Advertisement
Article Detail0/zeeodisha/odisha2314035
Zee OdishaOdisha Spiritualityspiritual news : ଜାଣନ୍ତୁ,ମହାପ୍ରଭୁ ଜଗନ୍ନାଥଙ୍କ ମୁହଁ କାହିଁକି କଳା?

spiritual news : ଜାଣନ୍ତୁ,ମହାପ୍ରଭୁ ଜଗନ୍ନାଥଙ୍କ ମୁହଁ କାହିଁକି କଳା?

why lord Jagannath's dark skin : ଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଶରୀରର ରଙ୍ଗ ଭିନ୍ନ ହୋଇଥିବା ବେଳେ ମୁହଁଟି ତାର କଳା। ତେବେ ଜାଣନ୍ତୁ ପ୍ରଭୁ ଜଗନ୍ନାଥଙ୍କ ମୁହଁର ରଙ୍ଗ କଳା କାହିଁକି ?

jagannath
jagannath

spiritual news: ଅଧା ଗଢ଼ା ହୋଇଥିବା ସେହି ହଟିଆ ଠାକୁରର ଲୀଳା ବଡ଼ ବିଚିତ୍ର। ଶରୀରର ରଙ୍ଗ ଭିନ୍ନ ହୋଇଥିବା ବେଳେ ମୁହଁଟି ତାର କଳା। ତେବେ ଆପଣ ଜାଣିଛନ୍ତି କି ପ୍ରଭୁ ଜଗନ୍ନାଥଙ୍କ ମୁହଁର ରଙ୍ଗ କଳା କାହିଁକି ? ତେବେ ଆସନ୍ତୁ ଜାଣିବା ଜଗନ୍ନାଥଙ୍କ ମୁହଁ କଳା ହେବା ପଛର ରହସ୍ୟ କଣ।

ସମସ୍ତେ ଜାଣିଛନ୍ତି ଯେ, ପୂର୍ବରୁ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଥିଲେ । ସେ ମାଆ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇ ମାଆ ଯଶୋଦାଙ୍କ କୋଳରେ ବଢିଥିଲେ । ମାମୁଁ କଂସ ଠାରୁ ବର୍ତ୍ତିବା ପାଇବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଗୋପପୁରରେ ରହିଥିଲେ, ଆଉ ଦିନେ ସେ ବଡ଼ ହୋଇ ସେହି ମାମୁଁ କଂସକୁ ବଦ୍ଧ କରିବା ପାଇଁ ମଥୁରାପୁରକୁ ଯାଇଥିଲେ।

ଗୋପପୁରରେ ସମସ୍ତଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ସେ ମଥୁରାପୁରକୁ ଯିବାକୁ ବାହାରିଲେ । ଷୋହଳ ଶହ ଗୋପୀ ,ବନ୍ଧୁ ସଖା ଏବଂ ପୁରା ପରିବାରକୁ ଛାଡି ଏକୁଟିଆ ମାମୁଁ ଘରକୁ ଯିବାକୁ ବାହାରିଲେ ଭଗବାନ । ମା ପଚାରିବାରୁ କୃଷ୍ଣ କହିଲେ ଏହା ମାତ୍ର ଅଳ୍ପ ଦିନର ଯାତ୍ରା ମାମୁଁ ଘରୁ ଯାଇ ମୁଁ ପୁଣି ଖୁବଶୀଘ୍ର ଫେରିଆସିବି ମା’ । ଅଳ୍ପ ଦିନରେ ଫେରି ଆସିବାର କଥା ଦେଇ ଶେଷରେ ଗୋପପୁର ଛାଡି କାହ୍ନୁ ମଥୁରାକୁ ଗଲେ ହେଲେ ସେଠୁ ଆଉ ଫେରିବାର ନା ଧରିଲେ ନାହିଁ । ବହୁ ଦିନ ବିତିଯିବାରୁ ସମସ୍ତେ କାହ୍ନୁଙ୍କୁ ଝୁରିବାକୁ ଲାଗିଲେ । ହେଲେ କାହ୍ନୁ ନ ଫେରିବାରୁ ଶେଷରେ ସମସ୍ତ ଗୋପୀ ଓ ବନ୍ଧୁମାନେ ଯାଇ ମା ଯଶୋଦାଙ୍କୁ ପଚାରିଲେ ହେ ମା ଯଶୋଦା ତୁମର ନନ୍ଦ ଲାଲା କୃଷ୍ଣ କେବେ ଗୋପପୁରକୁ ଫେରିବ ? ମା ବି ଦୁଃଖରେ ନିଜ ପୁଅକୁ ଝୁରୁଛି ହେଲେ ତାକୁ ବି ଜଣା ନାହିଁ ତାର ପୁଅ କେବେ ତା ପାଖକୁ ଫେରିବ ,ସେ ଏଥିରେ କାହାକୁ କଣ ବା ଉତ୍ତର ଦେବ ? ସେପଟେ ବିରହିନୀ ରାଧାରାଣୀ ବି ତାଙ୍କ କାହ୍ନୁଙ୍କୁ ଝୁରି ଝୁରି ଭାଙ୍ଗି ପଡିଲେଣି । ଦୀର୍ଘଦିନ ପରେ କାହ୍ନୁ ନ ଫେରିବାରୁ ସମସ୍ତେ ମା ଯଶୋଦାଙ୍କୁ ନିନ୍ଦା ଅପବାଦ ଦେବାକୁ ଲାଗିଲେ । ସମସ୍ତେ କହିଲେ ତୋ ପୁଅଟା ବଡ଼ ଦୋଗାଲିଆଟା ,ତୋ ପୁଅ ଚୋରଟା ଏଠି ସମସ୍ତଙ୍କ ମନ ଚୋରାଇ ନେଇ ସେଠି ମଥୁରାରେ ଶାନ୍ତିରେ ଏକୁଟିଆ ରହିଛି । ଏଭଳି ନିନ୍ଦା ଅପବାଦ ଶୁଣି ମା ଯଶୋଦାଙ୍କ ମୁହଁ ତଳକୁ ହୋଇଗଲା ସମସ୍ତଙ୍କ କଥା ଶୁଣି ମା ଯଶୋଦାଙ୍କ ମୁହଁ କଳା କାଠ ପାଲଟିଗଲା ।

