Asia Cup 2023: ସୁପର-୪ ମୁକାବିଲାରେ ପାକିସ୍ତାନର ଶୋଚନୀୟ ପରାଜୟ, ବୃହତ ରନ ବ୍ୟବଧାନରେ ଜିତିଲା ଭାରତ
Advertisement
Article Detail0/zeeodisha/odisha1866990

Asia Cup 2023: ସୁପର-୪ ମୁକାବିଲାରେ ପାକିସ୍ତାନର ଶୋଚନୀୟ ପରାଜୟ, ବୃହତ ରନ ବ୍ୟବଧାନରେ ଜିତିଲା ଭାରତ

India vs Pakistan Super-4 Match Highlights: ଏସିଆ କପ୍ ୨୦୨୩ ମୁକାବିଲାରେ ସୋମବାର ରିଜର୍ଭ ଡେ ଆୟୋଜିତ ହୋଇଥିବା ସୁପର-୪ ମୁକାବିଲାରେ ପାକିସ୍ତାନ ଦଳକୁ ୨୨୮ ରନ୍ ବ୍ୟବଧାନରେ ପରାସ୍ତ କରିଛି ଭାରତ। ଏସିଆ କପ୍ ୨୦୨୩ ରେ ତିନୋଟି ମ୍ୟାଚ୍ ରେ ଏହା ଭାରତୀୟ ଦଳର ଦ୍ୱିତୀୟ ବିଜୟ। ଏସିଆ କପ୍ ୨୦୨୩ ର ଗ୍ରୁପ୍-ଏ ମ୍ୟାଚ୍ ରେ ଭାରତ ପୂର୍ବରୁ ୧୦ ୱିକେଟ୍ (DLS) ବ୍ୟବଧାନରେ ନେପାଳ ଦଳକୁ ପରାସ୍ତ କରିଥିଲା।

 

Asia Cup 2023: ସୁପର-୪ ମୁକାବିଲାରେ ପାକିସ୍ତାନର ଶୋଚନୀୟ ପରାଜୟ, ବୃହତ ରନ ବ୍ୟବଧାନରେ ଜିତିଲା ଭାରତ

India vs Pakistan Super-4 Match Result: ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ କପ୍ ୨୦୨୩ ସୁପର-୪ ମ୍ୟାଚ୍ ଫଳାଫଳ ଆସିଯାଇଛି। ସୋମବାର ରିଜର୍ଭ ଡେ ଦିନ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପାକିସ୍ତାନକୁ ୨୨୮ ରନ୍ ବ୍ୟବଧାନରେ ପରାସ୍ତ କରିଛି ଭାରତ। ଏସିଆ କପ୍ ୨୦୨୩ ମୁକାବିଲାରେ ଖେଳିଥିବା ତିନୋଟି ମ୍ୟାଚ୍ ରେ ଏହା ଥିଲା ଭାରତର ଦଳର ଦ୍ୱିତୀୟ ବିଜୟ। ଏସିଆ କପ୍ ୨୦୨୩ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ଭାରତ ପୂର୍ବରୁ ୧୦ ୱିକେଟ୍ (DLS) ବ୍ୟବଧାନରେ ନେପାଳ ଦଳକୁ ପରାସ୍ତ କରିଥିଲା। ଏହା ବ୍ୟତୀତ ଗତ ୨ ତାରିଖରେ ଏସିଆ କପ୍ ୨୦୨୦ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଥିଲା। ସୁପର-୪  ପ୍ରଥମ ମ୍ୟାଚ୍‌ ରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ସେପ୍ଟମ୍ବର ୧୨ ତାରିଖ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ସୁପର-୪ ମ୍ୟାଚ୍ ଖେଳିବ ଭାରତ। 

