ଅର୍ଜନ ପାଇଁ କେତେକ ଆମିଷ ମଧ୍ୟ ଛାଡି ଥାନ୍ତି । 

କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ :

କାର୍ତ୍ତିକ ପୂର୍ଣ୍ଣିମା ଶୁଭ ତିଥି, ୨୦୨୨,୭ ନଭେମ୍ବର ସନ୍ଧ୍ୟା ୪ଟା ୧୫ରୁ ଆରମ୍ଭ ହୋଇ ୮ ନଭେମ୍ବର ସନ୍ଧ୍ୟା ୪ଟା ୩୧ ପର୍ଯ୍ୟନ୍ତ ରହିଛି। ପୂର୍ଣ୍ଣିମା ଦିନ, ସ୍ନାନ କରିବାର ଶୁଭ ସମୟ ସନ୍ଧ୍ୟା ୪ଟା ୩୮ ପର୍ଯ୍ୟନ୍ତ ରହିଛି । ଦାନ କରିବାର ଶୁଭ ସମୟ ୮ ନଭେମ୍ବର ସୂର୍ଯ୍ୟାସ୍ତ ପୂର୍ବରୁ କରିବେ । ଯାହା ଆପଣଙ୍କୁ ପୁଣ୍ୟ ଫଳ ପ୍ରଦାନ କରିବ । 

କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ :

କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁରାକୁ ହତ୍ୟା କରିଥିଲେ। ତ୍ରିପୁରାସୁର ହତ୍ୟାରେ ସନ୍ତୁଷ୍ଟ ହୋଇ ଦେବତାମାନେ କାଶୀରେ ଦୀପ ଜାଳିଥିଲେ। ସେଥିପାଇଁ ଏହାକୁ ଦେବ ଦୀପାବଳି ମଧ୍ୟ କୁହାଯାଏ ।

କାର୍ତ୍ତିକ ପୂର୍ଣ୍ଣିମାରେ ନଦୀରେ ଗାଧୋଇବାର ଗୁରୁତ୍ୱ  :

କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି । ବିଶ୍ୱାସ କରାଯାଏ ଯେ, ଏହି ଦିନ ସ୍ୱର୍ଗରୁ ଆସିଥିବା ଦେବତାମାନେ ମଧ୍ୟ ଗଙ୍ଗାରେ ସ୍ନାନ କରନ୍ତି। ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବରେ ଗଙ୍ଗାରେ ଗାଧୋଇବା ଉଚିତ୍। ଯଦି ଆପଣଙ୍କ ପାଇଁ ଗଙ୍ଗାରେ ଗାଧୋଇବା ସମ୍ଭବ ନୁହେଁ, ତେବେ ପବିତ୍ର ପାଣିରେ ଗଙ୍ଗା ଜଳକୁ ମିଶାଇ ସ୍ନାନ କରାଯାଇପାରିବ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କିପରି କରିବା ଦୀପ ଦାନ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଏକ ନଦୀ କିମ୍ବା ପୋଖରୀ କୂଳରେ ଦୀପ ଦାନ କରିବାର ଏକ ବିଶେଷ ମହତ୍ତ ରହିଛି । ଏହି ଦିନ ବ୍ରହ୍ମା ମୁହୂର୍ତ୍ତ ସକାଳେ ଏକ ନଦୀ କିମ୍ବା ପୋଖରୀରେ ଦୀପ ଜାଳନ୍ତୁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୀପ ଦାନ କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି ।