IND vs NED: ବ୍ୟାଟ୍ସମ୍ୟାନ୍ ସୃଷ୍ଟି କରିବେ ହଇଚଇ ନା ବୋଲରମାନେ କରିବେ ରାଜୁତି? ଜାଣନ୍ତୁ କିପରି ରହିବ ବେଙ୍ଗାଲୁରୁର ପିଚ୍
Advertisement
Article Detail0/zeeodisha/odisha1955379

IND vs NED: ବ୍ୟାଟ୍ସମ୍ୟାନ୍ ସୃଷ୍ଟି କରିବେ ହଇଚଇ ନା ବୋଲରମାନେ କରିବେ ରାଜୁତି? ଜାଣନ୍ତୁ କିପରି ରହିବ ବେଙ୍ଗାଲୁରୁର ପିଚ୍

ଉଭୟଙ୍କର ହେଡ଼ ଟୁ ହେଡ଼ ଉପରେ ଯଦି ନଜର ପକାଇବା ତେବେ ଉଭୟ ଦଳ ପରସ୍ପରକୁ ଦୁଇଥର ଲେଖାଏଁ ଭେଟିଛନ୍ତି। ଦୁଇଟି ଯାକ ମ୍ୟାଚରେ ଭାରତ ହିଁ ବିଜୟ ଲାଭ କରିଛି। ଘରୋଇ ମଇଦାନରେ ନେଦରଲାଣ୍ଡକୁ ଭାରତ ଥରେ ପରାସ୍ତ କରିଥିବା ବେଳେ ବିଦେଶରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ଥରେ ବିଜୟ ହାସଲ କରିଛି। 

IND vs NED: ବ୍ୟାଟ୍ସମ୍ୟାନ୍ ସୃଷ୍ଟି କରିବେ ହଇଚଇ ନା ବୋଲରମାନେ କରିବେ ରାଜୁତି? ଜାଣନ୍ତୁ କିପରି ରହିବ ବେଙ୍ଗାଲୁରୁର ପିଚ୍

IND vs NED: ଚଳିତ ବିଶ୍ୱକପରେ ଭାରତ ଆସନ୍ତା କାଲି ଅର୍ଥାତ ୧୨ ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ଅନ୍ତିମ ଲିଗ ମ୍ୟାଚ ଖେଳିବ। ବର୍ତ୍ତମାନ ସୁଦ୍ଧା ଭାରତ ବିଶ୍ୱକପରେ ଅପରାଜେୟ ରହିଛି। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ଯାକ ମ୍ୟାଚ ଖେଳି ସବୁଥିରେ ବିଜୟ ହାସଲ କରିଛି। ବର୍ତ୍ତମାନ ସେମାନଙ୍କର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା କାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ସେନା ଏହି ବିଜୟ ସହ ନିଜର ଅପରାଜେୟ ଧାରାକୁ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ, ନେଦରଲ୍ୟାଣ୍ଡ ମଧ୍ୟ ଏକ ବିଜୟ ସହିତ ସେମାନଙ୍କ ଅଭିଯାନ ଶେଷ କରିବାକୁ ଚାହୁଁଛି। ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇପାରେ। ତେବେ ଆସନ୍ତୁ ଜାଣିବା ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପିଚର କିପରି ରହିବ। 

