ICC ଦେବ ଶ୍ରେଷ୍ଠ ଖେଳାଳି ଆୱାର୍ଡ, ରେସରେ କମିନ୍ସ ଓ ହେଡଙ୍କ ସହ ୨ ଭାରତୀୟ ଖେଳାଳି
Advertisement

ICC ଦେବ ଶ୍ରେଷ୍ଠ ଖେଳାଳି ଆୱାର୍ଡ, ରେସରେ କମିନ୍ସ ଓ ହେଡଙ୍କ ସହ ୨ ଭାରତୀୟ ଖେଳାଳି

ICC Cricketer of The Year 2023: ଅନ୍ତର୍ଜାତୀୟ କ୍ରିକେଟ୍ କାଉଂସିଲ ପକ୍ଷରୁ ଶ୍ରେଷ୍ଠ ଖେଳାଳି ବାଛିବା ନେଇ ୪ ଜଣଙ୍କ ନାମକୁ ମନୋନୀତ କରାଯାଇଛି । ଏହି ତାଲିକାରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଟ୍ରାଭିସ୍ ହେଡ୍ ଙ୍କ ସହ ୨ ଭାରତୀୟ ଖେଳାଳିଙ୍କ ନାମ ଥିବା ଜଣାପଡ଼ିଛି । 

ସୌ(ସୋସିଆଲ ମିଡିଆ)

ICC Cricketer of The Year 2023: ଅନ୍ତର୍ଜାତୀୟ କ୍ରିକେଟ୍ କାଉଂସିଲ ପକ୍ଷରୁ ଶ୍ରେଷ୍ଠ ଖେଳାଳି ବାଛିବା ନେଇ ୪ ଜଣଙ୍କ ନାମକୁ ମନୋନୀତ କରାଯାଇଛି । ଏହି ତାଲିକାରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଟ୍ରାଭିସ୍ ହେଡ୍ ଙ୍କ ସହ ୨ ଭାରତୀୟ ଖେଳାଳିଙ୍କ ନାମ ଥିବା ଜଣାପଡ଼ିଛି । ଅର୍ଥାତ୍ ମନୋନୀତ ହୋଇଥିବା ଏହି ୪ ଖେଳାଳିଙ୍କ ମଧ୍ୟରୁ ଜଣେ ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉଂସିଲର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହେବେ । ଏହି ପୁରସ୍କାରକୁ ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି ଭାବେ (Sir Garfield Sobers Trophy) ନାମିତ କରାଯାଇଛି ।

ବିରାଟ କୋହଲି- ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୨୦୨୩ରେ ମୋଟ ୩୫ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଖେଳିଥିବା ୩୬ ଇନିଂସରେ ମୋଟ ୨୦୪୮ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୮ ଶତକ ଓ ୧୦ଟି ଅର୍ଦ୍ଧ ଶତକ ସାମିଲ ରହିଛି । ୧୮୬ ରନ୍ ତାଙ୍କର ସର୍ବୋତ୍ତମ ସ୍କୋର ଅଟେ ।

ରବିନ୍ଦ୍ର ଜାଡେଜା- ରବିନ୍ଦ୍ର ଜାଡେଜା ୨୦୨୩ରେ ମୋଟ ୩୫ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ମୋଟ ୬୧୩ ରନ୍ ସଂଗ୍ରହ କରିଛନ୍ତି । ​​ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି ଜାଡେଜା । ବର୍ତ୍ତମାନ ସେ ନଂ ୧ ଟେଷ୍ଟ ଅଲରାଉଣ୍ଡର ଅଟନ୍ତି । ଗତ ବର୍ଷ ସେ ମୋଟ ୬୬ଟି ୱିକେଟ୍ ହାସଲ କରିଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by RVCJ Media (@rvcjinsta)

ପ୍ୟାଟ୍ କମିନ୍ସ- ୨୦୨୩ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପାଇଁ ମଧ୍ଯ ବେଶ ରୋମାଞ୍ଚକର ଥିଲା । ତାଙ୍କ ଅଧିନାୟକତ୍ୱରେ ଦଳ ଗୋଟିଏ ବର୍ଷରେ ଦୁଇ ଦୁଇଟି ଆଇସିସି ଟାଇଟଲ୍ ହାତେଇଛି । ସେ ଚଳିତ ବର୍ଷ ୨୪ଟି ମ୍ୟାଚରେ ମୋଟ ୫୯ଟି ୱିକେଟ୍ ନେଇଛନ୍ତି।

ଟ୍ରାଭିସ୍ ହେଡ଼- ଅଷ୍ଟ୍ରେଲିଆ WTC ଓ ବିଶ୍ୱକପ୍ ୨୦୨୩ ଟାଇଟଲ୍ ଜିତିବାରେ ଟ୍ରାଭିସ୍ ହେଡ଼ଙ୍କ ମଧ୍ଯ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ଭାରତ ବିପକ୍ଷରେ ଟ୍ରାଭିସ୍ ହେଡ୍ ଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେହିପରି ବିଶ୍ୱକପ୍ ୨୦୨୩ ଫାଇନାଲରେ ହେଡ୍ ଙ୍କ ଶତକ ଦଳକୁ ଷଷ୍ଠ ଥର ପାଇଁ ଚାମ୍ପିୟନ୍ କରିବାରେ ସହାୟକ ହୋଇଥିଲା ।