Add Zee News as a Preferred Source

ଶେଷରେ ଭଗବାନ ଶ୍ରୀ କୃଷ୍ଣ ମାମୁଁ କଂସକୁ ବଧ କରି ଗୋପପୁରକୁ ଫେରିଲେ । ଶ୍ରୀ କୃଷ୍ଣ ଫେରି ମା ଙ୍କୁ ପଚାରିଲେ ହେ ମା ତୁମର ମୁହଁ କାହିଁକି ଶୁଖି କଳା କାଠ ପଡି ଯାଇଛି ? ମା ଉତ୍ତରରେ କହିଲେ ତୁ ଯିବାପରେ ମତେ ସମସ୍ତେ ଏଠି ଦୋଗାଲିଆ କହିଲେ ବହୁ ନିନ୍ଦା ଅପବାଦ ଦେଲେ ,ଆଉ ତୋରି ପାଇଁ ସମସ୍ତ ଆଗରେ ମୋର ମୁହଁ ପୋଡି କଳା ଅଙ୍ଗାର ହୋଇଗଲା । ମା ଙ୍କ କଥା ଶୁଣି ଭଗବାନଙ୍କୁ ବହୁତ କଷ୍ଟ ଲାଗିଲା । ସେଠି ମା ଙ୍କୁ କଥା ଦେବାକୁ ଯାଇ ଭଗବାନ କହିଲେ ମା ଆଜି ସିନା ମୋ ପାଇଁ ତୋର ମୁହଁ ପୋଡି କଳା କାଠ ହୋଇଗଲା, କାଲି ଯେବେ ମୁଁ କଳିଯୁଗରେ ଜଗନ୍ନାଥ ରୂପରେ ଜନ୍ମ ନେବି ତୁ ଦେଖିବୁ ମା’ ମୋ ପୁରା ଶରୀରର ରଙ୍ଗ ଭିନ୍ନ ହେବ ଏବଂ ମୋ ମୁହଁଟି ଅଙ୍ଗାର ପରି କଳା କାଠ ହୋଇଥିବ । ଆଉ ସମସ୍ତଙ୍କୁ ମୁଁ ଏହା ହିଁ ପ୍ରମାଣ କରିବି, ମୋ ମା’ ମୁହଁ କେବେ ହେଲେ କଳା ନୁହେଁ । ମୁଁ ହିଁ ସମସ୍ତଙ୍କୁ କଷ୍ଟ ଦେଇଥିଲି ତେଣୁ ମୋର ମୁହଁ ହିଁ କଳା ହେବ । ଏହି କାରଣରୁ ପ୍ରଭୁ ଜଗନ୍ନାଥଙ୍କ ମୁହଁ କଳା ଅଟେ ।

About the Author