History of Suna Besha : ଜାଣନ୍ତୁ ମହାପ୍ରଭୁଙ୍କ ସୁନାବେଶରେ ଲାଗୁଥିବା ସୁନା କେଉଁଠୁ ଆସିଥିଲା?
Advertisement
Article Detail0/zeeodisha/odisha2337982

History of Suna Besha : ଜାଣନ୍ତୁ ମହାପ୍ରଭୁଙ୍କ ସୁନାବେଶରେ ଲାଗୁଥିବା ସୁନା କେଉଁଠୁ ଆସିଥିଲା?

The gold avatar of God : ଲୀଳାମୟଙ୍କ ଲୀଳା ଯେତିକି ଚମତ୍କାର। ତାଙ୍କ ନୀତିକାନ୍ତିବି ସେତିକି ସ୍ବତନ୍ତ୍ର। ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ବର୍ଷତମାମ ମହାପ୍ରଭୁଙ୍କ ଅନେକ ବେଶ ଅନୁଷ୍ଠିତ ହୋଇଥାଏ । ସେଥି ମଧ୍ୟରୁ ସୁନାବେଶ ହେଉଛି ଅନ୍ୟତମ। ଜାଣନ୍ତୁ  ସୁନାବେଶ କେବେଠୁ ଆରମ୍ଭ ହେଉଛି?ଆଉ ମହାପ୍ରଭୁଙ୍କ ପାଖରେ ଲାଗୁଥିବା ସୁନା ସବୁ କେଉଁଠୁ ଆସିଲା....

suna besha 2024

suna besha 2024 : ଜଗତର ନାଥ ଜଗନ୍ନାଥ, ତା ନାଁ ଯେମିତି ତା ଲୀଳା ବି ସେମିତି।  ଲୀଳାମୟଙ୍କ ଲୀଳା ଯେତିକି ଚମତ୍କାର। ତାଙ୍କ ନୀତିକାନ୍ତିବି ସେତିକି ସ୍ବତନ୍ତ୍ର। ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ବର୍ଷତମାମ ମହାପ୍ରଭୁଙ୍କ ଅନେକ ବେଶ ନୀତି ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୋଇଥାଏ । ସେଥି ମଧ୍ୟରୁ ସୁନାବେଶ ହେଉଛି ଅନ୍ୟତମ।ତେବେ ଆପଣ ଜାଣିଛନ୍ତି କି ସୁନାବେଶ କେବେଠୁ ଆରମ୍ଭ ହେଉଛି?ଆଉ ମହାପ୍ରଭୁଙ୍କ ପାଖରେ ଲାଗୁଥିବା ସୁନା ସବୁ କେଉଁଠୁ ଆସିଲା? 
ତେବେ ଜାଣନ୍ତୁ ସୁନାବେଶ ଇତିହାସ ବିଷୟରେ।

ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି। ମହଣ ମହଣ ସୁନାରେ ମହାପ୍ରଭୁଙ୍କ ବେଶ ଚିତାକର୍ଷକ ହୋଇ ଥିବାବେଳେ ଏହି ବେଶକୁ ଦର୍ଶନ କରିବାପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିଥାନ୍ତି। ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ଏହି ସୁନାବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜିଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ୟ୍ୟନ୍ତ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦିଅନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇବାର ପରମ୍ପରା ରହିଛି । ତିନି ଠାକୁର ଧାରଣ କରନ୍ତି ଭିନ୍ନ ଭିନ୍ନ ଅଳଙ୍କାର । କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ବର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି। 

ସୁନାବେଶ ଇତିହାସ:-
ଶ୍ରୀମନ୍ଦିର ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ କରି ରାଜା ଇନ୍ଦ୍ରଦ୍ୟୁମ୍ନ ରଥଯାତ୍ରାର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ସୁନାବେଶ କରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ ପରେ ୧୬ଟି ହାତୀ ପିଠିରେ ଅନେକ ସୁନା ଅଳଙ୍କାର ଆଣି ମହାପ୍ରଭୁଙ୍କ ଚରଣ କମଳରେ ଅର୍ପଣ କଲେ। ସେତେବେଳେ ରାଜା କପିଳେନ୍ଦ୍ର ଦେବ ତଢ଼ଉକରଣଙ୍କ ପରାମର୍ଶ କ୍ରମେ ବାହୁଡା ଏକାଦଶୀରେ ମହାପ୍ରଭୁଙ୍କର ସୁନା ବେଶ କରାଇଥିଲେ। ଯେହେତୁ ମହାପ୍ରଭୁଙ୍କ ସମସ୍ତ ସୁନାବେଶ ରତ୍ନ ସିଂହାସନରେ ହେଉଥିଲା ଅନେକ ବର୍ଗର ଭକ୍ତ ଏହି ଦିବ୍ୟ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ରହୁଥିଲେ। ତେଣୁ ରାଜାଙ୍କ ଅନୁମତି କ୍ରମେ ବାହୁଡା ଏକାଦଶୀରେ ରଥ ଉପରେ ମହାପ୍ରଭୁଙ୍କର ଏହି ଦିବ୍ୟ ସୁନା ବେଶ ଅନୁଷ୍ଠିତ ହୋଇଆସୁଛି। 

ତେବେ ତଡ଼ଉକରଣଙ୍କ ଅନୁରୋଧରେ ଏହି ବେଶ ହେଉଥିବା ଯୋଗୁଁ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶକୁ ବଡ଼ ତଢାଉ ବେଶ ମଧ୍ୟ କୁହାଯାଏ।ସାରା ବିଶ୍ବରେ ଏ ବେଶ ଭଳି ବେଶ ଆଉ କେଉଁଠି ନାହିଁ । ଏମିତି ଅଳଙ୍କାର ତାଙ୍କ ଛଡ଼ା ଆଉ କେହି ଧାରଣ କରନ୍ତି ନାହିଁ । ସେ ବେଶକୁ ଦେଖି ଆହ୍ଲାଦିତ ହୁଏ ଜଗତ । ରଥରେ ବିରାଜମାନ କୋଟି ଓଡ଼ିଆର ମଉଡମଣିକୁ ଦେଖି ଆଖି ଲାଖିଯାଏ ଭକ୍ତର ।ସେବେଠୁ ଆଜି ପର୍ଯ୍ୟନ୍ତ ପଲନ ହେଉଛି ସୁନାବେଶ।