Maxwell Net Worth: ପ୍ରତି ମ୍ୟାଚ୍ ପିଛା କେତେ ଟଙ୍କା ଚାର୍ଜ କରନ୍ତି Maxwell?
Advertisement
Article Detail0/zeeodisha/odisha1950743

Maxwell Net Worth: ପ୍ରତି ମ୍ୟାଚ୍ ପିଛା କେତେ ଟଙ୍କା ଚାର୍ଜ କରନ୍ତି Maxwell?

Maxwell : ମଙ୍ଗଳବାର ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ ସାରା ଦୁନିଆ ଦେଖିଲା ମାକ୍ସୱେଲଙ୍କ (Glenn Maxwell) ମ୍ୟାଜିକ୍ । ହାରିବା ମ୍ୟାଚ୍ କୁ ଜିତାଇବା ସହ ଚଳିତ ବିଶ୍ବକପରେ (World cup 2023) ଦ୍ବିଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Maxwell Net Worth: ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଇତିହାସ ରଚିଛନ୍ତି। ମଙ୍ଗଳବାର ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ (Mumbai Wankhede Stadium) ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ ସାରା ଦୁନିଆ ଦେଖିଲା ମାକ୍ସୱେଲଙ୍କ (Glenn Maxwell) ମ୍ୟାଜିକ୍ । ହାରିବା ମ୍ୟାଚ୍ କୁ ଜିତାଇବା ସହ ଚଳିତ ବିଶ୍ବକପରେ (World cup 2023) ଦ୍ବିଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି ।

ଗ୍ଲେନ୍ ମ୍ୟାକ୍ସୱେଲ ସମ୍ପତ୍ତି କେତେ?

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ ବିଶ୍ବର ଅନେକ ପ୍ରସିଦ୍ଧ ଲିଗରେ ଅଂଶଗ୍ରହଣ କରି ସେଠାରୁ ବିପୁଳ ଅର୍ଥ ରୋଜଗାର କରିଥାଆନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡ ପ୍ରମୋସନ, ବିଜ୍ଞାପନ, ନିବେଶ ଓ ପ୍ରପୋଟିରୁ ମଧ୍ୟ ଆୟ କରିଥାଆନ୍ତି ।

ମ୍ୟାକ୍ସୱେଲ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୯୮ କୋଟି ଟଙ୍କା ଅଟେ (ଭାରତୀୟ ମୁଦ୍ରାରେ)। ଖେଳାଳିଙ୍କ ମାସିକ ଆୟ ପ୍ରାୟ ୧.୫୦ କୋଟି ଅଟେ । ଗୋଟିଏ ବର୍ଷରେ ସେ ପ୍ରାୟ ୧୮ କୋଟି ଟଙ୍କା ରୋଜଗାର କରିଥାଆନ୍ତି ।

କେଉଁ ମ୍ୟାଚ୍ ପାଇଁ ନିଅନ୍ତି କେତେ ଫି

ରିପୋର୍ଟ ଅନୁଯାୟୀ, ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ମ୍ୟାକ୍ସୱେଲ ୧୧ ଲକ୍ଷ ଟଙ୍କା ନେଇଥାଆନ୍ତି । ସେହିପରି ଦିନିକିଆ ମ୍ୟାଚ୍ ପାଇଁ ସେ ୮.୫ ଲକ୍ଷ ଟଙ୍କା ଓ ଟି -20 ମ୍ୟାଚ୍ ପାଇଁ ସେ ୫.୬ ଲକ୍ଷ ଟଙ୍କା ନେଇଥାଆନ୍ତି ।

ମ୍ୟାକ୍ସୱେଲଙ୍କ କ୍ୟାରିୟର

ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ଦଳ ପାଇଁ ମୋଟ ୨୪୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୨୨୯ ଇନିଂସରେ ସେ ୬୩୯୦ ରନ୍ ସ୍କୋର କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ରେ ତାଙ୍କ ନାମରେ ୮ଟି ଶତକ, ଗୋଟିଏ ଦ୍ୱିଶତକ ଓ ୩୩ଟି ଅର୍ଦ୍ଧ ଶତକ ରହିଛି। ଅନ୍ୟପଟେ ବୋଲିଂରେ ମଧ୍ଯ ମ୍ୟାକ୍ସୱେଲଙ୍କ ଜବରଦସ୍ତ ରେକର୍ଡ଼ ରହିଛି । ୧୮୩ ଇନିଂସରେ ସେ ୧୧୬ଟି ୱିକେଟ୍ ହାତେଇଛନ୍ତି । ଟେଷ୍ଟ କ୍ରିକେଟରେ ସେ  ୮ଟି, ଦିନିକିଆରେ ୬୯ ଓ ଟି -20ରେ ୩୯ଟି ୱିକେଟ୍ ନେଇଛନ୍ତି।

ପ୍ରକାଶ ଥାଉ କି, ମ୍ୟାଚରେ ଆଫଗାନିସ୍ତାନ (Afghanistan)  ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୨ ଓପନର ଇବ୍ରାହିମ୍ ଜଦରାନ ଓ ରେହମାନୁଲ୍ଲା ଗୁରବାଜ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗୁରବାଜ ୨୧ ରନ୍ କରି ଆଉଟ ହୋଇଥିଲେ । ଜଦରାନ ନିଜର ଦମଦାର ବ୍ୟାଟିଂ ଫଳରେ ଶତକ ହାସଲ କରି ଅପରାଜିତ ୧୨୯ ରନ୍ କରିଥିଲେ । ଏହି ବିଶ୍ବକପରେ ଶତକ ଅର୍ଜନ କରିବାରେ ସେ ପ୍ରଥମ ଆଫଗାନିସ୍ତାନ ଖେଳାଳି ହୋଇଛନ୍ତି । ତେବେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ (Aus vs AFG) ଆଗର ୨୯୧ର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ପଡ଼ିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ (Australia) ମାତ୍ର ୯୧ ରନ୍ ରେ ୭ଟି ୱିକେଟ୍ ହାରଇଥିବା ବେଳେ ଆଫଗାନିସ୍ତାନ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏହାପରେ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ମାକ୍ସୱେଲ୍ ସୋ । ଖରାପ ପରିସ୍ଥିତିରେ ଧୈର୍ଯ୍ୟର ସହ ଖେଳି ଆଫଗାନିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇନେଇଥିଲେ ମାକ୍ସୱେଲ୍ । ଧୂଆଁଧାର ବ୍ୟାଟିଂ ଫଳରେ ଦ୍ବିଶତକ ହାସଲ କରି ଇତିହାସ ରଚିଥିଲେ ଏହି ମହାନ ଖେଳାଳି । ଅନ୍ୟପଟେ ପ୍ୟାଟ କମିନ୍ସ (Pat Cummins) କ୍ରିଜରେ ରହି ତାଙ୍କୁ ସହଯୋଗ କରିଥିଲେ । ଶେଷରେ ୩ ୱିକେଟ୍ ଜିତିଥିଲା କଙ୍ଗାରୁ ଦଳ ।

Also Read-Kohli On Maxwell: ମାକ୍ସୱେଲଙ୍କ ଡବଲ ସେଞ୍ଚୁରୀର ଏପରି ପ୍ରଶଂସା କଲେ ବିରାଟ, ଦେଖନ୍ତୁ ଫଟୋ