ସୁପର-୪ ମୁକାବିଲାରେ ଚିତପଟାଙ୍ଗ ମାରିଲା ପାକିସ୍ତାନ
କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମ ଠାରେ ଖେଳାଯାଇଥିବା ସୁପର-୪ ମୁକାବିଲାରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ବ୍ୟାଟିଂ କରି ୫୦ ଓଭର ରେ ୨  ୱିକେଟ୍ ୩୫୬ ରନ୍ ସ୍କୋର କରିଥିଲେ। ଏହାର ଜବାବରେ ଯେତେବେଳେ ପାକିସ୍ତାନର ଦଳୀୟ ସ୍କୋର ୩୨ ଓଭର ରେ ୮ ୱିକେଟ୍ ହରାଇ ୧୨୮, ହୋଇଥିଲା ସେତେବେଳେ ଭାରତ ବିଜେତା ଘୋଷିତ ହୋଇଥିଲା।

କୋହଲି ଏବଂ ରାହୁଲଙ୍କ ଝଡ଼ରେ ଉଡ଼ିଗଲା ପାକିସ୍ତାନ
ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଅପରାଜିତ ଶତକ ଏବଂ ଉଭୟଙ୍କ ମଧ୍ୟରେ ଅବିଭକ୍ତ ଦ୍ୱିଶତକ ଭାଗିଦାରୀ ସହ ଭାରତ ସୋମବାର ଏସିଆ କପ୍ ୨୦୨୩ ର ବର୍ଷା ପ୍ରଭାବିତ ସୁପର-୪ ମୁକାବିଲାର ପାକିସ୍ତାନ ବିପକ୍ଷରେ ୨ ୱିକେଟ୍ ପାଇଁ ୩୫୬ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ବିପକ୍ଷରେ ଦିନିକିଆ ଫର୍ମାଟ୍ ରେ ଭାରତ ସର୍ବାଧିକ ସ୍କୋର କରିଥିଲା। ନିଜର ୪୭ ତମ ଶତାକରେ କୋହଲି ୯ ଚୌକା ଏବଂ ୩ ଛକା ସହାୟତାରେ ୯୪ ବଲ୍ ରେ ଅପରାଜିତ ୧୨୨ ରନ୍ ସଂଗ୍ରହ କରିଥିଲେ। ତୃତୀୟ ୱିକେଟ୍ ପାଇଁ କେ.ଏଲ ରାହୁଲ (ଅପରାଜିତ ୧୧୧ ରନ୍) ଙ୍କ ସହ କୋହଲି ୨୩୩ ରନ୍ ର ଏକ ଲମ୍ବା ପାଳି ଖେଳିଥିଲେ। ଉଭୟେ ଡେଥ ଓଭର ସମୟରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଯେଉଁ କାରଣରୁ ଶେଷ ୧୦ ଓଭରରେ ୧୦୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ଭାରତ। 

ରୋହିତ ଏବଂ ଗିଲ ଯୋଡ଼ିଥିଲେ ୧୨୧ ରନ୍ 
କଲମ୍ବୋ ଷ୍ଟାଡିୟମ ଠାରେ ଏହା ଥିଲା ବିରାଟ କୋହଲିଙ୍କ କ୍ରମାଗତ ଚତୁର୍ଥ ଶତକ। ରବିବାର ଦିନ ଲଗାତାର ବର୍ଷା ହେତୁ ଏହି ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା। ସୋମବାର ରିଜର୍ଭ ଡେ ଦିନ ମ୍ୟାଚ୍ ଅଧିକ ଖେଳାଯାଇଥିଲା। ଗତକାଲି ଭାରତ ୨୪.୧ ଓଭର ରେ ୨ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ଅର୍ଦ୍ଧଶତକ ହାସଲ କରିବା ବ୍ୟତୀତ ଓପନର୍ ଅଧିନାୟକ ରୋହିତ ଶର୍ମା (୫୬) ଏବଂ ଶୁବମାନ ଗିଲ (୫୮) ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ ଯୋଡିଥିଲେ। ଉଭୟେ ଭାରତୀୟ ଦଳ ପକ୍ଷରୁ ଜବରଦସ୍ତ ବ୍ୟାଟିଂ ଇନିଂସ ଆରମ୍ଭ କରିଥିଲେ। ହେଲେ ଓଭର ଆଗେଇବା ସହିତ ଭାରତୀୟ ଦଳ ୱିକେଟ ହରାଇଥିଲା। ରୋହିତ ଶର୍ମା ୧୭ ତମ ଓଭରରେ ସ୍ପିନର ଶାଦବ ଖାନଙ୍କ ବଲ୍ ରେ ଫାହିମ ଅଶରଫଙ୍କ ହାତରେ ପଡ଼ିଥିଲେ। ଶାହିନ ଆଫ୍ରିଦିଙ୍କ ବଲ୍ ରେ ସଲମନଙ୍କ ହାତରେ ଧରାପଡ଼ିଥିଲେ।

