Ind vs SA: ମ୍ୟାଚ୍ ବେଳେ ଆହତ ହେଲେ ସୂର୍ଯ୍ୟକୁମାର, ବଢିଲା ଦଳର ଚିନ୍ତା
Advertisement

Ind vs SA: ମ୍ୟାଚ୍ ବେଳେ ଆହତ ହେଲେ ସୂର୍ଯ୍ୟକୁମାର, ବଢିଲା ଦଳର ଚିନ୍ତା

Suryakumar Yadav: ଗୁରୁବାର ଦିନ ଜୋହାନ୍ସବର୍ଗରେ ଖେଳାଯାଇଥିବା ଟି-୨୦ ସିରିଜରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ବିସ୍ଫୋରକ ଶତକ ଦଳର ବିଜୟକୁ ସହଜ କରିଥିଲା। ସେପଟେ ଖୁସି ସହ ଏହି ମ୍ୟାଚ୍ ଭାରତୀୟ ଦଳ (Team India) ପାଇଁ ଏକ ସମସ୍ୟା ଆଣିଛି।

ସୌ(ସୋସିଆଲ ମିଡିଆ)

Suryakumar Yadav: ଗୁରୁବାର ଦିନ ଜୋହାନ୍ସବର୍ଗରେ ଖେଳାଯାଇଥିବା ଟି-୨୦ ସିରିଜର (Ind vs SA t20 Series) ଶେଷ ତଥା ଅନ୍ତିମ ମ୍ୟାଚ୍ ରେ ବିଜୟ ହାସଲ କରି ସିରିଜ ବରାବର କରିଛି ଟିମ୍ ଇଣ୍ତିଆ । ଏହି ମ୍ୟାଚ୍ ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ବିସ୍ଫୋରକ ଶତକ ଦଳର ବିଜୟକୁ ସହଜ କରିଥିଲା। ସେପଟେ ଖୁସି ସହ ଏହି ମ୍ୟାଚ୍ ଭାରତୀୟ ଦଳ (Team India) ପାଇଁ ଏକ ସମସ୍ୟା ଆଣିଛି।

ବାସ୍ତବରେ, ଫିଲ୍ଡିଂ ବେଳେ ଅଧିନାୟକ ସୂର୍ଯ୍ୟକୁମାର (Suryakumar Yadav) ଗୁରୁତର ଭାବେ ଆହତ ହୋଇଛନ୍ତି। ବଲ୍ ଧରିବାବେଳେ ସୂର୍ଯ୍ୟଙ୍କ ଗୋଡ଼ରେ ଆଘାତ ଲାଗିଛି । ଆହତ ଲାଗିବା ପରେ ସେ ତଳେ ପଡ଼ିଯିବାରୁ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହି ଆଘାତ କେତେ ଗମ୍ଭୀର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ବର୍ତ୍ତମାନ ସୂର୍ଯ୍ୟକୁମାର ବେଶ ଭଲ ଫର୍ମରେ ରହିଛନ୍ତି। ଗୁରୁବାର ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ଧୂଳ ଚଟାଇ ଧୂଆଁଧାର ଶତକ ହାସଲ କରିଛନ୍ତି ଏହି ଷ୍ଟାର ଖେଳାଳି। ସେ ମାତ୍ର ୫୬ଟି ବଲରେ ଶତକ ହାସଲ କରିଥିଲେ । ଯେଉଁଥିରେ ୭ଟି ଚୌକା ଓ ୮ ଛକା ସାମିଲ ରହିଛି। ଗତ ମ୍ୟାଚ୍ ରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଭଳି ସ୍ଥିତିରେ ସୂର୍ଯ୍ୟ କୁମାର ଆଘାତ ହେବା ଦଳ ପାଇଁ ଏକ ବଡ଼ କ୍ଷତି ଅଟେ ।

ସୂର୍ଯ୍ୟ କୁମାର ଆଘାତ ହେବା ପରେ ଏବେ ପ୍ରଶ୍ନ ଉଠିଛି ଯେ, ଯଦି ସେ ଠିକ୍ ସମୟରେ ସୁସ୍ଥ ନ ହୁଅନ୍ତି ତାହାଲେ ଆଗକୁ ଖେଳା ଯିବାକୁ ଥିବା ଦିନିକିଆ ସିରିଜ ଓ ଟି-୨୦ ବିଶ୍ବକପରେ କିଏ ଅଧିନାୟତ୍ବ କରିବେ । ସେପଟେ ରୋହିତ ଶର୍ମା ଟି -20 ବିଶ୍ୱକପ ଖେଳିବେ କି ନାହିଁ ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଯଦି ସୂର୍ଯ୍ୟ କୁମାର ଠିକ୍ ସମୟରେ ସୁସ୍ଥ ନ ହୁଅନ୍ତି ତେବେ ଭାରତୀୟ ଦଳ ପାଇଁ ଏହା ଏକ ଚିନ୍ତାର ବିଷୟ ଅଟେ ।

ପ୍ରକାଶ ଥାଉ କି, ଏହି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଶୁଭମନ ଗିଲ୍ (Shubman Gill) ଓ ତୀଳକ ବର୍ମା (Tilak Varma) ଆଉଟ ହେବା ପରେ ଯଶସ୍ବୀ ଜୟସ୍ବାଲ (Yashasvi Jaiswal) ଓ ସୂର୍ଯ୍ୟକୁମାରଙ୍କ ଲଢୁଆ ବ୍ୟାଟିଂ ଦଳର ସ୍କୋରକୁ ଆଗେଇକୁ ନେଇଥିଲା । ଜୟସ୍ବାଲ ୪୧ ବଲରେ ୬୦ ରନ୍ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ୫୬ଟି ବଲ୍ ରେ ଶତକ ହାସଲ କରିଥିଲେ। ଶେଷ ଓଭରରେ ଓ୍ବିକେଟ୍ ହରାଇବା ଫଳରେ ଟିମ୍ ରନ୍ ଗତି କମିଯାଇଥିଲା । ଫଳରେ ଭାରତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୧ ରନ୍ କରିଥିଲା । ଏହି ରନ୍ ର ପିଛା କରି ଦକ୍ଷିଣ ଆଫ୍ରିକା (South Africa) ମାତ୍ର ୧୩.୫ ଓଭରରେ ୯୫ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଭାରତର ସବୁଠୁ ବଡ଼ ବିଜୟ ଅଟେ । ଟି-୨୦ ସିରିଜ ପରେ ଦୁଇ ଦଳ ମଧ୍ଯରେ ଦିନିକିଆ ସିରିଜ ଖେଳାଯିବ ।