T20 World Cup 2024: ଏହି ଭୁଲ କାରଣରୁ ଦଳରୁ ବାଦ ପଡ଼ିଲେ ଇଶାନ କିଶାନ!
Advertisement
Article Detail0/zeeodisha/odisha2049569

T20 World Cup 2024: ଏହି ଭୁଲ କାରଣରୁ ଦଳରୁ ବାଦ ପଡ଼ିଲେ ଇଶାନ କିଶାନ!

T20 World Cup 2024: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି -20 ସିରିଜ୍ (Ind vs Afg T-20 Series) ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଜାନୁଆରୀ ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଏହି ସିରିଜ ଖେଳିବ ଭାରତ। ଏହାପରେ ଦ୍ୱିତୀୟ ମ୍ୟାଚ୍ ୧୪ ଓ ତୃତୀୟ ମ୍ୟାଚ୍ ୧୭ ଜାନୁଆରୀରେ ଖେଳାଯିବ । 

ସୌ(ସୋସିଆଲ ମିଡିଆ)

T20 World Cup 2024: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି -20 ସିରିଜ୍ (Ind vs Afg T-20 Series) ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଜାନୁଆରୀ ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଏହି ସିରିଜ ଖେଳିବ ଭାରତ। ଏହାପରେ ଦ୍ୱିତୀୟ ମ୍ୟାଚ୍ ୧୪ ଓ ତୃତୀୟ ମ୍ୟାଚ୍ ୧୭ ଜାନୁଆରୀରେ ଖେଳାଯିବ । ଏହି ସିରିଜ ପାଇଁ ଚୟନ ହୋଇଥିବା ଭାରତୀୟ ଦଳରୁ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ବାଦ ଦିଆଯାଇଛି ।

ଆଫଗାନିସ୍ତାନ ସହ ଖେଳିଯିବାକୁ ଥିବା ଏହି ସିରିଜ ଟିମ୍ ଇଣ୍ତିଆ (Team India) ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଟି -20 ବିଶ୍ୱକପ୍ ପୂର୍ବରୁ ଭାରତ ଖେଳୁଥିବା ଏହା ଶେଷ ଟି -20 ସିରିଜ୍ ଅଟେ । ଏଥିରେ ଷ୍ଟାର ବ୍ୟାଟମ୍ୟାନ୍ସ ଇଶାନ କିଶାନଙ୍କୁ (Ishan Kishan) ଦଳରେ ସାମିଲ କରାଯାଇନାହିଁ । ଇଶାନ ଟି -20 ର ଜଣେ ଷ୍ଟାର ଖେଳାଳି ହୋଇଥିଲେ ମଧ୍ଯ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ତେବେ ଏଭଳି ସ୍ଥିତିରେ, ଇଶାନଙ୍କୁ କାହିଁକି ଦଳରେ ଖେଳିବାକୁ ସୁଯୋଗ ଦିଆଯାଇ ନାହିଁ ସେନେଇ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି। ବାସ୍ତବରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଇଶାନ ଦଳରୁ ନିଜ ନାମକୁ ପ୍ରତ୍ୟାହାର କରି ନେଇଥିଲେ। ଏନେଇ ଇଶାନ କହିଥିଲେ, ସେ ଦୀର୍ଘ ଦିନ ଧରି ଦଳ ସହ ଅଛନ୍ତି, ତାଙ୍କୁ କିଛି ଦିନ ଆରାମ ଆବଶ୍ୟକ । ସେ ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି , ତେଣୁ ସେ ବିଶ୍ରାମ ଚାହୁଁଛନ୍ତି’  । ଏହାପରେ ବିସିସିଆଇ ଇଶାନ କିଷାନଙ୍କୁ ବିଶ୍ରାମ ଦେଇଛନ୍ତି ।

Also Read-IND vs AFG: ଆଫଗାନିସ୍ତାନ ବିପକ୍ଷରେ ୫ ଥର ଖେଳିଛି ଭାରତ, କଣ ରହିଛି ହେଡ଼ ଟୁ ହେଡ଼ ରେକର୍ଡ

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଇଶାନ ଆଫଗାନିସ୍ତାନ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ସିରିଜରୁ ମଧ୍ଯ ଖେଳାଳିଙ୍କୁ ବାଦ ଦିଆଯାଇଛି । ବର୍ତ୍ତମାନ କଳ୍ପନାଜଳ୍ପନା କରାଯାଉଛି ଯେ, ଇଶାନଙ୍କୁ ଟି -20 ବିଶ୍ୱକପରେ ମଧ୍ୟ ଖେଳିବାକୁ ସୁଯୋଗ ଦିଆଯିବ ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଦଳ ହିଁ ଟି -20 ବିଶ୍ୱକପ୍‌ରେ ଖେଳିବା ନେଇ ଅଧିକ ସମ୍ଭାବନା ଥିବା କୁହାଯାଉଛି ।