ବାବର ଆଜମଙ୍କ ବିରୋଧରେ କହିବେ ତ ଟିମରୁ ହେବେ ବାହାର, ପାକିସ୍ତାନ ଅଧିନାୟକ ହେଉଛନ୍ତି ହିଟଲର!
Advertisement

ବାବର ଆଜମଙ୍କ ବିରୋଧରେ କହିବେ ତ ଟିମରୁ ହେବେ ବାହାର, ପାକିସ୍ତାନ ଅଧିନାୟକ ହେଉଛନ୍ତି ହିଟଲର!

 Babar Azam: ଶାନ ମାସୁଦଙ୍କ ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଟି-20 ଡେବ୍ୟୁ କରିନାହାଁନ୍ତି । ସେ ଶେଷ ଥର ପାଇଁ ଜାନୁଆରୀ ୨୦୨୧ରେ ପାକିସ୍ତାନ ତରଫରୁ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥି ସହିତ ଶେଷ ODI ୨୦୧୯ରେ ଖେଳି ଥିଲେ । ଏହା ସତ୍ତ୍ୱେ ପାକିସ୍ତାନ ଟିମ୍ ତାଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରି ବିଶ୍ୱକପ ଦଳରେ ମନୋନୀତ କରିଛି । 

ବାବର ଆଜମଙ୍କ ବିରୋଧରେ କହିବେ ତ ଟିମରୁ ହେବେ ବାହାର, ପାକିସ୍ତାନ ଅଧିନାୟକ ହେଉଛନ୍ତି ହିଟଲର!

ନୂଆଦିଲ୍ଲୀ: Babar Azam: ବାବର ଆଜମଙ୍କ ବିରୋଧରେ କିଛି କହିବା ମନା । ଆଜ୍ଞା ହଁ, ଯଦି ପାକିସ୍ତାନୀ ଖେଳାଳିମାନେ ମୁହଁ ବନ୍ଦ ରଖିବେ, ତେବେ ସେମାନେ ଦଳରେ ସ୍ଥାନ ପାଇବେ । ନଚେତ ବାବର ଆଜମ (Babar Azam) ଙ୍କ ବିରୋଧରେ ମୁହଁ ଖୋଲିଲେ ଦଳରୁ ବାହାର ରହିବାକୁ ପଡ଼ିପାରେ । ଟି-20 ବିଶ୍ୱକପ (T20 World Cup 2022) ପାଇଁ ପାକିସ୍ତାନ ଦଳ (Pakistan Cricket Team) ଘୋଷଣା ହୋଇସାରିଛି । ଯାହା ପରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପଟେ ଟି-20 ବିଶ୍ୱକପ ଟିମରେ ଶାନ ମାସୁଦ (Shan Masood) ଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ଶୋଏବ ମଲିକ (Shoaib Malik) ଓ ଇମାଦ ୱାସିମ (Imad Wasim) ଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଏହି ୩ଟି ନାମ ହେଉଛି ପ୍ରମାଣ ଯେ ପାକିସ୍ତାନୀ ଦଳର ଚୟନ ସୋସିଆଲ ମିଡିଆ ମାଧ୍ୟମରେ କରାଯାଉଛି ।

