NZ vs AUS: ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ୫ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ, ବେକାର ଗଲା ରବିନ୍ଦ୍ରଙ୍କ ଶତକ
Advertisement

NZ vs AUS: ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ୫ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ, ବେକାର ଗଲା ରବିନ୍ଦ୍ରଙ୍କ ଶତକ

Australia vs New Zealand ICC World Cup Highlights: ଉତ୍କୃଷ୍ଟ ଫର୍ମରେ ଥିବା ନ୍ୟୁଜିଲ୍ୟାଣ୍ଡ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆ ଏହି ଦଳକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ପଞ୍ଜିକରଣ କରିଛି ।

 

Australia vs New Zealand ICC World Cup Highlights

Australia vs New Zealand ICC World Cup Highlights: ବିଶ୍ୱକପ୍ ୨୦୨୩ ର ୨୭ ତମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ପଞ୍ଜିକରଣ କରିଛି । ଏଥି ସହିତ, ଭାରତ ଠାରୁ ହାରିଥିବା କିୱି ଦଳ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ଖେଳି କଙ୍ଗାରୁ ଦଳ ୩୮୮ ରନ୍ ସ୍କୋର କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ଭଲ ଲଢ଼ିଥିଲେ କିନ୍ତୁ ଶେଷରେ ଲକ୍ଷ୍ୟ ହାସଲ କରିପାରି ନଥିଲେ । ୫୦ ଓଭରରେ ୯ ୱିକେଟ୍ ହରାଇ କିୱି ଦଳ ମାତ୍ର ୩୮୩ ରନ୍ ସ୍କୋର କରିପାରିଥିଲା । ଜିମି ନିଶାମ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ କିନ୍ତୁ ୫୦ ତମ ଓଭରର ୫ମ ବଲରେ ନିଶାମ ୫୮ ରନ୍ ସ୍କୋର କରିବା ପରେ ରନ୍ ଆଉଟ୍ ହୋଇଥିଲେ ଓ କିୱି ଦଳ ମ୍ୟାଚ୍ ହାରିଯାଇଥିଲା ।

ନ୍ୟୁଜିଲ୍ୟାଣ୍ଡ ପାଇଁ ରାଚିନ୍ ରବିନ୍ଦ୍ର ମାରିଥିଲେ ବିସ୍ଫୋରକ ଶତକ
ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ରବିନ୍ଦ୍ର ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ସେ ୮୯ ବଲ ସମ୍ମୁଖିନ ହୋଇ ୧୧୬ ରନ୍ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ସେ ୯ଟି ଚୌକା ଓ ୫ଟି ଛକା ମାରିଥିଲେ। ରବିନ୍ଦ୍ରଙ୍କ ଏହି ଶତକ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ରବିନ୍ଦ୍ରଙ୍କ ସହ ଡାରିଲ ମିଚେଲ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ଅର୍ଦ୍ଧଶତକ ହାସଲ କରିଥିଲେ । ମିଚେଲ ୫୧ ବଲରେ ୫୪ ରନ୍ ସ୍କୋର କରିଥିଲେମ। ଏହି ସମୟ ମଧ୍ୟରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ୨୮ ରନ୍ ସ୍କୋର କରିବା ପରେ ଡିଭନ୍ କନୱେ ଆଉଟ୍ ହୋଇଥିଲେ ଓ ୱିଲ୍ ୟଙ୍ଗ୍ ୩୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ଧର୍ମଶାଳାରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିୟ ଦଳ ପାଇଁ ଟ୍ରାଭିସ୍ ହେଡ୍ ଏକ ଶତକ ହାସଲ କରିଥିଲେ । ଯେଉଁଠାରେ ଡେଭିଡ ୱାର୍ଣ୍ଣର ୮୧ ରନର ଚମତ୍କାର ଇନିଂସ ଖେଳିଥିଲେ । ଦୁହେଁ ଓପନିଙ୍ଗ କରି ଦଳକୁ ଦୃଢ଼ ପ୍ରାରମ୍ଭ ଦେବା ପରେ ପାଭିଲିୟନକୁ ଫେରିଥିଲେ । ହେଡ୍ ୬୭ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ । ୱାର୍ଣ୍ଣର ୬୫ ବଲରେ ୮୧ ରନ୍ ସ୍କୋର କରିଥିଲେ । ସେ ୫ଟି ଚୌକା ଓ ୬ଟି ଛକା ମାରିଥିଲେ । ୨୪ ବଲରେ ଗ୍ଲେନ୍ ମ୍ୟାକ୍ସୱେଲ ୪୧ ରନ୍ ସଂଗ୍ରହ କରିଥିଲେ । ମିଚେଲ ମାର୍ଶ ୩୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଜୋ ଇଂଲିସ୍ ୩୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କ୍ୟାପଟେନ ପ୍ୟାଟ୍ କମିନ୍ସ ୧୪ ବଲରେ ୩୭ ରନର ଏକ ଇନିଂସଂ ଖେଳିଥିଲେ।

ବୋଲ୍ଟ-ନିଶାମ ନେଇଥିଲେ ୩ଟି ଲେଖାଁଏ ୱିକେଟ୍
ନ୍ୟୁଜିଲ୍ୟାଣ୍ଡ ପାଇଁ ଗ୍ଲେନ୍ ଫିଲିପ୍ସ ଚମତ୍କାର ବୋଲିଂ କରିଥିଲେ । ସେ ୧୦ ଓଭରରେ ୩୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ୧୦ ଓଭରରେ ୭୭ ରନ୍ ଦେଇ ବୋଲ୍ଟ ୩ ୱିକେଟ୍ ନେଇଥିଲେ । ସାଣ୍ଟନର୍ ୧୦ ଓଭରରେ ୮୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ନିଶାମ ଓ ମ୍ୟାଟ ହେନେରୀ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।