Pakistan New Selector: ଏହି ଖେଳାଳି ହେବେ ପାକିସ୍ତାନର ନୂଆ ଚୟନକର୍ତ୍ତା, ଭାରତ ବିପକ୍ଷରେ ଖେଳିସାରିଛନ୍ତି ଏକାଧିକ ମ୍ୟାଚ
Advertisement
Article Detail0/zeeodisha/odisha1500037

Pakistan New Selector: ଏହି ଖେଳାଳି ହେବେ ପାକିସ୍ତାନର ନୂଆ ଚୟନକର୍ତ୍ତା, ଭାରତ ବିପକ୍ଷରେ ଖେଳିସାରିଛନ୍ତି ଏକାଧିକ ମ୍ୟାଚ

କୁହାଯାଉଛି କି ସାହିଦ ଆଫ୍ରିଦି ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଆଗାମୀ ସମୟରେ ସ୍ଥାୟୀ ଚୟନକର୍ତ୍ତାଙ୍କର ନିର୍ବାଚନ ହେବ। ଆସେସ ସିରିଜରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ ଇଂଲଣ୍ଡ ଟିମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଥିଲା। ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଦଳର ନୂଆ କୋଚ ଭାବେ ଦାୟିତ୍ୱ ଦିଆଯାଇଥିଲା। ପରେ ଦଳ ବେଶ ଦମଦାର ପ୍ରଦର୍ଶନ କରିଆସୁଛି।

Pakistan New Selector: ଏହି ଖେଳାଳି ହେବେ ପାକିସ୍ତାନର ନୂଆ ଚୟନକର୍ତ୍ତା, ଭାରତ ବିପକ୍ଷରେ ଖେଳିସାରିଛନ୍ତି ଏକାଧିକ ମ୍ୟାଚ

Pakistan New Selector: ନୂଆଦିଲ୍ଲୀ: ଇଂଲଣ୍ଡ ଠାରୁ ତିନିଟିକିଆ ସିରିଜ ହ୍ୱାଇଟ ଓ୍ୱାସ ହେବା ପରେ ପାକିସ୍ତାନ କ୍ରିକେଟରେ ବଡ଼ ବଡ଼ ପରିବର୍ତ୍ତନ କରାଯାଉଛି। ଦୁଇ ଦିନ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ରମିଜ ରାଜାଙ୍କୁ ହଟାଇ ଦିଆଯାଇଥିଲା। ପରେ ତାଙ୍କ ସ୍ଥାନରେ ନଜମ ସେଠୀଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ଓ୍ୱସିମ ଅବ୍ବାସୀଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ପାକିସ୍ତାନ ଟିମର ମଧ୍ୟବର୍ତ୍ତିକାଳୀନ ଚୟନକର୍ତ୍ତା ଭାବେ ଘୋଷଣା କରାଯାଇଛି। ଏହି ଭଳି ଭାବରେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। କୁହାଯାଉଛି କି ପାକିସ୍ତାନ ଟିମରେ ଆଗକୁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। 

କୁହାଯାଉଛି କି ସାହିଦ ଆଫ୍ରିଦି ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଆଗାମୀ ସମୟରେ ସ୍ଥାୟୀ ଚୟନକର୍ତ୍ତାଙ୍କର ନିର୍ବାଚନ ହେବ। ଆସେସ ସିରିଜରେ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ପରେ ଇଂଲଣ୍ଡ ଟିମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଥିଲା। ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଦଳର ନୂଆ କୋଚ ଭାବେ ଦାୟିତ୍ୱ ଦିଆଯାଇଥିଲା। ପରେ ଦଳ ବେଶ ଦମଦାର ପ୍ରଦର୍ଶନ କରିଆସୁଛି।

ଏଠାରେ କହି ରଖୁକି ନିକଟରେ ଇଂଲଣ୍ଡ ପାକିସ୍ତାନ ଦଳକୁ ନିଜ ଘରେ ଖରାପ କରିଦେଇଛି। ତିନି ଟେଷ୍ଟ ସିରିଜରେ ଇଂଲଣ୍ଡ ପାକିସ୍ତାନକୁ ୩-୦ରେ ପରାସ୍ତ କରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଏହା ପରେ ପାକିସ୍ତାନ କ୍ରିକେଟରେ ଏକ ଅଡୁଆ ସୃଷ୍ଟି ହୋଇଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଇଂଲଣ୍ଡ ଲାଇନରେ ବଡ ପରିବର୍ତ୍ତନ କରୁଛି। ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦିଙ୍କ ସହ ରାଓ ଇଫ୍ଟିଖର ଅଞ୍ଜୁମ ଏବଂ ଅବଦୁଲ ରଜାକ ମଧ୍ୟ ଚୟନ କମିଟିର ଅଂଶ ଗ୍ରହଣ କରିବେ। ପୁରୁଣା ଚୟନ କମିଟି ଦ୍ୱାରା ମନୋନୀତ ପାକିସ୍ତାନୀ ଦଳକୁ ସମୀକ୍ଷା କରିବାକୁ ନୂତନ ଚୟନ କମିଟି ପିସିବି ପକ୍ଷରୁ କୁହାଯାଇଛି ବୋଲି କୁହାଯାଇଛି। ଯଦି କୌଣସି ସଠିକ୍ ଖେଳାଳି ନାହାଁନ୍ତି ତେବେ ପରିବର୍ତ୍ତନ କରାଯିବା ଉଚିତ୍।

Also Read: CSKରେ ହୋଇପାରେ ବଡ଼ ପରିବର୍ତ୍ତନ, ଧୋନୀଙ୍କ ବଦଳରେ ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକତ୍ୱ ଦାୟିତ୍ୱ

Also Read: IND vs BAN: ଢାକା ଟେଷ୍ଟ ହାରିଯିବ କି ଭାରତ ? କଣ କହୁଛି ୭ ବର୍ଷର ରେକର୍ଡ