Ind vs SA T20: ଆଜି ଟି-୨୦ ସିରିଜର ଅନ୍ତିମ୍ ମ୍ୟାଚ୍, ସିରିଜ ବରାବର ଲକ୍ଷ୍ୟରେ ଭାରତ
Advertisement

Ind vs SA T20: ଆଜି ଟି-୨୦ ସିରିଜର ଅନ୍ତିମ୍ ମ୍ୟାଚ୍, ସିରିଜ ବରାବର ଲକ୍ଷ୍ୟରେ ଭାରତ

Ind vs SV: ଗୁରୁବାର ଜୋହାନ୍ସବର୍ଗରେ (Johannesburg) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ (India vs South Africa 3rd t20) । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା ଟିମ୍ ଇଣ୍ତିଆ (Team India) ।

ସୌ(ସୋସିଆଲ ମିଡିଆ)

Ind vs SV T20: ଗୁରୁବାର ଜୋହାନ୍ସବର୍ଗରେ (Johannesburg) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ (India vs South Africa 3rd t20) । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା ଟିମ୍ ଇଣ୍ତିଆ (Team India) ।

ଆଜି ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରେ (Ind vs SV T20) ଭାରତ ପାଇଁ ‘କର ବା ମର’ ସ୍ଥିତି ରହିଛି । ଦ୍ବିତୀୟ ମ୍ୟାଚ୍ ଜିତି ଘରୋଇ ଦଳ ସିରିଜରେ ୧-୦ରେ ଆଗରେ ରହିଛି । ସିରିଜ ବରାବର କରିବାକୁ ହେଲେ ଭାରତକୁ ଆଜି କୌଣସି ବି ପରିସ୍ଥିତିରେ ଜିତିବାକୁ ହେବ । ଏଥିପାଇଁ ଦଳକୁ ନିଜ ବୋଲିଂ ସୁଧାରିବାକୁ ପଡ଼ିବ । ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ସିରିଜରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୮୦ ରନ୍ ସଂଗ୍ରହ କରିଥିଲା । ପରେ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକା (South Africa) ଆଗରେ ଡିଏଲଏସ୍ ଆଧାରରେ ୧୫ ଓଭର ୧୫୨ ରନ୍ ର ଟାର୍ଗେଟ୍ ଦିଆଯାଇଥିଲା । ଦକ୍ଷିଣ ଆଫ୍ରିକା ଦଳ ୭ ବଲ୍ ବାକି ଥାଇ ଟାର୍ଗେଟ୍ ହାସଲ କରିନେଇଥିଲା । ଭାରତ ପକ୍ଷରୁ ରିଙ୍କୁ ସିଂ (Rinku Singh )ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଅର୍ଦ୍ଧ ଶତକ ହାସଲ କରିଥିଲେ । ଏହି ମ୍ୟାଚ୍ ରେ ଟିମ୍ ଇଣ୍ତିଆର ଦୁର୍ବଳ ବୋଲିଂ ଦେଖିବାକୁ ମିଳିନଥିଲା । ଆଜିର ଏହି ମ୍ୟାଚ୍ ରେ ଭାରତ ପ୍ଲେଇଂଙ୍ଗ ଇଲେଭେନରେ (India playing 11 today) କିଛିଟା ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ମିଳିଛି ।

Also Read-Rinku Singh: କ୍ଷମା ମାଗିଲେ ରିଙ୍କୁ ସିଂ, କହିଲେ I am Sorry...

ସମ୍ଭାବ୍ୟ ଭାରତୀୟ ଦଳ- ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଯଶସ୍ବୀ ଜୈସୱାଲ, ଶୁଭମନ ଗିଲ୍/ ଋତୁରାଜ ଗାଏକୱାଡ଼, ଶ୍ରେୟାସ ଆୟର, ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡ଼େଜା, ଦୀପକ ଚହର, କୁଲଦୀପ ଯାଦବ/ ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ/ ମୁକେଶ କୁମାର