T20I Series: ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜ୍ ପାଇଁ ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ
Advertisement
Article Detail0/zeeodisha/odisha1970535

T20I Series: ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜ୍ ପାଇଁ ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

T20I Series: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟି -20 ସିରିଜ୍ ନଭେମ୍ବର ୨୩ରୁ ଆରମ୍ଭ ହେବ । ବିଶ୍ବକପ ବେଳେ ଲାଗିଥିବା ଆଘାତରୁ ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଏହି ଟି -୨୦ ସିରିଜରେ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। 

ସୌ(ସୋସିଆଲ ମିଡିଆ)

IND vs AUS, T20I Series: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟି -20 ଆନ୍ତଜାର୍ତୀୟ ସିରିଜ୍ (IND vs AUS, T20I Series) ନେଇ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟି -20 ସିରିଜ୍ ନଭେମ୍ବର ୨୩ରୁ ଆରମ୍ଭ ହେବ । ବିଶ୍ବକପ ବେଳେ ଲାଗିଥିବା ଆଘାତରୁ ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଏହି ଟି -୨୦ ସିରିଜରେ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ସ୍ଥାନରେ ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଟି -20 ଅଧିନାୟକତ୍ୱ ଦିଆଯାଇଛି।

ସୂଚନା ଥାଉ କି, ବିଶାଖାପାଟନମ୍ ରେ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଏହି ଟି -20 ଆନ୍ତଜାର୍ତୀୟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ (Suryakumar Yadav) ସୋମବାର ଦିନ ଭାରତୀୟ ଟି -20 ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଓପନିଂ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଇକୱାଡଙ୍କୁ (Ruturaj Gaikwad) ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି ।

ଭାରତର ଟି -20 ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରୁତୁରାଜ ଗାଇକୱାଡ (ଉପ-ଅଧିନାୟକ), ଇଶାନ କିଶନ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, ରବି ବିଷ୍ଣୁ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ, ମୁକେଶ କୁମାର ।

ଭାରତ ବନାମ ଅଷ୍ଟ୍ରେଲିଆ ଟି -20 ଆନ୍ତର୍ଜାତୀୟ ସିରିଜ୍

ପ୍ରଥମ ଟି -20 ମ୍ୟାଚ୍ - ୨୩ ନଭେମ୍ବର, ସନ୍ଧ୍ୟା ୭.୦୦, ବିଶାଖାପାଟନମ୍ ।

୨ୟ ଟି -20 ମ୍ୟାଚ୍ - ୨୬ ନଭେମ୍ବର, ସନ୍ଧ୍ୟା ୭.୦୦, ଥିରୁବନନ୍ତପୁରମ୍ ।

ତୃତୀୟ ଟି -20 ମ୍ୟାଚ୍ – ୨୮ ନଭେମ୍ବର, ସନ୍ଧ୍ୟା ୭.୦୦, ଗୌହାଟୀ ।

ଟତୁର୍ଥ ଟି -20 ମ୍ୟାଚ୍ - ୧ ଡିସେମ୍ବର, ସନ୍ଧ୍ୟା ୭.୦୦, ନାଗପୁର ।

ପଞ୍ଚମ ଟି -20 ମ୍ୟାଚ୍ - ୩ ଡିସେମ୍ବର, ସନ୍ଧ୍ୟା ୭.୦୦, ହାଇଦ୍ରାବାଦ ।