NED vs AUS: ନେଦରଲ୍ୟାଣ୍ଡକୁ ୩୦୯ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ, ମ୍ୟାକ୍ସୱେଲ ହେଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍
Advertisement
Article Detail0/zeeodisha/odisha1930531

NED vs AUS: ନେଦରଲ୍ୟାଣ୍ଡକୁ ୩୦୯ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ, ମ୍ୟାକ୍ସୱେଲ ହେଲେ ପ୍ଲେୟାର ଅଫ୍ ଦି ମ୍ୟାଚ୍

NED vs AUS: ଦିଲ୍ଲୀରେ ଖେଳାଯାଇଥିବା ବିଶ୍ୱକପର ୨୪ ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲ୍ୟାଣ୍ଡକୁ ୩୦୯ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ମ୍ୟାକ୍ସୱେଲ ଏକ ଧୁଆଁଧାର ଶତକ ମାରିଥିଲେ ।

World Cup 2023 NED vs AUS

World Cup 2023 NED vs AUS: ବିଶ୍ୱକପ ୨୦୨୩ ର ୨୪ ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲ୍ୟାଣ୍ଡକୁ ୩୦୯ ରନରେ ପରାସ୍ତ କରିଛି । ବୁଧବାର ଦିନ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଏକପାଖିଆ ବିଜୟ ପଞ୍ଜିକରଣ କରିଛି । ନେଦରଲ୍ୟାଣ୍ଡ ଦଳ ପ୍ରଥମ ଓଭର ପରେ ମ୍ୟାଚରୁ ବାହାରକୁ ଚାଲି ଯାଇଥିଲା । ଅଷ୍ଟ୍ରେଲିଆ ପାଇଁ ଏକ ରେକର୍ଡ ଭଙ୍ଗା ଶତକ ସ୍କୋର କରି ଗ୍ଲେନ୍ ମ୍ୟାକ୍ସୱେଲ ନେଦରଲ୍ୟାଣ୍ଡର କାର୍ଯ୍ୟକୁ ବହୁତ କଷ୍ଟସାଧ୍ୟ କରି ଦେଇଥିଲେ । ଏହାପୂର୍ବରୁ ଡେଭିଡ ୱାର୍ଣ୍ଣର ଏକ ଶତକ ହାସଲ ମାରିଥିଲେ । ଷ୍ଟିଭ୍ ସ୍ମିଥ୍ ଓ ମାର୍ନସ୍ ଲାବୁସାଗ୍ନେ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଦଳ ପାଇଁ ଚମତ୍କାର ବୋଲିଂ କରି ଆଡାମ ଜାମ୍ପା ୪ଟି ଓ ମିଚେଲ ମାର୍ଶ ୨ଟି ୱିକେଟ୍ ନେଇଥିଲେ ।

ହଇଚଇ ସୃଷ୍ଟି କରିଥିଲେ ଗ୍ଲେନ୍ ମ୍ୟାକ୍ସୱେଲ
ଅଷ୍ଟ୍ରେଲୀୟ ଖେଳାଳି ମ୍ୟାକ୍ସୱେଲଙ୍କ ଆଜିର ଇନିଂସ ନେଦରଲ୍ୟାଣ୍ଡ ବୋଲରଙ୍କ ପାଇଁ ଏକ ଦୁଃ ସ୍ୱପ୍ନଠାରୁ କମ୍ ନଥିଲା । ମ୍ୟାକ୍ସୱେଲ ୪୪ ବଲ୍ ସମ୍ମୁଖୀନ ହୋଇ ୧୦୬ ରନର ଏକ ଇନିଂସ ଖେଳିଥିଲେ । ସେ ଏହି ଇନିଂସରେ ୯ଟି ଚୌକା ଓ ୮ଟି ଛକା ମାରିଥିଲେ । ମ୍ୟାକ୍ସୱେଲ ଦିଲ୍ଲୀରେ ଧୁଆଁଧାର ବ୍ୟାଟିଂ କରି ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିଲେ । ସେ ୪୦ ଟି ବଲରେ ନିଜର ଶତକ ପୂରଣ କରିଥିଲେ ।

ଡେଭିଡ ୱାର୍ନରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ସ୍ମିଥ
ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର ମଧ୍ୟ ଏକ ଶତକ ହାସଲ କରିଥିଲେ । ଓପନର୍ ଭାବରେ ଆସି ସେ ୯୩ ବଲରେ ସମ୍ମୁଖୀନ ହୋଇ ୧୦୪ ରନ୍ ସଂଗ୍ରହ କରିଥିଲେ । ୱାର୍ଣ୍ଣରଙ୍କ ଏହି ଇନିଂସରେ ୧୧ଟି ଚୌକା ଓ ୩ଟି ଛକା ସାମିଲ୍ ଥିଲା । ଷ୍ଟିଭ ସ୍ମିଥ ୭୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସେ ୬୮ ବଲରେ ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଲାବୁସାଗେନ୍ ୪୭ ବଲରେ ୬୨ ରନ୍ ସ୍କୋର କରିଥିଲେ । ୧୨ ରନ୍ ସ୍କୋର କରିବା ପରେ ପ୍ୟାଟ୍ କମିନ୍ସ ଅପରାଜିତ ରହିଥିଲେ । ୯ ରନ୍ ସ୍କୋର କରିବା ପରେ ମିଚେଲ ମାର୍ଶ ଆଉଟ୍ ହୋଇଥିଲେ ।

ନେଦରଲ୍ୟାଣ୍ଡକୁ ଜିତିବା ପାଇଁ ଅଷ୍ଟ୍ରେଲିଆ ୪୦୦ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ୨୧ ଓଭରରେ ୯୦ ରନ୍ ସ୍କୋର କରିବା ପରେ ପୂରା ନେଦରଲ୍ୟାଣ୍ଡ ଦଳ ଅଲ୍ ଆଉଟ୍ ହୋଇ ଯାଇଥିଲା । ଓପନର୍ ବିକ୍ରମଜିତ୍ ସିଂ ୨୫ ବଲରେ ୨୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ୧୧ ବଲରେ ୧୦ ରନ୍ ସ୍କୋର କରିବା ପରେ କଲିନ୍ ଆକ୍କର୍ମନ୍ ଆଉଟ୍ ହୋଇଥିଲେ । ୨୧ ବଲରେ ୧୧ ରନ୍ ସ୍କୋର କରିବା ପରେ ଏଙ୍ଗଲେବ୍ରେଟ୍ ଆଉଟ୍ ହୋଇଥିଲେ । ମାତ୍ର ୪ ରନ୍ ସ୍କୋର କରିବା ପରେ ବାସ୍ ଡି ଲିଡେ ଆଉଟ୍ ହୋଇଥିଲେ । ୧୮ ଟି ବଲରେ ୧୪ ରନ୍ ସ୍କୋର କରିବା ପରେ ତେଜା ନିଡାମନୁରୁ ଆଉଟ୍ ହୋଇଥିଲେ । ଲୋଗାନ୍ ୱାନ୍ ବେକ ଖାତା ମଧ୍ୟ ଖୋଲି ପାରି ନଥିଲେ । ୱାନ୍ ଡେର୍ ମେରୱେ ମଧ୍ୟ ଶୂନ୍ୟରେ ଆଉଟ୍ ହୋଇଥିଲେ । ୧ ରନ୍ ସ୍କୋର କରିବା ପରେ ଆର୍ଯ୍ୟନ୍ ଦତ୍ତ ଆଉଟ୍ ହୋଇଥିଲେ ।