Cricket In Olympics: ଅଲିମ୍ପିକ୍ ଗେମ୍ସରେ କ୍ରିକେଟ୍ ପୁଣି ଥରେ ସବୁଜ ସଙ୍କେତ ପାଇଛି । ୨୦୨୮ ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବ ।
Trending Photos
Cricket Return In Olympics: କ୍ରିକେଟ୍ ପୁଣି ଥରେ ଅଲିମ୍ପିକ୍ ଗେମ୍ସକୁ ଫେରିବ । ୧୨୮ ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସକୁ ଫେରିବ । ୨୦୨୮ ମସିହାରେ ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସବୁଜ ସଙ୍କେତ ଦେଇଛି । ଏହାପୂର୍ବରୁ, କ୍ରିକେଟ୍ ୧୯୦୦ ରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସର ଏକ ଅଂଶ ଥିଲା ।
ଅଲିମ୍ପିକ୍ସରେ ଖେଳାଯିବାକୁ ଥିବା କ୍ରିକେଟ୍ ଟି-୨୦ ଫର୍ମାଟରେ ହେବ । ଏହା ବ୍ୟତୀତ ସ୍କ୍ୱାସ୍ ମଧ୍ୟ ୨୦୨୮ ଅଲିମ୍ପିକ୍ ଗେମ୍ସର ଏକ ଅଂଶ ହେବ । ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବୈଠକରେ ୨୦୨୮ପାଇଁ କ୍ରିକେଟ୍ ଓ ସ୍କ୍ୱାସକୁ ସବୁଜ ସଙ୍କେତ ଦିଆଯାଇଥିଲା । କ୍ରିକେଟ୍ ଓ ସ୍କ୍ୱାସ୍ ସହିତ ମୋଟ ୫ଟି ଖେଳ ଅନ୍ତର୍ଭୂକ୍ତ କରାଯିବ ।
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି କହିଛନ୍ତି, “ଲସ୍ ଆଞ୍ଜେଲସ୍ ଆୟୋଜକ କମିଟିର ପାଞ୍ଚଟି ନୂତନ କ୍ରୀଡା ପ୍ରବର୍ତ୍ତନ ପ୍ରସ୍ତାବକୁ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ପ୍ୟାକେଜ୍ ଭାବରେ ଗ୍ରହଣ କରିଛି । ଏହି ପାଞ୍ଚଟି କ୍ରୀଡ଼ାରେ ବେସବଲ୍ ଏବଂ ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍, ସ୍କ୍ୱାସ୍ ଏବଂ କ୍ରିକେଟ୍ ଅନ୍ତର୍ଭୁକ୍ତ ।