Asia Cup 2023 Schedule: ପୂରା ଟୁର୍ଣ୍ଣାମେଣ୍ଟରେ ଏତିକି ଥର ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏହି ଦିନ ପ୍ରଥମ ଥର ମୁହାଁମୁହିଁ ହେବେ ଉଭୟ ଦଳ
Advertisement
Article Detail0/zeeodisha/odisha1787116

Asia Cup 2023 Schedule: ପୂରା ଟୁର୍ଣ୍ଣାମେଣ୍ଟରେ ଏତିକି ଥର ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏହି ଦିନ ପ୍ରଥମ ଥର ମୁହାଁମୁହିଁ ହେବେ ଉଭୟ ଦଳ

  ନୂଆଦିଲ୍ଲୀ: ଏସିଆ କପ ଆୟୋଜନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏସିଆ କପ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ୨୦୨୩ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶର ସବୁଠୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ବର୍ତ୍ତମାନ ଏସିଆ କପ୍ ୨୦୨୩ର କାର୍ଯ୍ୟସୂଚୀ ପ

Asia Cup 2023 Schedule: ପୂରା ଟୁର୍ଣ୍ଣାମେଣ୍ଟରେ ଏତିକି ଥର ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏହି ଦିନ ପ୍ରଥମ ଥର ମୁହାଁମୁହିଁ ହେବେ ଉଭୟ ଦଳ

Asia Cup 2023 Schedule:  ନୂଆଦିଲ୍ଲୀ: ଏସିଆ କପ ଆୟୋଜନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏସିଆ କପ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ୨୦୨୩ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶର ସବୁଠୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ବର୍ତ୍ତମାନ ଏସିଆ କପ୍ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ୨ ସେପ୍ଟେମ୍ବର ୨୦୨୩ରେ ଶ୍ରୀଲଙ୍କାର କ୍ୟାଣ୍ଡିରେ ଖେଳାଯିବ। ଗ୍ରୁପ୍ ଏରେ ଭାରତ, ପାକିସ୍ଥାନ ଏବଂ ନେପାଳ ଅଛନ୍ତି। ଏଥି ସହିତ ଦ୍ୱିତୀୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅଛନ୍ତି। ଅଗଷ୍ଟ ୩୦ରେ ପାକିସ୍ତାନର ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥି ସହିତ ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୧୭ ରବିବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଖେଳାଯିବ।

Asia Cup 2023 Schedule: ଦିନିକିଆ ଫର୍ମାଟରେ ଖେଳାଯିବ ଏସିଆ କପ
ଏସିଆ କପ୍ ୨୦୨୩ ODI ଫର୍ମାଟରେ ଖେଳାଯିବ। ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ପାକିସ୍ତାନରେ ଚାରିଟି ଏବଂ ଶ୍ରୀଲଙ୍କାରେ ଆଠଟି ମ୍ୟାଚ୍ ଖେଳାଯିବ। ଫାଇନାଲ କଲମ୍ବୋରେ ଖେଳାଯିବ। ଉଭୟ ଗ୍ରୁପର ପ୍ରତ୍ୟେକ ଦଳ ସୁପର ଫୋର୍ ପର୍ଯ୍ୟାୟରେ ପହଞ୍ଚିବେ। ଫାଇନାଲ ମ୍ୟାଚ୍ ଶୀର୍ଷ ଦୁଇ ଦଳ ମଧ୍ୟରେ ଖେଳାଯିବ। ଅଗଷ୍ଟ ୩୦ରେ ପାକିସ୍ତାନ ବନାମ ନେପାଳର ପ୍ରଥମ ମ୍ୟାଚ ମୁଲତାନରେ ଖେଳାଯିବ। ଅଗଷ୍ଟ ୩୧ରେ ଗ୍ରୁପ୍ ବିର ପ୍ରଥମ ମ୍ୟାଚ୍ କ୍ୟାଣ୍ଡିରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୨ରେ କ୍ୟାଣ୍ଡିରେ ଭାରତ ଓ ପାକ୍ ଖେଳାଯିବ। 

ସେହିପରି ସେପ୍ଟେମ୍ବର ୩ ତାରିଖରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ବାଂଲାଦେଶ ବନାମ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ୪ ସେପ୍ଟେମ୍ବର ୨୦୨୩ରେ ଶ୍ରୀଲଙ୍କାରେ ଭାରତ ଏବଂ ନେପାଳ ମଧ୍ୟରେ ଶ୍ରୀଲଙ୍କାର କ୍ୟାଣ୍ଡି ଠାରେ ଖେଳାଯିବ। ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ୫ ସେପ୍ଟେମ୍ବର ୨୦୨୩ରେ ଲାହୋରରେ ଖେଳାଯିବ। ସୁପର ଫୋର୍ ମ୍ୟାଚର ପ୍ରଥମ ମ୍ୟାଚ୍ ୬ ସେପ୍ଟେମ୍ବର ୨୦୨୩ରେ ଲାହୋରରେ A1 ବନାମ B2 ମଧ୍ୟରେ ଖେଳାଯିବ। ୯ ସେପ୍ଟେମ୍ବର ୨୦୨୩ରେ B1 ବନାମ B2, 10 ସେପ୍ଟେମ୍ବରରେ A1 ଏବଂ A2, 12 ସେପ୍ଟେମ୍ବରରେ A2 ବନାମ B1, 14 ସେପ୍ଟେମ୍ବରରେ A1 ବନାମ B1 ମ୍ୟାଚ୍ କଲମ୍ବୋରେ ଖେଳାଯିବ।

ସେପ୍ଟେମ୍ବର ୧୫ ତାରିଖରେ କଲମ୍ବୋରେ A2 ବନାମ B2 ମ୍ୟାଚ୍ ଖେଳାଯିବ। ସୁପର ଫୋର୍ ମ୍ୟାଚର ଶ୍ରେଷ୍ଠ ଦୁଇ ଦଳ କଲମ୍ବୋରେ ୧୭ ସେପ୍ଟେମ୍ବର ୨୦୨୩ରେ ଫାଇନାଲ ମ୍ୟାଚ୍ ଖେଳିବେ। ଉଭୟ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ୨ରେ ଅଛନ୍ତି। ଯଦି ଉଭୟ ଦଳ ସୁପର ଫୋରରେ ପହଞ୍ଚନ୍ତି, ତେବେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ୧୦ ସେପ୍ଟେମ୍ବର ୨୦୨୩ରେ କଲମ୍ବୋରେ ଖେଳାଯିବ। ଏଥି ସହିତ ସେପ୍ଟେମ୍ବର ୧୭ରେ କଲମ୍ବୋରେ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ ଉଭୟ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ପାଇଁ ଗୋଟିଏ ନୁହେଁ, ଦୁଇଟି ନୁହେଁ ତିନୋଟି ମ୍ୟାଚ୍ ଖେଳାଯାଇପାରିବ।

Also Read: India Vs Pakistan: କ୍ରିକେଟ ପଡି଼ଆରେ ଆଜି ଲଢ଼ିବେ ଭାରତ ଓ ପାକିସ୍ତାନ, ଜାଣନ୍ତୁ ମ୍ୟାଚ୍ ସହ ଜଡିତ ସମସ୍ତ ଡିଟେଲ୍ସ

Also Read: Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

Also Read: India Vs Pakistan: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଅପେକ୍ଷାର ହେଲା ଅନ୍ତ