Crickter Death: ପିଚ୍ ଉପରେ ଦୌଡ଼ୁଥିବା ବେଳେ ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ
Advertisement
Article Detail0/zeeodisha/odisha2080709

Crickter Death: ପିଚ୍ ଉପରେ ଦୌଡ଼ୁଥିବା ବେଳେ ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ

Crickter Death: ଜଣେ ଯୁବ କ୍ରିକେଟ୍ ପିଚ୍‌ରେ ଦୌଡ଼ୁଥିବା ବେଳେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି। କ୍ରିକେଟର ଜଣଙ୍କ ଜାମ୍ମୁ କାଶ୍ମୀରର ହୋଇଥିବା ବେଳେ ପିଚ୍ ଉପରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି।ସୂଚନା ଅନୁଯାୟୀ, ବୋଲିଂ ରନ୍ଅପ୍ ସମୟରେ ଜଣେ ୨୦ ବର୍ଷ ବୟସ୍କ ଯୁବ କ୍ରିକେଟରଙ୍କର ମୃତ୍ୟୁ ହୋଇଛି। 

Crickter Death: ପିଚ୍ ଉପରେ ଦୌଡ଼ୁଥିବା ବେଳେ ଚାଲିଗଲା ଏହି କ୍ରିକେଟରଙ୍କ ଜୀବନ

Crickter Death: ଜଣେ ଯୁବ କ୍ରିକେଟ୍ ପିଚ୍‌ରେ ଦୌଡ଼ୁଥିବା ବେଳେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି। କ୍ରିକେଟର ଜଣଙ୍କ ଜାମ୍ମୁ କାଶ୍ମୀରର ହୋଇଥିବା ବେଳେ ପିଚ୍ ଉପରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି।ସୂଚନା ଅନୁଯାୟୀ, ବୋଲିଂ ରନ୍ଅପ୍ ସମୟରେ ଜଣେ ୨୦ ବର୍ଷ ବୟସ୍କ ଯୁବ କ୍ରିକେଟରଙ୍କର ମୃତ୍ୟୁ ହୋଇଛି। ସୋହେବ ୟାସିନ ନାମକ ଏହି କ୍ରିକେଟର ଜୁନାଦ ନାମରେ ମଧ୍ୟ ଜଣାଶୁଣା। ତାଙ୍କ ପିତାଙ୍କ ନାମ ମହମ୍ମଦ ୟାସିନ୍। ସେ ବାରାମୁଲାର ହାନଜିୱେରା ଅଞ୍ଚଳର ବାସିନ୍ଦା।

fallback

କିଏ ସେହି କ୍ରିକେଟର ?

ଜାମ୍ମୁ କାଶ୍ମୀରର ଏତ ନ୍ୟୁଜ୍ ଏଜେନ୍ସି ର ଖବର ଅନୁଯାୟୀ ଏହି ଖେଳାଳିଙ୍କ ନାମ ସୋହେବ ୟାସିନ୍। ବାରାମୁଲାର ପାଟାନର ହାନଜିୱେରା ଅଞ୍ଚଳରେ ଏକ ମ୍ୟାଚ୍ ବେଳେ ଏହି ଖେଳାଳିଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯେତେବେଳେ ଏହି ୨୦ ବର୍ଷୀୟ ଖେଳାଳି ବୋଲିଂ ପାଇଁ ରନ୍ଅପ୍ କରୁଥିଲେ, ସେ ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ। ଏହା ପରେ ଯୁବ ଖେଳାଳିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, କୁହାଯାଉଛି ଯେ ଏହି ଯୁବ କ୍ରିକେଟର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ନିକଟରେ ନୋଏଡାଠାରେ ମଧ୍ୟ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେଉଁଠାରେ ଜଣେ ବ୍ୟକ୍ତି କ୍ରିକେଟ୍ ଖେଳୁଥିବାବେଳେ ପିଚ୍‌ ଉପରେ ତାଙ୍କର ମୃତ୍ୟୁ ଘଟିଥିଲା। ଫିଲ୍ଡ ଉପରେ କ୍ରିକେଟରଙ୍କର ମୃତ୍ୟ କୌଣସି ନୂଆ କଥା ନୁହେଁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ବେଳେ, ଅଷ୍ଟ୍ରେଲିଆର ଫିଲ୍ ହ୍ୟୁଜ୍ ଙ୍କ ବଲରୁ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିଲ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଦୁଃଖିତ କରିଥିଲା। ସେହିପରି ଭାରତର ରମଣ ଲାମ୍ବା ମଧ୍ୟ ଫିଲ୍ଡ ଉପରେ ମୃତ୍ୟୁ ବରଣ କରିଥିଲେ।