BCCI: ବିଶ୍ୱକପ୍ ମଝିରେ ଏହି ଖେଳାଳିଙ୍କୁ ୨ ବର୍ଷ ପାଇଁ କଲା ବ୍ୟାନ୍ ବିସିସିଆଇ
Advertisement
Article Detail0/zeeodisha/odisha1935231

BCCI: ବିଶ୍ୱକପ୍ ମଝିରେ ଏହି ଖେଳାଳିଙ୍କୁ ୨ ବର୍ଷ ପାଇଁ କଲା ବ୍ୟାନ୍ ବିସିସିଆଇ

BCCI: ବିଶ୍ୱକପ ୨୦୨୩ରେ ଟିମ୍ ଇଣ୍ଡିଆର (World Cup 2023) ଜୋରଦାର ପ୍ରଦର୍ଶନ ଜାରି ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ଲଗାତାର ଭାବେ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଆଜି ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛି ଦଳ । ତେବେ ଏହି ଭିତରେ ଜଣେ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ୍ ଲଗାଇଛି ବିସିସିଆଇ (BCCI)।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀର କ୍ରିକେଟର ବଂଶଜ ଶର୍ମାଙ୍କ ଉପରେ ଦୁଇ ବର୍ଷର ବ୍ୟାନ୍ ଲଗାଇଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ଼ (The Board of Control for Cricket in India) । ଖେଳାଳି ବିବିସିଆଇକୁ ଦୁଇଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଥିବା ପ୍ରମାଣପତ୍ର ଦେଇଥିବାରୁ ବୋର୍ଡ଼ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ୍ ଲଗାଇଛି । ଏନେଇ ଜାମ୍ମୁ କାଶ୍ମୀର କ୍ରିକେଟି ଆସୋସିଏସନ୍ (Jammu Kashmir Cricket Association) ପକ୍ଷରୁ ସୂଚନା ମିଳିଛି । ଶନିବାର ଜେକେସିଏ (JKCA) ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି ଏଥିରେ କୁହାଯାଇଥିଲା ଯେ,  ବଂଶଜ ଶର୍ମା (Vanshaj Sharma) ବିବିସିଆଇକୁ ଏକାଧିକ ଜନ୍ମ ପ୍ରମାଣପତ୍ର ଦେଇଛନ୍ତି । ତେଣୁ ବିବିସିଆଇର ସମସ୍ତ ଟୁର୍ଣ୍ଣାମେଣ୍ଟରୁ ଖେଳାଳିଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୩ ଅକ୍ଟୋବର ୨୭ ତାରିଖରୁ ଏହି ବାସନ୍ଦ ନିର୍ଦ୍ଦେଶ ଲାଗୁ ହୋଇଛି ।

Also Read-Rishabh Pant: ରିଷଭ ପନ୍ତଙ୍କୁ ନେଇ BCCIର ବଡ଼ ଅପଡ଼େଟ, ଏହି ସିରିଜରେ କରିପାରନ୍ତି କମବ୍ୟାକ୍

ଏଥିରେ ଆଉ ମଧ୍ୟ କୁହାଯାଇଛି, ୨ ବର୍ଷର ବନ୍ୟା ଅବଧି ଶେଷ ହେବା ପରେ ବଂଶଜ ଶର୍ମା (Vanshaj Sharma) କେବଳ ବରିଷ୍ଠ ପୁରୁଷ ବର୍ଗର ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ । ତାଙ୍କୁ କୌଣସି ଯୁବ ବର୍ଗର ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ । ବିବିସିଆଇର ନିୟମ ଅନୁଯାୟୀ, ବଂଶଜ ଶର୍ମାଙ୍କୁ ତାଙ୍କର ଶିକ୍ଷା, ଠିକଣା ଓ ରୋଜଗାର ପ୍ରମାଣପତ୍ର ଜମା କରିବାକୁ କୁହାଯାଇଛି । ଫଳରେ ତାଙ୍କୁ ଏସସିଏଏରେ ସ୍ଥାନୀୟ ବୋଲି ବିବେଚନା କରି ପ୍ରତିନିଧିତ୍ବ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।