Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ
Advertisement
Article Detail0/zeeodisha/odisha1784964

Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

Jasprit Bumrah fitness update: ସେପ୍ଟେମ୍ବର ୨୦୨୨ ପରଠାରୁ ଆଘାତ ପାଇଁ କ୍ରାକେଟରୁ ଦୂରେଇ ରହିଥିବା ଜସପ୍ରୀତ ବୁମ୍ରା ନିଜ ପ୍ରତ୍ୟାବର୍ତ୍ତନ ବିଷୟରେ ପ୍ରଶଂସକଙ୍କୁ ଏକ ବଡ ଅପଡେଟ୍ ଦେଇଛନ୍ତି । ନେଟରେ ବୋଲିଂ କରୁଥିବାର କିଛି ଫଟୋକୁ ଭିଡିଓ କରି ବୁମରା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Jasprit Bumrah Comback Indian Team: ଯେଉଁ ଖେଳାଳିଙ୍କ ଫିଟନେସ୍ ଅପଡେଟ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର (Team India) ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, ସେ ହେଉଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) । ବର୍ତ୍ତମାନ ସେ ନିଜେ ସୋସିଆଲ ମିଡିଆରେ ତାଙ୍କ ପତ୍ୟାବର୍ତ୍ତନ ବିଷୟରେ ଏକ ଭିଡିଓ ପୋଷ୍ଟ କରି ବର୍ତ୍ତମାନର ସବୁଠୁ ବଡ ଅପଡେଟ୍ ଦେଇଛନ୍ତି । ବ୍ୟାକ୍ ଷ୍ଟ୍ରେସ୍ ସମସ୍ୟା କାରଣରୁ ଗତ ବର୍ଷ ସେପ୍ଟେମ୍ବରରୁ ବୁମରା କ୍ରମାଗତ ଭାବେ କ୍ରିକେଟ୍ ପଡିଆରୁ ଦୂରେଇ ରହିଛନ୍ତି ।

ଏହି ଆଘାତ ସମସ୍ୟା ଦୂର କରିବା ପାଇଁ ଜସପ୍ରୀତ ବୁମ୍ରା ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ବର୍ତ୍ତମାନ ନେସନାଲ କ୍ରିକେଟ୍ ଏକାଡେମୀ (NCA) ରେ ଋକଭରି ପ୍ରକ୍ରିୟା ଜାରି ରଖିଛନ୍ତି । ଦୀର୍ଘ ସମୟ ଧରି ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ କୁହାଯାଉଥିଲା ଯେ, ବୁମରା ଏସିଆ କପ୍‌ରୁ ଦଳକୁ ଫେରିବାର ସମ୍ଭାବନା ରହିଛି । ବର୍ତ୍ତମାନ ସେ ନିଜେ ନିଜର ପ୍ରତ୍ୟାବର୍ତ୍ତନ ବିଷୟରେ ଏକ ବଡ ଅପଡେଟ୍ ଦେଇଛନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by jasprit bumrah (@jaspritb1)

ଏହି ଭାବପ୍ରବଣ ପୋଷ୍ଟ କରିଛନ୍ତି ବୁମ୍ରା

ଇନଷ୍ଟାଗ୍ରାମରେ ବୁମରା ପୋଷ୍ଟ କରିଥିବା ଏହି ଭିଡିଓରେ ଅନେକ ଫଟୋ ଅଛି ଯେଉଁଥିରେ ସେ ବୋଲିଂ କରୁଥିବା ଦେଖିବାକୁ ମିଳୁଛି । ଏହି ପୋଷ୍ଟ ସହିତ ବୁମ୍ରା ଲେଖିଛନ୍ତି ଯେ ମୁଁ ଘରକୁ ଫେରୁଛି । ଏଥିରୁ ଏହା ସ୍ପଷ୍ଟ ଭାବରେ ବୁଝଇହେବ ଯେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିବ ।

ବିଶ୍ୱକପରେ ବୃଦ୍ଧି ପାଇବ ଭାରତୀୟ ଦଳର ବୋଲିଂ କ୍ଷମତା 
ଯଦି ବୁମରା ଆୟର୍ଲାଣ୍ଡ ବିପକ୍ଷରେ ପଡ଼ିଆକୁ ପର୍ତ୍ୟାବର୍ତ୍ତନ କରନ୍ତି, ତେବେ ଏସିଆ କପ୍ ସମୟରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଫିଟନେସକୁ ସଠିକ୍ ଭାବରେ ପରୀକ୍ଷା କରିବାର ସୁଯୋଗ ପାଇବ । ଏଭଳି ପରିସ୍ଥିତିରେ ଯଦି ବୁମ୍ରା ଏସିଆ କପରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଭାରତୀୟ ଦଳ ନିଶ୍ଚିତ ଭାବେ ODI ବିଶ୍ୱକପ ପୂର୍ବରୁ ଅନେକ ଆରାମ ପାଇବ । ଏହା ଦଳର ଦ୍ରୁତ ବୋଲିଂ ବିଭାଗକୁ ମଜବୁତ କରିବା ନିଶ୍ଚିତ, ଯେଉଁଥିରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଉପସ୍ଥିତ ଅଛନ୍ତି ।

ମେନେଜମେଣ୍ଟ ତତ୍ପର ନୁହେଁ 
ଟିମ୍ ମେନେଜମେଣ୍ଟଚାହୁଁ ନାହିଁ ଯେ ଜସପ୍ରୀତ ବୁମ୍ରା କୌଣସି ତରବରିଆ ହୁଅନ୍ତୁ । ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ୨୦୧୧ ପରଠାରୁ ଦଳ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ । ଏହା ବ୍ୟତୀତ କିଛି ଖେଳାଳି ଆହତ ହୋଇସାରିଛନ୍ତି । ଏଥିରେ ଋଷଭ ପନ୍ତ, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ଉମେଶ ଯାଦବଙ୍କ ସମେତ ଅନେକ ଖେଳାଳି ଅନ୍ତର୍ଭୁକ୍ତ ।

ଟିମ୍ ଇଣ୍ଡିଆ ବିଷୟରେ କହିବାକୁ ଗଲେ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦଳ ଆୟୋଜକ ଦଳକୁ ପରାସ୍ତ କରିଛି । ଦ୍ୱିତୀୟ ଓ ଫାଇନାଲ ଟେଷ୍ଟ ୨୦ ଜୁଲାଇରୁ ଅନୁଷ୍ଠିତ ହେବ । ଏହା ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ODI ଓ ୫ଟି ଟି-୨୦ ମ୍ୟାଚ୍ ହେବ । ଆମେରିକାରେ ଟି-୨୦ ମ୍ୟାଚ୍ ଖେଳାଯିବ ।

ଏହା ବି ପଢ଼ନ୍ତୁ: India Vs Pakistan: ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଅପେକ୍ଷାର ହେଲା ଅନ୍ତ; ୧୯ ଜୁଲାଇରେ ହେବ ମହାଯୁଦ୍ଧ!

ଏହା ବି ପଢନ୍ତୁ: India vs West Indies: ଅଶ୍ୱନିଙ୍କ ପୂର୍ବରୁ ପିତା-ପୁତ୍ରଙ୍କୁ ଆଉଟ୍ କରି ସାରିଛନ୍ତି ଏସବୁ ବୋଲର, ଜଣେ ପାକିସ୍ତାନୀ ମଧ୍ୟ ସାମିଲ, ଦେଖନ୍ତୁ ଲିଷ୍ଟ