ଶାନ ମାସୁଦଙ୍କ ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଟି-20 ଡେବ୍ୟୁ କରିନାହାଁନ୍ତି । ସେ ଶେଷ ଥର ପାଇଁ ଜାନୁଆରୀ ୨୦୨୧ରେ ପାକିସ୍ତାନ ତରଫରୁ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥି ସହିତ ଶେଷ ODI ୨୦୧୯ରେ ଖେଳି ଥିଲେ । ଏହା ସତ୍ତ୍ୱେ ପାକିସ୍ତାନ ଟିମ୍ ତାଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରି ବିଶ୍ୱକପ ଦଳରେ ମନୋନୀତ କରିଛି । ଗତ ମାସରେ ଜାତୀୟ ଟି-20 କପରେ ସେ ୯ଟି ମ୍ୟାଚରେ ବାଲୁଚିସ୍ତାନ ପାଇଁ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ବ୍ୟତୀତ ତାଙ୍କ ବ୍ୟାଟ୍ କିଛି ବିଶେଷ କରିପାରି ନଥିଲା । ତାଙ୍କ ସୋସିଆଲ ମିଡିଆ ଆଚରଣକୁ ତାଙ୍କ ଚୟନ ପଛର କାରଣ ମଧ୍ୟ କୁହାଯାଉଛି । ଦଳ ଚୟନ ପରେ ପାକିସ୍ତାନର କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ଯେ ପାକିସ୍ତାନ ଦଳରୁ ବାହାର ରହିବା ପରେ ମାସୁଦ ଶାନ୍ତିପୂର୍ଣ୍ଣ ଭାବରେ ତାଙ୍କ ଖେଳ ଜାରି ରଖିଥିଲେ । ସୁଧାର କରିଛି । ଏହା ମଝିରେ ସେ ସୋସିଆଲ ମିଡିଆରେ କୌଣସି ଓଲଟାସିଧା ପୋଷ୍ଟ୍ କରିନାହାଁନ୍ତି, ଯେଉଁଥିପାଇଁ ସେ ଫଳ ପାଇଛନ୍ତି ।

ଏଥି ସହିତ ଶୋଏବ ଅଖତରଙ୍କୁ ଅଣଦେଖା କରାଯିବାର କାରଣ ତାଙ୍କର ଏକ ଟ୍ୱିଟ ବୋଲି କୁହାଯାଉଛି । ବାସ୍ତବରେ, ପାକିସ୍ତାନର ଏସିଆ କପ୍ ଫାଇନାଲ ହାରିଯିବା ପରେ ଶୋଏବ ବାବର ଆଜାମଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆମେ କେବେ ବନ୍ଧୁତା, ପସନ୍ଦ ଏବଂ ନାପସନ୍ଦ ସଂସ୍କୃତିରୁ କେବେ ବାହାରିବା । କୁହାଯାଉଛି ଯେ ତାଙ୍କ ଏହି ଟ୍ୱିଟ୍ ତାଙ୍କୁ ମହଙ୍ଗା ପଡ଼ିଛି । ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏପର୍ଯ୍ୟନ୍ତ କହିଛନ୍ତି ଯେ ମଲିକଙ୍କୁ ଏଭଳି ଟ୍ୱିଟ କରିବା ଉଚିତ ନଥିଲା ।

ଅଧିକ ପଢ଼ନ୍ତୁ:-ATM ଓ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ଅକ୍ଟୋବର ୧ରୁ ହେବ ଏହି ବଡ଼ ପରିବର୍ତ୍ତନ

ଅଧିକ ପଢ଼ନ୍ତୁ:-ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

 

ଶାନ, ଶୋଏବ ବ୍ୟତୀତ ତୃତୀୟ ପ୍ରମାଣ ଇମାଦ ୱାସିମ ମଧ୍ୟ ଅଛନ୍ତି । ତାଙ୍କୁ ମଧ୍ୟ ପାକିସ୍ତାନ ଟିମ ପାଇଁ ଅଣଦେଖା କରାଯାଇଛି । ଯେତେବେଳେ କି ସେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେ ଚଳିତ ସିଜନରେ କାରିବିଆନ୍ ପ୍ରିମିୟର ଲିଗରେ ତୃତୀୟ ସର୍ବାଧିକ ୱିକେଟ୍ ନେଇଛନ୍ତି । ୱାସିମ ମଧ୍ୟ କିଛି ଦିନ ପୂର୍ବରୁ ଏସିଆ କପ୍ ସମୟରେ ବିରାଟ କୋହଲିଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କୁ ପୃଥିବୀର ଶ୍ରେଷ୍ଠ ଖେଳାଳି ବୋଲି କହିଥିଲେ । ଯାହା ପରେ ସେ ଅତି ଖରାପ ଭାବରେ ଟ୍ରୋଲ ହୋଇଥିଲେ ।