Vastu Tips :ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ବାସ୍ତୁର ଏହି ୫ ନିୟମ
Advertisement
Article Detail0/zeeodisha/odisha2305128

Vastu Tips :ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ବାସ୍ତୁର ଏହି ୫ ନିୟମ

Five rules of Vastu : ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ର ବିଷୟରେ ବହୁ ପରାମର୍ଶ ଯୁଧିଷ୍ଠିରଙ୍କୁ ଦେଇଛନ୍ତି ।ପଢନ୍ତୁ ସେହି ନିୟମ ଗୁଡ଼ିକ ବିଷୟରେ....

Vastu Tips For Happiness

Vastu Tips For Happiness : ଭଗବାନ ଶ୍ରୀକୃଷ୍ଣ ବାସ୍ତୁ ଶାସ୍ତ୍ର ବିଷୟରେ ବହୁ ପରାମର୍ଶ ଯୁଧିଷ୍ଠିରଙ୍କୁ ଦେଇଛନ୍ତି । ଯୁଧିଷ୍ଠିରଙ୍କ ରାଜ ତିଳକ ସମୟରେ ସେ ତାଙ୍କୁ ରାଜ୍ୟ ଓ ଘରର ସୁଖ ସମୃଦ୍ଧି ଲାଗି ବାସ୍ତୁ ଉପାୟ କହିଥିଲେ । ଜ୍ୟୋତିଷବିଦ୍‌ଙ୍କ ମତରେ ପ୍ରଭୁ ଶ୍ରୀକୃଷ୍ଣ କହିଥିବା ବାସ୍ତୁ ନିୟମ  ନିଜ ଜୀବନରେ ଅନୁସରଣ କଲେ ଦାରିଦ୍ର‌୍ୟତା ସଂପୂର୍ଣ୍ଣ ଭାବରେ ହଟିଯିବ ।ତେବେ ଚାଲନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ

ପ୍ରଭୁ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଯେଉଁଠାରେ ଏହି ପଞ୍ଚତତ୍ତ୍ୱ ଧୂପ, ଦୀପ, ପୁଷ୍ପ, ଗନ୍ଧ ଓ ନୈବେଦ୍ୟ ରହିଛି ସେଠାରେ ବାସ୍ତୁ ଦୋଷ ସମସ୍ୟା ପାଖ ମାଡି ନ ଥାଏ ।

ପାଣି: ପ୍ରଭୁ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଆପଣଙ୍କ ରାଜ୍ୟ କିମ୍ବା ଘରେ ସର୍ବଦା ପିଇବା ପାଣିର ସଠିକ୍ ବ୍ୟବସ୍ଥା କରାଯିବା ଉଚିତ । ପାଣିର ବ୍ୟବସ୍ଥା ସର୍ବଦା ଉତ୍ତର ପୂର୍ବ ଦିଗରେ ହେବା ଉଚିତ ।

ଚନ୍ଦନ: ଘରେ ଚନ୍ଦନ ନିହାତି ରଖିବା ଉଚିତ । ଚନ୍ଦନ ଘରେ ପବିତ୍ରତା ବୃଦ୍ଧି କରିଥାଏ । ଏହାର ସୁଗନ୍ଧ କେବେ ହ୍ରାସ ପାଏ ନାହିଁ ।

ଘିଅ: ଘରେ ଗାଈର ଶୁଦ୍ଧ ଘିଅ ବ୍ୟବହାର କରିବା ଦ୍ୱାରା ପବିତ୍ରତା ବୃଦ୍ଧି ପାଇଥାଏ । ଆପଣ ଏହି ଘିଅରେ ଦୀପ ଜାଳିବା ସହିତ ଭୋଜନରେ ମଧ୍ୟ ଏହା ବ୍ୟବହାର କରିପାରିବେ । ଘରେ ଘିଅ କେବେ ଯେପରି ନ ସରିବ ସେଥିପ୍ରତି ଦୃଷ୍ଟି ଦେବେ ।

ମହୁ: ଏହା ଆପଣଙ୍କ ଆତ୍ମାକୁ ଶୁଦ୍ଧ କରିବା ସହିତ ଏହାର ପ୍ରୟୋଗ ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ ।

ସରସ୍ୱତୀ: ମା’ ସରସ୍ୱତୀଙ୍କ ପୂଜନ ବ୍ୟକ୍ତିକୁ ଗରିବୀରୁ ଦୂରେଇ ରଖିଥାଏ । ବୁଦ୍ଧିକୁ ଶୁଦ୍ଧ ରଖିଥାଏ । ଏଣୁ ସରସ୍ୱତୀଙ୍କ ଫଟୋ ଘରେ ନିଶ୍ଚୟ ରଖନ୍ତୁ ।