T20 World Cup: ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ତିଆର ଟପ୍- ୩ ଖେଳାଳୀ କିଏ? ଇରଫାନ ପଠାନ୍ ଦେଲେ ସୂଚନା
Advertisement
Article Detail0/zeeodisha/odisha2217994

T20 World Cup: ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ତିଆର ଟପ୍- ୩ ଖେଳାଳୀ କିଏ? ଇରଫାନ ପଠାନ୍ ଦେଲେ ସୂଚନା

 T20 World Cup: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ପାଇଁ ବହୁତ କମ୍ ସମୟ ବାକି ରହିଛି। ଆସନ୍ତା ଟି -୨୦ ବିଶ୍ୱକପ ଜୁନ୍ ୧ ରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ। ତେବେ  -୨୦ ବିଶ୍ୱକପ ପାଇଁ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ତର ଇରଫାନ ପଠାନ୍ ।

T20 World Cup: ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ତିଆର ଟପ୍- ୩ ଖେଳାଳୀ କିଏ? ଇରଫାନ ପଠାନ୍ ଦେଲେ ସୂଚନା

ICC Men's T20 World Cup: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ପାଇଁ ବହୁତ କମ୍ ସମୟ ବାକି ରହିଛି। ଆସନ୍ତା ଟି -୨୦ ବିଶ୍ୱକପ ଜୁନ୍ ୧ ରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ। ତେବେ  -୨୦ ବିଶ୍ୱକପ ପାଇଁ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ତର ଇରଫାନ ପଠାନ୍ ।

ସୂଚନା ଥାଉ କି, ପୂର୍ବରୁ ଚୟନ ହୋଇଥିବା ଦଳ ଓ ବର୍ତ୍ତମାନର ଚୟନ ହୋଇଥିବା ଦଳ ମଧ୍ଯରେ ସାମାନ୍ୟ ପାର୍ଥକ୍ୟ ରହିଛି । ଏଥର ଟପ୍ ୩ ଖେଳାଳି ଚୟନ କରିଛନ୍ତି ଇରଫାନ । ନିଜ ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ ସେ ଏନେଇ ସୂଚନା ଦେଇଛନ୍ତି । ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଭାରତୀୟ ଦଳ ପାଇଁ ଏମାନେ ମୋର ଟପ୍‌‌-୩ । ଏହି ତାଲିକାରେ ରୋହିତ ଶର୍ମା (ଅଧିନାୟକ), ୟଶସ୍ୱୀ ଯୈସୱାଲ ଓ ବିରାଟ କୋହଲିଙ୍କ ନାଁ ରହିଛି। ଏହା ସହ ଇରଫାନ ୍ଆପଣଙ୍କ ମତ କ'ଣ ବୋଲି ପ୍ରଶ୍ନ କରିଛନ୍ତି ।

୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନସିପ୍‌‌ ଟ୍ରଫି ଜିତିବାରେ ଇରଫାନ ପଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ଇରଫାନଙ୍କୁ ମନୋନୀତ କରାଯାଇଥିଲା। ୪ ଓଭରରେ ସେ ୧୬ ରନ୍ ଦେଇ ୩ଟି ୱିକେଟ ନେଇଥିଲେ। ୨୦୦୭ ପରଠାରୁ ଭାରତ ଟି-୨୦ ବିଶ୍ୱକପ ଜିତିନାହିଁ।