Adam Zampa-Marcus Stoinis Kissing Photo: ଭାଲେଣ୍ଟାଇନ୍ସ ଡେ’ରେ ୨ ଷ୍ଟାର୍ ପୁରୁଷ କ୍ରିକେଟରଙ୍କ 'କିସ୍' କରୁଥିବା ଫଟୋ ଭାଇରାଲ, ଦେଖନ୍ତୁ...
Advertisement

Adam Zampa-Marcus Stoinis Kissing Photo: ଭାଲେଣ୍ଟାଇନ୍ସ ଡେ’ରେ ୨ ଷ୍ଟାର୍ ପୁରୁଷ କ୍ରିକେଟରଙ୍କ 'କିସ୍' କରୁଥିବା ଫଟୋ ଭାଇରାଲ, ଦେଖନ୍ତୁ...

Adam Zampa-Marcus Stoinis Kissing Photo: ପ୍ରକୃତରେ ଉଭୟ କଙ୍ଗାରୁ ଖେଳାଳିଙ୍କ ମଧ୍ୟରେ ବୋଣ୍ଡିଂ ବହୁତ ଚମତ୍କାର ରହିଛି । ପଡ଼ିଆ ବ୍ୟତୀତ ଦୁଇ ଖେଳାଳିଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଏନିସ  ଅଷ୍ଟ୍ରେଲିଆ ଦଳ ବ୍ୟତୀତ ବିଗ ବ୍ୟାସ ଲିଗରେ ମେଲବୋର୍ଣ୍ଣ ଷ୍ଟାରସ ପାଇଁ ଏକାଠି ଖେଳନ୍ତି । 

Adam Zampa-Marcus Stoinis Kissing Photo: ଭାଲେଣ୍ଟାଇନ୍ସ ଡେ’ରେ ୨ ଷ୍ଟାର୍ ପୁରୁଷ କ୍ରିକେଟରଙ୍କ 'କିସ୍' କରୁଥିବା ଫଟୋ ଭାଇରାଲ, ଦେଖନ୍ତୁ...

Adam Zampa Marcus Stoinis Viral Photo: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଷ୍ଟ୍ରେଲିଆର ୨ ଷ୍ଟାର୍ କ୍ରିକେଟର ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଇନିସଙ୍କ କିସ୍ ବା ଚୁମ୍ୱନ କରୁଥିବା ଫଟୋ (Adam Zampa Marcus Stoinis Kissing Photo) । ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଖେଳାଳି ଆଦାମ ଜାମ୍ପା (Adam Zampa) ଓ ମାର୍କସ ଷ୍ଟୋଇନିସ (Marcus Stoinis) ଙ୍କ ମଧ୍ୟରେ ମଜାଦାର କେମେଷ୍ଟ୍ରି ରହିଛି । ପ୍ରକୃତରେ ଉଭୟ କଙ୍ଗାରୁ ଖେଳାଳି (Australian Cricketers) ଙ୍କ ମଧ୍ୟରେ ବୋଣ୍ଡିଂ ବହୁତ ଚମତ୍କାର ରହିଛି । ପଡ଼ିଆ ବ୍ୟତୀତ ଦୁଇ ଖେଳାଳିଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଏନିସ  ଅଷ୍ଟ୍ରେଲିଆ ଦଳ ବ୍ୟତୀତ ବିଗ ବ୍ୟାସ ଲିଗ (Big Bash League) ରେ ମେଲବୋର୍ଣ୍ଣ ଷ୍ଟାରସ ପାଇଁ ଏକାଠି ଖେଳନ୍ତି । 

ବର୍ତ୍ତମାନ ଭାଲେଣ୍ଟାଇନ୍ସ ଡେ’ (Valentine Day 2023) ରେ ବିଗ୍ ବ୍ୟାସ୍ ଦଳ ମେଲବୋର୍ଣ୍ଣ ଷ୍ଟାର୍ସ ଆଡାମ ଜାମ୍ପା (Adam Zampa) ଓ ମାର୍କସ ଷ୍ଟୋଇନିସ (Marcus Stoinis) ଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଆଡାମ ଜାମ୍ପା ତାଙ୍କ ସାଥୀ ଖେଳାଳି ମାର୍କସ ଷ୍ଟୋଇନିସଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଏନିସଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏଥି ସହିତ ସୋସିଆଲ ମିଡିଆ ୟୁଜର୍ସମାନେ କ୍ରମାଗତ ଭାବରେ କମେଣ୍ଟ କରି ନିଜର ମତାମତ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ:-ଖେଳ ହେଲା କାଳ! ଗୋଲ ରକ୍ଷାକୁ ଯାଇ ଜୀବନ ହାରିଲେ ଏହି ଖେଳାଳି, କ୍ରୀଡ଼ା ଜଗତରେ ଶୋକର ଲହର

ଅଧିକ ପଢ଼ନ୍ତୁ:-କିଏ ସେ ଚେତନ ଶର୍ମା, ଯିଏ Zee Newର ଷ୍ଟିଙ୍ଗରେ ଖୋଲିଲେ ଭାରତୀୟ କ୍ରିକେଟ ଦଳର କଳା କାରନାମା!

ଅଧିକ ପଢ଼ନ୍ତୁ:-ଚେତନ ଶର୍ମାଙ୍କ ଘରକୁ ହାଜିରା ପକାଇବାକୁ ଯାଆନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍ନାକୁ ଆସିଲା ଏହି ଆଶ୍ଚର୍ଯ୍ୟଜନକ ସତ

ବାସ୍ତବରେ ଏହା ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଦୁଇ ଜଣଙ୍କ ସମ୍ପର୍କକୁ ନେଇ ଭିଡିଓ ପୋଷ୍ଟ କରିଛି । ଆଡାମ ଜାମ୍ପା  (Adam Zampa) ଓ ମାର୍କସ ଷ୍ଟୋଇନିସ (Marcus Stoinis) ଙ୍କ ମଧ୍ୟରେ ରହିଥିବା ବନ୍ଧୁତା ଜଣାଶୁଣା । ଉଲ୍ଲେଖନୀୟ କଥା ହେଉଛି, ୨୦୧୯ ମସିହାରେ କ୍ରିକେଟ୍ ଅଷ୍ଟ୍ରେଲିଆ ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଇନିସଙ୍କ ବ୍ରୋମାନ୍ସ ଉପରେ ଏକ ଭିଡିଓ କରିଥିଲା । ଏହି ଭିଡିଓରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଥିଲା । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ସମୟରେ, ବର୍ତ୍ତମାନ ଆଡାମ ଜାମ୍ପା ଓ ମାର୍କସ ଷ୍ଟୋଇନିସଙ୍କ ଏହି ଫଟୋ ଭାଲେଣ୍ଟାଇନ୍ସ ଡେ’ରେ ଅନେକ ହେଡଲାଇନ ସୃଷ୍ଟି କରୁଛି । ତେବେ ଅଷ୍ଟ୍ରେଲିଆର ଉଭୟ ଭେଟେରାନ ଖେଳାଳିଙ୍କ ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ ।