World Cup Final: ଏହି ୫ ଭାରତୀୟ ଖେଳାଳିଙ୍କ ପାଇଁ ୨୦୨୩ ଥିଲା ଶେଷ ବିଶ୍ୱକପ୍!
Advertisement
Article Detail0/zeeodisha/odisha1969070

World Cup Final: ଏହି ୫ ଭାରତୀୟ ଖେଳାଳିଙ୍କ ପାଇଁ ୨୦୨୩ ଥିଲା ଶେଷ ବିଶ୍ୱକପ୍!

Ind vs Aus: ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ (World Cup 2023 Final) ଷଷ୍ଠ ଥର ପାଇଁ ଟାଇଟଲ ହାତେଇଛି କଙ୍ଗାରୁ ଦଳ (Australia)। ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ହୋମ ଗ୍ରାଉଣ୍ଡରେ ଭାରତର ବିଶ୍ବକପ ଆଶାକୁ ଧୂଳିସାତ୍ କରିଛି ଅଷ୍ଟ୍ରେଲିଆ । 

ସୌ(ସୋସିଆଲ ମିଡିଆ)

World Cup 2023 Final Ind vs Aus: ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ (World Cup 2023 Final) ଷଷ୍ଠ ଥର ପାଇଁ ଟାଇଟଲ ହାତେଇଛି କଙ୍ଗାରୁ ଦଳ (Australia)। ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ହୋମ ଗ୍ରାଉଣ୍ଡରେ ଭାରତର ବିଶ୍ବକପ ଆଶାକୁ ଧୂଳିସାତ୍ କରିଛି ଅଷ୍ଟ୍ରେଲିଆ । ଲଗାତାର ୧୦ଟି ଲିଗ୍ ମ୍ୟାଚ ଜିତି ଫାଇନାଲକୁ ଯାଇଥିବା ଟିମ୍ ଇଣ୍ତିଆର (Team India) ତୃତୀୟ ବିଶ୍ବକପ ସ୍ବପ୍ନ ଅଧାରେ ରହିଯାଇଛି ।

ତେବେ ଆଗାମୀ ବିଶ୍ବକପରେ କେତେକ ମହାନ ଖେଳାଳିଙ୍କୁ ଦେଖିବାକୁ ମିଳିନପାରେ ବୋଲି ଚର୍ଚ୍ଚା ହେଉଛି । ବୟସକୁ ଦୃଷ୍ଟିରେ ରଖିଲେ ଏହି ୫ ଖେଳାଳି ଆଗାମୀ ୨୦୨୭ ବିଶ୍ବକପ ଖେଳିବା ନେଇ ଆଶା କମ୍ ରହିଛି । ଅଧିନାୟକ ରୋହିତ ଶର୍ମାଙ୍କୁ (Rohit Sharma) ବର୍ତ୍ତମାନ ୩୬ ବର୍ଷ ଅଟେ। ୪ ବର୍ଷ ପରେ ତାଙ୍କ ବୟସ ୪୦ ବର୍ଷ ହୋଇଥିବ । ତେଣୁ ସେ ୨୦୨୭ ବିଶ୍ବକପ ଖେଳିବା ନେଇ ସମ୍ଭାବନା କମ୍ ରହିଛି । ସେହିପରି ଚଳିତ ମାସରେ କୋହଲି (virat kohli) ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଆଗାମୀ ବିଶ୍ୱକପ୍ ରେ ଖେଳିବା ତାଙ୍କ ପକ୍ଷେ ମଧ୍ଯ ସମ୍ଭବ ହୋଇନପାରେ । ମହମ୍ମଦ ସାମୀ (Mohammed shami) ଓ ସୂର୍ଯ୍ୟକୁମାର ଯାଦବଙ୍କୁ (Suryakumar Yadav) ୩୩ ବର୍ଷ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ (Ravindra Jadeja) ୩୪ ବର୍ଷ ଅଟେ ତେଣୁ ଏହି ୫ ଖେଳାଳି ଆଗାମୀ ବିଶ୍ବକପ ଖେଳିବା ନେଇ ସମ୍ଭାବନା ଖୁବ କମ୍ ରହିଛି । ଅନ୍ୟପଟେ, ଦ୍ରୁତ ବୋଲର ଯଶପ୍ରୀତ ବୁମରା (jasprit bumrah) ଓ ମହମ୍ମଦର ସିରାଜଙ୍କ (Mohammed Siraj) ବୟସ ଏବେ ୨୯ ବର୍ଷ ଥିବାରୁ ସେମାନେ ଆଗାମୀ ବିଶ୍ବକପ ଖେଳିପାରନ୍ତି । ତେବେ ଏଥିପାଇଁ ଫିଟନେସ ରଖିବାକୁ ହେବ ।

Also Read-World Cup 2023 Final: ହାରିବା ପରେ କାନ୍ଦିଥିଲେ ଏହି ୨ କ୍ରିକେଟର, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ପ୍ରକାଶ ଥାଉ କି, ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।