World Cup 2023 Final: ରବିବାର ଅନୁଷ୍ଠିତ ବିଶ୍ବକପ ଫାଇନାଲରେ (World Cup 2023 Final) ଷଷ୍ଠ ଥର ପାଇଁ ଟାଇଟେଲ ହାତେଇଛି କଙ୍ଗାରୁ ଦଳ । ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭାରତୀୟ ଦଳ (Team India) ୨୪୦ରେ ଅଟକି ଯାଇଥିଲା ।
Trending Photos
World Cup 2023 Final: ଭାରତକୁ ହରାଇ ପୁଣି ଥରେ ବିଶ୍ବ ଚାମ୍ପିୟନ୍ ହୋଇଛି ଅଷ୍ଟ୍ରେଲିଆ (India vs Australia) । ରବିବାର ଅନୁଷ୍ଠିତ ବିଶ୍ବକପ ଫାଇନାଲରେ (World Cup 2023 Final) ଷଷ୍ଠ ଥର ପାଇଁ ଟାଇଟେଲ ହାତେଇଛି କଙ୍ଗାରୁ ଦଳ । ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭାରତୀୟ ଦଳ (Team India) ୨୪୦ରେ ଅଟକି ଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୪୩ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।
ଅଷ୍ଟ୍ରେଲିଆ ଜିତିବା ପରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ସେଲିବ୍ରେସନ୍ ଆରମ୍ଭ ହୋଇଥିଲା । ଗୋଟିଏ ପଟେ କଙ୍ଗାରୁ ଦଳ ସେଲିବ୍ରେସନ୍ କରୁଥିବା ବେଳେ ଅନ୍ୟପଟେ ନୀରବ ହୋଇଯାଇଥିଲା ଟିମ୍ ଇଣ୍ତିଆ (Team India) । କିଛି ଖେଳାଳି ପଡ଼ିଆରେ ବସିଯାଇଥିବା ବେଳେ, କେହି କେହି ଆକାଶକୁ ଦେଖିବା ଆରମ୍ଭ କରିଥିଲେ, ଆଉ କେହି କ୍ୟାପ୍ ରେ ମୁହଁ ଲୁଚାଇଥିଲେ । ଏସବୁ ଭିତରେ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଦୁଇଟି ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟ ଖେଳାଳି ନିଜ କୋହ ସମ୍ଭାଳି ନପାରି କାନ୍ଦିପକାଉଥିବା ଦେଖିବାକୁ ମିଳିଛି ।
ମ୍ୟାକ୍ସୱେଲ ରନ୍ ଶେଷ କରିବା ମାତ୍ରେ ରୋହିତ ଶର୍ମା (Rohit Sharma) ପାଭିଲିୟନ ଆଡକୁ ଚାଲିଯାଇଥିଲେ। ପ୍ରଥମେ ରୋହିତଙ୍କ ମୁହଁ ଲାଲ ପଡ଼ିଯାଇଥିଲା ବହୁ ସମୟ ଲୁହକୁ ନିୟନ୍ତ୍ରଣ କରିବା ପରେ ସେ ଆଉ ନିଜ କୋହ ସମ୍ଭାଳି ପାରିନଥିଲେ । ଫଳରେ ପଡ଼ିଆ ଛାଡିବା ସମୟରେ ରୋହିତ କାନ୍ଦିବା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।
Dear Ro please don't cry Man#INDvsAUS | #RohitSharma pic.twitter.com/vQI1eu4c0L
— Aarz-e-ishq (@Aarzaai_Ishq) November 19, 2023
ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ (Mohammed Siraj) ପିଚ୍ରେ କାନ୍ଦିବାକୁ ଦେଖିବାକୁ ମିଳିଛି। ତାଙ୍କ ଲୁହ ଥମିବାର ନାଁ ନେଉନଥିଲା ସେ ସମୟରେ ଜସପ୍ରୀତ ବୁମରା, କେ.ଏଲ ରାହୁଲ ଓ କୁଲଦୀପ ତାଙ୍କୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା ।
Siraj knows whats coming, Bumrahs telling him to get used to it. pic.twitter.com/oVrZ7mEiZp
— Not Zeeshan (@Z_Ali777) November 19, 2023
ପ୍ରକାଶ ଥାଉ କି, ବିଶ୍ୱକପ୍ ୨୦୨୩ରେ ୧୦ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୪୦ ରନ୍ ର ଚାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ସହଜରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।