BCCI Apex Council Meeting: ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର୍ ପକାଇପାରିବେ ବୋଲର; ବିସିସିଆଇ ବୈଠକରେ ନିଆଯାଇଛି ଏସବୁ ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1771098

BCCI Apex Council Meeting: ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର୍ ପକାଇପାରିବେ ବୋଲର; ବିସିସିଆଇ ବୈଠକରେ ନିଆଯାଇଛି ଏସବୁ ବଡ଼ ନିଷ୍ପତ୍ତି

BCCI Apex council meet 2023: ଆପେକ୍ସ କାଉନସିଲରେ ବିସିସିଆଇ ନିଷ୍ପତ୍ତି ନେଇଛି ଯେ ସୟଦ ମୁସ୍ତାକ ଅଲି ଟ୍ରଫିରେ ବୋଲରମାନେ ଏକ ଓଭରରେ ଗୋଟିଏ ନୁହେଁ ବରଂ ୨ଟି ବାଉନ୍ସର୍ ବୋଲିଂ କରିପାରିବେ । ଏହା ବ୍ୟତୀତ ବିସିସିଆଇ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛି ।

ସାଙ୍କେତିକ ଫଟୋ

BCCI New rules: ବିସିସିଆଇ ଆପେକ୍ସ କାଉନସିଲର ୧୮ ତମ ବୌଠକ (Apex council meet 2023) ଶୁକ୍ରବାର ଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଠିକ୍ ମିଶ୍ରଣ ରଖିବା ପାଇଁ ବିସିସିଆଇ ଘୋଷଣା କରିଛି ଯେ ବର୍ତ୍ତମାନ ବୋଲରମାନେ ସୟଦ ମୁଶତାକ୍ ଅଲି ଟ୍ରଫିରେ (Syed Mushtaq Ali Trophy) ଗୋଟିଏ ବଦଳରେ ବୋଲର ମାନେ ୨ଟି ବାଉନ୍ସର୍ ପକାଇ ପାରିବେ । ଏହା ସମେତ ବିସିସିଆଇ ଏସୀୟାନ ଗେମ୍ସରେ (Asian Games) ପୁରୁଷ ଓ ମହିଳା ଦଳର ଏଣ୍ଟ୍ରିକୁ ଅନୁମୋଦନ କରିଛି । ଏହା ବ୍ୟତୀତ ଅନ୍ୟାନ୍ୟ ଅନେକ ନିଷ୍ପତ୍ତି ମଧ୍ୟ ବିସିସିଆଇ (BCCI) ତରଫରୁ ନିଆଯାଇଛି ।

ସୟଦ ମୁଶତାକ୍ ଅଲି ଟ୍ରଫିରେ ହେବ ଏହି ବଡ ପରିବର୍ତ୍ତନ 
ଶନିବାର ଦିନ ପ୍ରକାଶିତ ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ମଧ୍ୟରେ ସନ୍ତୁଳନ ସୁଧାରିବା ପାଇଁ ବିସିସିଆଇ ଏକ ଓଭରରେ ୨ଟି ବାଉନ୍ସର୍ ଫିଙ୍ଗିବାକୁ ଅନୁମତି ଦେଇଛି । କହିରଖୁଛୁ ଯେ ଏହା ସୟଦ ଅଲି ମୁଶତାକ୍ ଅଲି ଟ୍ରଫିର ୧୬ ତମ ସିଜନରେ ଲାଗୁ ହେବ । ଏହି ଟୁର୍ଣ୍ଣାମେଣ୍ଟ ୧୬ ଅକ୍ଟୋବରରୁ ୬ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ।