କିପରି ରହିବ ପିଚ
ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଅନୁକୂଳ ଅଟେ। ଏହି ଗ୍ରାଉଣ୍ଡରେ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ। ବ୍ୟାଟ୍ସମ୍ୟାନ୍ ଏହି ଗ୍ରାଉଣ୍ଡରେ ବହୁତ ହାଇ ସ୍କୋର କରିବାରେ ସଫଳ ହୋଇଥାନ୍ତି। ପିଚ୍‌ରେ ଭଲ ବାଉନ୍ସ ରହିଛି, ଯେଉଁ କାରଣରୁ ବଲ୍ ବ୍ୟାଟ୍ ଉପରେ ଭଲ ସଂଯୋଗ ହୋଇଥାଏ । ସେହିପରି କେବଳ ଏତିକି ନୁହେଁ, ଏହା ଏକ ଛୋଟ ଗ୍ରାଉଣ୍ଡ ହୋଇଥିବାରୁ ଚାରି ଓ ଛଅ ବର୍ଷାର ବର୍ଷା ମଧ୍ୟ ବହୁତ ଦେଖାଯାଏ। ତେବେ ମ୍ୟାଚ୍ ଅଗ୍ରଗତି କଲାବେଳେ ବୋଲରମାନେ ମଧ୍ୟ କିଛି ସାହାଯ୍ୟ ପାଆନ୍ତି। ଏକ ଉଚ୍ଚ ସ୍କୋରିଂ ମ୍ୟାଚ୍ ହେବାର ସମସ୍ତ ସମ୍ଭାବନା ରହିବ। ତେବେ ମୋଟାମୋଟି ଦେଖିବାକୁ ଗଲେ ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିପାରେ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। 

ଯଦି ପିଚ ରେକର୍ଡ ଉପରେ ନଜର ପକାଇବା ତେବେ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ମୋଟ ୪୨ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୫ ଥର ବିଜୟ ଲାଭ କରିଥିବା ବେଳେ ଦ୍ୱିତୀୟ ଇନିଂସ ଖେଳି ୨୩ ଥର ବିଜୟ ଲାଭ କରିଛନ୍ତି। ଏଭଳି ପରିସ୍ଥିତିରେ ଟସ ଜିତିଥିବା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇପାରନ୍ତି। 

ସେହିପରି ଉଭୟଙ୍କର ହେଡ଼ ଟୁ ହେଡ଼ ଉପରେ ଯଦି ନଜର ପକାଇବା ତେବେ ଉଭୟ ଦଳ ପରସ୍ପରକୁ ଦୁଇଥର ଲେଖାଏଁ ଭେଟିଛନ୍ତି। ଦୁଇଟି ଯାକ ମ୍ୟାଚରେ ଭାରତ ହିଁ ବିଜୟ ଲାଭ କରିଛି। ଘରୋଇ ମଇଦାନରେ ନେଦରଲାଣ୍ଡକୁ ଭାରତ ଥରେ ପରାସ୍ତ କରିଥିବା ବେଳେ ବିଦେଶରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ଥରେ ବିଜୟ ହାସଲ କରିଛି। 

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୂଳଦୀପ ଯାଦବ, ରବୀଚନ୍ଦ୍ରନ ଅଶ୍ୱିନ, ପ୍ରସିଦ୍ଧ କୃଷ୍ଣା, ଜଶପ୍ରିତ ବୁମରା, ମହମ୍ମଦ ଶାମୀ, ମହମ୍ମଦ ସିରାଜ

ନେଦରଲାଣ୍ଡସ ଦଳ: ସ୍କ୍ୱଟ ଏଡ଼ୱାର୍ଡସ, ମ୍ୟାକ୍ସ ଓଡୋଡ୍, ବାସ ଡି ଲିଡ଼, ବିକ୍ରମ ସିଂହ, ତେଜା ନିଦାମାନୁରୁ, ପାଲ ୱାନ ମିକେରେନ, କୋଲିନ ଏକରମ୍ୟାନ, ରୋଲୋଫ ୱାନ ଡେର ମର୍ଭ, ଲୋଗାନ ୱେନ ବିକ, ଆର୍ଯ୍ୟନ ଦତ୍ତ, ରେୟାନ କ୍ଲେନ, ବେସ୍ଲି ବାରେସୀ, ସକିବ ଜୁଲଫିକର, ଶାରିଜ ଅହମ୍ମଦ ଓ ସାଇବ୍ରାଣ୍ଡ ଏଞ୍ଜେଲବ୍ରେଫଟ୍