INDIA vs NEPAL: ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା, ଘରକୁ ଫେରିଲେ ଏହି ଖେଳାଳି
Advertisement
Article Detail0/zeeodisha/odisha1854604

INDIA vs NEPAL: ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା, ଘରକୁ ଫେରିଲେ ଏହି ଖେଳାଳି

INDIA vs NEPAL: ନେପାଳ ବିପକ୍ଷରେ ଭାରତୀୟ ଦଳ ଖେଳିବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଆଜି ଭାରତ ପାଇଁ କର ବା ମର ପରିସ୍ଥିତି ରହିଛି । ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ସୁପର- ୪ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ତାଙ୍କୁ ଦଳ ନେପାଳ ବିପକ୍ଷ ମ୍ୟାଚ୍ ହାରିଯାଏ ତାହାଲେ ଏହାସହ ଭାରତୀୟ ଟିମ୍ ଏସିଆ କପ ଯାତ୍ରା ଏହିଠାରେ ଶେଷ ହେବ ।

ସୌ(ସୋସିଆଲ ମିଡିଆ)

INDIA vs NEPAL: ଶନିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା ପରେ ପାଲେକେଲେ ଷ୍ଚାଡ଼ିୟମରେ ଆଜି ଭାରତ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ ଖେଳିବ । ନେପାଳ ବିପକ୍ଷରେ ଭାରତୀୟ ଦଳ ଖେଳିବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଆଜି ଭାରତ ପାଇଁ କର ବା ମର ପରିସ୍ଥିତି ରହିଛି । ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ସୁପର- ୪ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ତାଙ୍କୁ ଦଳ ନେପାଳ ବିପକ୍ଷ ମ୍ୟାଚ୍ ହାରିଯାଏ ତାହାଲେ ଏହାସହ ଭାରତୀୟ ଟିମ୍ ଏସିଆ କପ ଯାତ୍ରା ଏହିଠାରେ ଶେଷ ହେବ ।

ସୂଚନା ଅନୁଯାୟୀ, ଯଦି ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହୁଏ ତାହାଲେ ଟିମ୍ ଇଣ୍ଡିଆ ସୁପର ୪କୁ କ୍ବାଲିଫାଏ କରିବ । କାରଣ ନେପାଳ ପାଖରେ କେବଳ ଗୋଟିଏ ପଏଣ୍ଟ ରହିବ । ଏହାପୂର୍ବରୁ ନେପାଳ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚରେ ୨୩୮ ରନରେ ପରାଜୟ ବରଣ କରିଥିଲା । ତେବେ ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଭାରତକୁ ଲାଗିଛି ବଡ଼ ଝଟକା । ଦୀର୍ଘ ବର୍ଷ ପରେ ଟିମକୁ ଫେରିଥିବା ବୁମରା କୌଣସି ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରିଛନ୍ତି । ବିସିସିଆଇର ଅନୁମତି ପରେ ସେ ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଘରକୁ ଫେରିଛନ୍ତି। ତେଣୁ ସୋମବାର ଦିନ ନେପାଳ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିପାରିବେନି। ଏସିଆ କପ୍‌ର ସୁପର୍‌ ଫୋର୍‌ ପର୍ଯ୍ୟାୟ ବେଳକୁ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ସେପଟେ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି କେଏଲ ରାହୁଲ । ତେବେ ମ୍ୟାଚ୍ ପୂର୍ବରୁ ତାଙ୍କର ଫିଟନେସ୍ ଯାଞ୍ଚ କରାଯିବ । ଯଦି ଫିଟନେସ ଟେଷ୍ଟରେ ସେ ପାସ୍ ହୁଅନ୍ତି ତାହାଲେ ଟିମରେ ତାଙ୍କୁ ଖେଳାଯିବ ବୋଲି ସୂଚନା ମିଳିଛି । ତେବେ ଉଭୟ ଦଳ ପାଇଁ ଆଜି କର ବା ମର ପରିସ୍ଥିତି ରହିଛି । ଯେଉଁ ଟିମ୍ ଆଜି ମ୍ୟାଚ୍ ରେ ବିଜୟୀ ହେବ ସେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ବା ସୁପର-୪କୁ କ୍ବାଲିଫାଏ ହେବ ।

ମାଗଣାରେ କେମିତି ଦେଖିବେ ଭାରତ-ନେପାଳ ମ୍ୟାଚ୍

ଏହି ମ୍ୟାଚ୍ କୁ ଆପଣ ମୋବାଇଲ ମାଧ୍ୟମରେ ମାଗଣାରେ ଦେଖି ପାରିବେ । ଭାରତ-ନେପାଳ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଟେଲିକାଷ୍ଟ ହେବ । ତେବେ ଏହାକୁ ଡିଜନି + ହଟଷ୍ଟାରରେ ମାଗଣାରେ ଷ୍ଟ୍ରିମ୍ କରାଯାଇପାରିବ। ତେବେ ପାଲେକେଲ ପାଗ ପୁଣିଥରେ ମ୍ୟାଚ୍ ମଜାକୁ ଖରାପ କରିପାରେ ବୋଲି ଆଶଙ୍କା କରାଯାଉଛି । ଏହି ମ୍ୟାଚରେ ମଧ୍ୟ ବର୍ଷା ହେବା ନେଇ ସମ୍ଭାବନା ଥିବା ଆଶା କରାଯାଉଛି । ଆକଳନ ଅନୁଯାୟୀ, ସୋମବାର ଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ହୋଇପାରେ । ତେବେ ଭାରତ- ନେପାଳ ମ୍ୟାଚ୍ ଅପରାହ୍ନ ୩ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଏଯାବତ୍ କୌଣସି ମ୍ୟାଚ୍ ଖେଳାଯାଇ ନାହିଁ। ଏଭଳି ପରିସ୍ଥିତିରେ, ନେପାଳ ଉପରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ଈଶାନ କିଶନ, ହାର୍ଦ୍ଦିକକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ନେପାଳ ଦଳ: ରୋହିତ ପାଡ଼େଲ୍‌ (ଅଧିନାୟକ), କୁଶାଲ ଭୁର୍ତେଲ, ଆସିଫ୍‌ ସେଖ୍‌, ଆରିଫ୍ ସୈଖ୍‌, ସୋମପାଲ କାମ, ଦୀପେନ୍ଦ୍ର ସିଂହ, ଗୁଲସନ୍‌ ଝା, କୁଶାଲ ମଲ୍ଲ, କରଣ କେସି, ସନ୍ଦୀପ ଲାମଚାନ୍‌, ଲଳିତ ରାଜବଂଶୀ।

Also Read-Puri Jagannath Temple: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