ଆଇପିଏଲ ପରି ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ 
ବିସିସିଆଇ ଏହା ବ୍ୟତୀତ କହିଛି ଯେ ଟସ୍ ପୂର୍ବରୁ ଦଳ ୪ଟି ସେବ୍ଷଟିଚ୍ୟୁଡ ଖେଳାଳି ପ୍ଲେଇଂ ଇଲେଭେନ ସମେତ ବାଛି ପାରିବେ ଓ ଦଳ ଯେକୌଣସି ସମୟରେ ମ୍ୟାଚରେ ଏହାର ଖେଳାଳିଙ୍କୁ ପଡିଆରେ ଓହ୍ଲାଇପାରିବ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ଏହା ମଧ୍ୟ ନିଷ୍ପତ୍ତିରେ କୁହାଯାଇଛି ଯେ ବିସିସିଆଇ ବର୍ତ୍ତମାନ ପୁରୁଷ ଓ ମହିଳା ଦଳକୁ ଏସୀୟାନ ଗେମ୍ସରେ ଭାଗ ନେବାକୁ ଚୀନ୍ ପଠାଇବ । ଏଥିପାଇଁ ଯେଉଁ ଖେଳାଳିମାନେ ବିଶ୍ୱକପରେ ସୁଯୋଗ ପାଇନାହାଁନ୍ତି । କେବଳ ସେମାନଙ୍କୁ ଚୟନ କରାଯିବ ।

ଏହି ବୌଠକରେ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପରି ସୟଦ ମୁଶ୍ଟାକ ଅଲି ଟ୍ରଫିରେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଏହି ଆଇପିଏଲରେ ମଧ୍ୟ ପ୍ରଯୁଜ୍ୟ ଥିଲା କିନ୍ତୁ ଏଥିରେ କିଛି ନିୟମ ପରିବର୍ତ୍ତନ କରାଯାଇଛି । ଇମ୍ପାକ୍ଟ ଖେଳାଳୀମାନେ ବର୍ତ୍ତମାନ ଯେକୌଣସି ସମୟରେ ମୁଶ୍ଟାକ ଅଲି ଟ୍ରଫିରେ ଅଣାଯାଇପାରିବ । ଏଥିସହିତ, ଖେଳାଳିଙ୍କୁ ଟସ୍ ପୂର୍ବରୁ ଦଳ ଘୋଷଣା କରିବାକୁ ପଡିବ ।

ଆପେକ୍ସ କାଉନସିଲ ବୈଠକରେ ଅନ୍ୟାନ୍ୟ ଅନେକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଆପଣଙ୍କୁ କହିରଖୁଛୁ ଯେ କ୍ରିକେଟ୍ ଷ୍ଟାଡିୟମର ଭିତ୍ତିଭୂମି ନବୀକରଣ ହେବ । ଏହା ୨ଟି ପର୍ଯ୍ୟାୟରେ ଚାଲିବ । ଯେଉଁ ଷ୍ଟାଡିୟମରେ ପ୍ରଥମ ଆଇସିସି ODI ବିଶ୍ୱକପ୍‌ର ମ୍ୟାଚ୍ ଅନୁଷ୍ଠିତ ହେବ ସେଠାରେ ପ୍ରଥମ ପର୍ଯ୍ୟାୟରେ ନବୀକରଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଷ୍ଟାଡିୟମଗୁଡ଼ିକରେ ଅର୍ଥାତ ଯେଉଁଠାରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ ନାହିଁ ସେଠାରେ ନବୀକରଣ କରାଯିବ ।

ଏହା ବି ପଢ଼ନ୍ତୁ: Emerging Asia Cup 2023: ଏସିଆ କପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ୟଶ ଧୁଲ ଅଧିନାୟକ ଓ ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ

ଏହା ବି ପଢନ୍ତୁ: World Cup Golden Bat Winners List: ବିରାଟ କରିବେ ନୂଆ ରେକର୍ଡ ନା ସଚିନଙ୍କ ସମକକ୍ଷ ହେବେ ରୋହିତ; ଦେଖନ୍ତୁ ଗୋଲଡେନ୍ ବ୍ୟାଟ୍ ବିଜେତାଙ୍କ ପୂରା ଲିଷ୍ଟ