Mohammed Siraj: ଅଟୋ ଚଲାଉଥିଲେ ବାପା, ପକେଟ୍ ମନିରେ ମିଳୁଥିଲା ମାତ୍ର ଏତିକି ଟଙ୍କା..
Advertisement

Mohammed Siraj: ଅଟୋ ଚଲାଉଥିଲେ ବାପା, ପକେଟ୍ ମନିରେ ମିଳୁଥିଲା ମାତ୍ର ଏତିକି ଟଙ୍କା..

Mohammed Siraj: ମହମ୍ମଦ ସିରାଜଙ୍କ ତୋଫାନୀ ବୋଲିଂ ଫଳରେ ଅଷ୍ଟମ ଥର ପାଇଁ ଏସିଆ କପ୍ ରେ ଟାଇଟେଲ ହାତେଇଛି ଭାରତ । ନିଜ ଦମଦାର ବୋଲିଂରେ ହଇଚଇ ସୃଷ୍ଟି କରିଥିବା ମହମ୍ମଦ ସିରାଜଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଆଜି ଆସନ୍ତୁ ଜାଣିବା ଖେଳାଳିଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

ସୌ(ସୋସିଆଲ ମିଡିଆ)

Mohammed Siraj: ଏସିଆ କପ୍ ୨୦୨୩ ଫାଇନାଲ ମ୍ୟାଚରେ (Asia cup 2023 Final) ମହମ୍ମଦ ସିରାଜଙ୍କ (Mohammed Siraj) ତୋଫାନୀ ବୋଲିଂ ଫଳରେ ଅଷ୍ଟମ ଥର ପାଇଁ ଟାଇଟେଲ ହାତେଇଛି ଭାରତ । ନିଜ ଦମଦାର ବୋଲିଂରେ ହଇଚଇ ସୃଷ୍ଟି କରିଥିବା ମହମ୍ମଦ ସିରାଜଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଆଜି ଆସନ୍ତୁ ଜାଣିବା ଖେଳାଳିଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

ସୂଚନା ଅନୁଯାୟୀ, ଏସିଆ କପ୍ ର ଫାଇନାଲ ମ୍ୟାଚରେ ନିଜ ଧୂଆଁଦାର ବୋଲିଂରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଯୁବ ବୋଲର ମହମ୍ମଦ ସିରାଜ । ଶ୍ରୀଲଙ୍କା ବିପକ୍ଷରେ (India vs Sri lanka) ଖେଳାଯାଇଥିବା ଟାଇଟଲ ମ୍ୟାଚରେ ସିରାଜ ୬ ୱିକେଟ୍ ନେଇ ଭାରତକୁ ବିଜୟ ପଥରେ ଆଗେଇ ନେଇଥିଲେ । ଫଳରେ ୫୦ ରନ୍ କରି ଅଲ ଆଉଟ ହୋଇଯାଇଥିଲା ଶ୍ରୀଲଙ୍କା । ବର୍ତ୍ତମାନ ଭାରତୀୟ ଦଳର ଷ୍ଟାର ଖେଳାଳି ସିରଜାଙ୍କ ପିଲାଦିନ କିନ୍ତୁ ବେଶ ସଂଘର୍ଷମୟ ଥିଲା । ଏବେ କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ମହମ୍ମଦ ସିରାଜ (Mohammed Siraj) । କିନ୍ତୁ ଏଦିନ ପାଇଁ ତାଙ୍କୁ ବହୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା । ସିରାଜ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଅଟୋ ଡ୍ରାଇଭର ଓ ମାଆ ଗୃହିଣୀ ଅଟନ୍ତି । ପିଲାଦିନରୁ ସିରାଜଙ୍କ କ୍ରିକେଟ୍ ପ୍ରତି ବେଶ ଦୁର୍ବଳତା ରହିଥିଲା ।  ଅର୍ଥାଭାବ ସତ୍ତ୍ବେ ସିରାଜଙ୍କ ପିତା ନିଜ ପୁଅର ସମସ୍ତ ସ୍ୱପ୍ନକୁ ସାକାର କରିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ସେ ଏକ ଭଲ କ୍ରିକେଟ୍ ଏକାଡେମୀରେ ସିରାଜଙ୍କ ନାଁ ଲେଖାଇ ଥିଲେ । ଏହା ଘରଠାରୁ ଦୂରରେ ଥିବାରୁ ସିରାଜ ବାଇକ୍ ଯୋଗେ ଯିବା ଆସିବା କରୁଥିଲେ । ଏକ ସାକ୍ଷାତକାରରେ ସିରାଜ କହିଥିଲେ, ତାଙ୍କ ପିତା ତାଙ୍କୁ ପ୍ରତିଦିନ ୭୦ ଟଙ୍କା ଦେଉଥିଲେ । ଯେଉଁଥିରେ ସେ ୬୦ ଟଙ୍କା ପେଟ୍ରୋଲ ପକାଉଥିଲେ ଓ ୧୦ ଟଙ୍କାରେ କିଛି ଖାଉଥିଲେ।

​Also Read-​ Asia cup 2023 Final:ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ, ଜାଣନ୍ତୁ କେଉଁ ଖେଳାଳି ପାଇଲେ କେତେ ପ୍ରାଇଜ ମନି

ପ୍ରକାଶ ଥାଉ କି, ମହମ୍ମଦ ସିରାଜ ଆଇପିଏଲରେ (Indian Premier League) ଲୋକଲୋଚନକୁ ଆସିଥିଲେ । କିନ୍ତୁ ଏହି ଖେଳାଳି ରଣଜୀ ଟ୍ରଫିରେ (Ranji Trophy) ମଧ୍ଯ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୧୬ ମସିହାରେ ଆରସିବି ପାଇଁ ନେଟ୍ ବୋଲର ଭାବେ କାର୍ଯ୍ୟ କରିଥିବା ସିରାଜ ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad)  ଓ ପରେ ଆରସିବି (Royal challengers Bangalore)  ପାଇଁ ଖେଳିବାର ସୁଯୋଗ ପାଇଥିଲେ। ଆଇପିଏଲରେ ନିଜର ଦମଦାର୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିଥିଲେ ଏହି ଯୁବ ଖେଳାଳି । ବର୍ତ୍ତମାନ ସେ ୱାନ ଡ଼େ (ODI)  ରାକିଙ୍ଗରେ ଭାରତର ଟପ୍ ବୋଲର (Top bowler)  ଅଟନ୍ତି।