ସୋମବାର ୧ ଘଣ୍ଟା ୪୦ ମିନିଟ ବ୍ୟବଧାନରେ ଆରମ୍ଭ ହୋଇଥିଲା ମ୍ୟାଚ୍
ସୋମବାର ରିଜର୍ଭ ଡେ ଅବସରରେ ଦିନ ମଧ୍ୟ ବର୍ଷା ହେତୁ ୧ ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଯେତେବେଳେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା, ସେତେବେଳେ ରାହୁଲ ୧୭ ରନ୍ ଆଗରେ ଥିବାବେଳେ କୋହଲି ୮ ରନ୍ ଆଗରେ ଥିଲେ। ରାହୁଲ ଆରମ୍ଭରୁ ଦମଦାର ପ୍ରଦର୍ଶନ କରୁଥିଲେ। କୋହଲି ଦିନର ପ୍ରଥମ ଚୌକା ନସିମ ଶାହ ଙ୍କ ବଲ୍ ରେ ମାରିଥିଲେ। ଇଫତିଖାର ଅହମ୍ମଦଙ୍କ ବଲ୍ ରେ ଲଗାତାର ଚୌକା ଛକା ମରିବା ପରେ ରାହୁଲ ସ୍ପିନରଙ୍କ ପରବର୍ତ୍ତୀ ଓଭରରେ ଦୁଇଟି ଚୌକା ମାରିଥିଲେ। ରାହୁଲ ଫାହିମ ଅଶରଫଙ୍କ ବଲ୍ ରେ ଗୋଟିଏ ରନ୍ ସହ ୬୦ ବଲ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୩୩ ତମ ଓଭର ସମୟରେ ଭାରତୀୟ ଦଳର ସ୍କୋର ୨୦୦ ପାର କରିଯାଇଥିଲା। କୋହଲି ଶାଦବ ଖାନଙ୍କ ବଲ୍ ରେ ଗୋଟିଏ ରନ୍ ସହ ୫୫ ବଲ୍ ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

କୋହଲି ଏବଂ ରାହୁଲ ରନ୍ ବର୍ଷା କରିଥିଲେ
କୋହଲି ୪୩ ତମ ଓଭର ସମୟରେ ଇଫତିଖାର ଙ୍କ ବଲ ଉପରେ ପ୍ରଥମ ଛକା ମାରିଥିଲେ। ପରେ ସମାନ ଓଭରରେ ଚାରୋଟି ଛକା ମାରିଥିଲେ। ରାହୁଲ ୪୫ ତମ ଓଭର ରେ ଫାହିମଙ୍କୁ ଦୁଇଟି ଚୌକା ଏବଂ ଗୋଟିଏ ରନ୍ ସହ ୩୦୦ ରନ୍ ସଂଗ୍ରହ କରିଥିଲେ। ଜଙ୍ଘରେ ଆଘାତ ଏବଂ ଆଇପିଏଲ ସମୟରେ ପରବର୍ତ୍ତୀ ଅପରେସନ୍ ପରେ ରାହୁଲ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାସିମ ଶାହାଙ୍କ ବଲ୍ ରେ ଦୁଇଟି ରନ୍ ସହ ୧୦୦ ବଲ୍ ରେ ଶତକ ପୂରଣ କରିଥିଲେ।