mystery of jagannath mahaprasad : କାହିଁକି ଆଳୁ ପଡେ ନାହିଁ ମହାପ୍ରଭୁଙ୍କ ମହାପ୍ରସାଦରେ : ଜାଣନ୍ତୁ ଏହା ପଛର ରହସ୍ୟ
Advertisement
Article Detail0/zeeodisha/odisha2319413

mystery of jagannath mahaprasad : କାହିଁକି ଆଳୁ ପଡେ ନାହିଁ ମହାପ୍ରଭୁଙ୍କ ମହାପ୍ରସାଦରେ : ଜାଣନ୍ତୁ ଏହା ପଛର ରହସ୍ୟ

Mystery of Jagannath mahapradad : ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଓ କାହିଁକି ମହପ୍ରସାଦରେ ପକା ଯାଏନି ଆଳୁ ? ପୁରା ପଢନ୍ତୁ...

 mahaprasad

Mahaprasad in puri : ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପାଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହାପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ବହୁତ୍ କମ୍ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଓ କାହିଁକି ମହପ୍ରସାଦରେ ପକା ଯାଏନି ଆଳୁ?

ଶ୍ରୀକ୍ଷେତ୍ରରେ ପ୍ରତିଦିନ ମହା ପ୍ରଭୁଙ୍କୁ ନିମନ୍ତେ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ହେଲେ ରୋଚକ ତଥ୍ୟ ଏହାଯେ ସେଠାରେ ପ୍ରସ୍ତୁତ ହେଉଥିବା ୫୬ ପ୍ରକାର ମହ୍ରାସାଦରେ ଆଳୁ ବ୍ୟବହାର କରାଯାଏ ନାହିଁ ।ଯାହା ପଛରେ ଏକ ବିଶେଷ କାରଣ ରହିଛି । ଆଳୁ ଏକ ବିଦେଶୀ ପରିବା ଅଟେ । ମହାପ୍ରସାଦ କେବଳ ଭାରତୀୟ ପନି ପରିବାରେ ପ୍ରସ୍ତୁତ କରାଯାଏ । ଏହା ଛଡା ମହାପ୍ରସାଦରେ ବିଲାତି ବାଇଗଣ, ପିଆଜ,ଲାଲ୍ ଲଙ୍କା ,ରସୁଣ ଆଦି ମହାପ୍ରସାଦ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ ନାହିଁ । ତେବେ ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ୫୬ ପ୍ରକାର ଭୋଗ ହେଉଛି ସାଧା ଅନ୍ନ, ଦହି ପଖାଳ, କାନିକା, ଥାଳି ଖିଚୁଡି, ଅଦା ପଖାଳ, ଘିଅ ଅନ୍ନ, ମିଠା ପଖାଳ, ଖେଚୁଡି, ଖଜା, ଗଜା, ଲଡୁ,ଜିରାଲଡୁ, ମଗଜ ଲଡୁ, ମଠା ପୁଳି,ଖୁରୂମା, ଜଗନ୍ନାଥ ବଲ୍ଲଭ, କାକରା, ଲୁଣି ଖୁରୂମା, ମରିଚ ଲଡୁ ସୁଆର ପିଠା, ଛଡାଇ, ଝିଲ୍ଲି, କାନ୍ତି, ମଣ୍ଡା, ଅମାଲୁ, ପୁରି,ଲୁଚି,ଦହବରା,ବରା,ଆରିସା,ତିରିୁରି, ରୋସପାଇକ,ଖିରୀ, ପୁଡି,ଖୁଆ,ରସାବଳି, ତାଡିଆ,ଛେନାଖଇ, ମହୁର,ପୋଟଳ ରସା, ବାୁଡି ଖଜା, ଖୁଆ ମଣ୍ଡା, ସରପୁଳି,ବିରିଡାଲି, ଚଣା ଡାଲି, ମିଠା ଡାଲି, ମୁଗ ଡାଲି, ଡାଲମା, ରାଇତା, ବେସର, ଶାଗ, ବାଇଗଣି, ଏବଂ ଖଟା ।

ଯେଉଁଠାରେ ଏହି ମହାପ୍ରସାଦ ପ୍ରସ୍ତୁତ କରାଯାଏ ତାକୁ ରୋଷଘର ବୋଲି କୁହାଯାଏ। ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ରୋଷଘରେ ୨୫୬ ଚୁଲି ଲଗାଯାଇଥାଏ । ଏହାକୁ ପୃଥିଵୀର ସବୁଠୁ ବଡ ରୋଷଘର ବୋଲି କୁହାଯାଏ । ଏଠାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ୪୫ ମିନିଟ୍ ରେ ଖାଦ୍ୟ ପ୍ରସ୍ତୁତ କରାଯାଏ। ଶୁଣଯାଏ ଯେ ମହାପ୍ରସାଦ କେବେ କମ୍ ପଡେ ନାହିଁ । ତେବେ ଏହା ମହାପ୍ରଭୁ ଏବଂ ମା ମହାଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ ବୋଲି କୁହାଯାଏ । ସବୁ ଦେବାଦେବୀ ପୀଠରେ ଲାଗୁ କରାଯାଉଥିବା ଭୋଗ କୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେଇଥିବା ଭୋଗକୁ ମହାପ୍ରସାଦ କୁହାଯାଏ । ଏହାର ବି ଏକ ରହସ୍ୟ ରହିଛି । ତାହା ହେଉଛି ଯେ ଏଠାରେ ସ୍ୱୟଂ ମା ମହଲକ୍ଷ୍ମୀ ରୋଷଇଘରେ ୫୬ ଭୋଗ ପ୍ରସ୍ତୁତି କରିବାର ବିଶ୍ୱାସ ରହିଛି ଏବଂ ମହାପ୍ରଭୁ ସ୍ୱୟଂ ଏହାକୁ ଭୋଜନ କରିଥାନ୍ତି । ସେଥିପାଇଁ ଏହାକୁ ମହାପ୍ରସାଦ ବୋଲି କୁହ।ଯାଏ । ତେବେ ଅନ୍ୟ ମନ୍ଦିରମାନଙ୍କରେ ଲଗ।ଯାଉଥିବା ଭୋଗକୁ ଦେବାଦେବୀ ଆଗ୍ରହଣ କରିଥାନ୍ତି । ସେଥିପାଇଁ ଏହାକୁ ପ୍ରସାଦ ବୋଲି କୁହାଯାଏ । ତେବେ ମହାପ୍ରସାଦ ପାଇବା ପାଇଁ ଦେବତାଙ୍କ ଠାରୁ ଆରମ୍ଭ କରି ବ୍ରାହ୍ମଣ ଏବଂ ସମସ୍ତ ମନୁଷ୍ୟ ଅପେକ୍ଷା କରିଥାନ୍ତି ।