IND Vs SA: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପୂର୍ବରୁ ଆସିଲା ବଡ଼ ଖବର, ସନ୍ୟାସ ନେଇପାରନ୍ତି ଏହି ଖେଳାଳି!
Advertisement

IND Vs SA: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପୂର୍ବରୁ ଆସିଲା ବଡ଼ ଖବର, ସନ୍ୟାସ ନେଇପାରନ୍ତି ଏହି ଖେଳାଳି!

IND Vs SA: ଭାରତ ବନାମ ଦକ୍ଷିଣ ଆଫ୍ରିକା (IND Vs SA t20) ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି କ୍ରିକେଟ୍ ରୁ ସନ୍ୟାସ ଗ୍ରହଣ କରିବା ନେଇ ସୂଚନା ମିଳିଛି । ଏନେଇ ଦକ୍ଷିଣ ଆଫ୍ରିକାର (South Africa) କୋଚ୍ ଘୋଷଣା କରିଛନ୍ତି । 

ସୌ(ସୋସିଆଲ ମିଡିଆ)

IND Vs SA T20 Series: ଭାରତ ବନାମ ଦକ୍ଷିଣ ଆଫ୍ରିକା (IND Vs SA t20) ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖେଳାଳି କ୍ରିକେଟ୍ ରୁ ସନ୍ୟାସ ଗ୍ରହଣ କରିବା ନେଇ ସୂଚନା ମିଳିଛି । ଏନେଇ ଦକ୍ଷିଣ ଆଫ୍ରିକାର (South Africa) କୋଚ୍ ଘୋଷଣା କରିଛନ୍ତି । ତେବେ ଫର୍ମରେ ଥିବା ଏହି ଖେଳାଳି ସନ୍ୟାସ ନେବା ସମସ୍ତେଙ୍କୁ ଚକିତ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣ ଆଫ୍ରିକା ପ୍ରଶଂସକଙ୍କୁ ଲାଗିଛି ବଡ଼ ଝଟକା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ (South Africa vs India) ଆସନ୍ତା ମାସ ୧୦ ତାରିଖରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ଟି -20 ମ୍ୟାଚ୍, ୩ଟି ODI ମ୍ୟାଚ୍ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଇସିସି ଟି -20 ବିଶ୍ୱକପ ପୂର୍ବରୁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଖେଳାଳିଙ୍କ ପ୍ରଦର୍ଶନକୁ ପରକ୍ଷିବା ଦୃଷ୍ଟିକୋଣରୁ ଏହି ସିରିଜ୍ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି  । ସେପଟେ କିନ୍ତୁ ଏହି ସିରିଜ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଝଟକା । ଦଳର କୋଚ୍ କହିଛନ୍ତି, କ୍ୱିଣ୍ଟନ୍ ଡି କକ୍ (Quinton de Kock) ଟି -20 କ୍ରିକେଟ୍ ରୁ ଅବସର ନେବାକୁ ଚାହୁଁଛନ୍ତି। ଡି କକ୍ ବିଶ୍ୱକପ୍ ପରେ ଅବସର ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଆଫ୍ରିକୀୟ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ୱିଣ୍ଟନ୍ ଡି କକ୍ (Quinton de Kock) ପୂର୍ବରୁ ଟେଷ୍ଟ ଓ ODIରୁ ଅବସର ନେଇସାରିଛନ୍ତି।

Also Read-ହୃଦୟ ଜିତିଲେ ସୂର୍ଯ୍ୟକୁମାର ଯାଦବ, ସିରିଜ ଜିତିବା ପରେ ରିଙ୍କୁ ସିଂଙ୍କୁ ଦେଲେ ଟ୍ରଫି, ଏହା ଥିଲା କ୍ରିକେଟରଙ୍କ ପ୍ରତିକ୍ରିୟା

ଏନେଇ ସେ ଡି କକ୍ ଙ୍କୁ ମନାଇବା ଲାଗି ବହୁ ଚେଷ୍ଟା କରିଥିବା କୋଚ୍ ରୋବ ୱାଲଟର (Rob Walter) ଗତ ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଡି କକ୍ କେବେ ଟି-୨୦ କ୍ରିକେଟ୍ ରୁ ବିଦାୟ ନେଉଛନ୍ତି ତାହା ଦେଖିବା ବାକି ରହିଲା। ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଟି -20 ବିଶ୍ୱକପରେ ଡି କକ୍ ଦଳର ଏକ ଅଂଶ ହେବେ ନା ଏହା ପୂର୍ବରୁ ସେ ସନ୍ୟାସ ନେବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡି କକ୍ ଭଲ ଫର୍ମରେ ରହିଛନ୍ତି । ଆଇସିସି ବିଶ୍ୱକପ୍ ୨୦୨୩ରେ ଡି଼ କକ୍ ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୦ଟି ମ୍ୟାଚ୍ ଖେଳି ସେ ମୋଟ ୫୯୪ ରନ୍ ସ୍କୋର କରିଥିଲେ