England vs Australia: ମିଚେଲ ଷ୍ଟାର୍କଙ୍କ ବଲ ଟିକେ ହଲଚଲ ହେଲା ଓ ବେନ ଷ୍ଟୋକ୍ସ ପୂରା ହଲିଗଲେ, ଭିଡିଓ ଭାଇରାଲ
Advertisement

England vs Australia: ମିଚେଲ ଷ୍ଟାର୍କଙ୍କ ବଲ ଟିକେ ହଲଚଲ ହେଲା ଓ ବେନ ଷ୍ଟୋକ୍ସ ପୂରା ହଲିଗଲେ, ଭିଡିଓ ଭାଇରାଲ

Ashes series 2023: ଅଷ୍ଟ୍ରେଲିଆ ବିପକ୍ଷ ଓଭାଲ ଟେଷ୍ଟର ପ୍ରଥମ ଦିନରେ ସମଗ୍ର ଇଂଲଣ୍ଡ ଦଳ ୨୮୩ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମିଚେଲ ଷ୍ଟାର୍କ ୪ ୱିକେଟ୍ ନେଇଥିଲେ । ସେ ଏକ ଚମତ୍କାର ବଲରେ ଇଂରାଜୀ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ବୋଲ୍ଡ କରିଥିଲେ । ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।

ସାଙ୍କେତିକ ଫଟୋ

England vs Australia Oval test: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ୍ ସିରିଜର (Ashes series 2023)ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯାଉଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଓ ୫୪.୪ ଓଭରରେ ୨୮୩ ରନରେ ଇଂଲଣ୍ଡକୁ (England) ଅଲ୍ ଆଉଟ୍ କରି ଦେଇଥିଲା । ଇଂଲଣ୍ଡ ପାଇଁ ଭଲ କଥା ହେଲା ଯେ ସେ ବେସବଲ ଶୌଳୀରେ ଖେଳିବା ଛାଡି ନ ଥିଲେ ଓ ୫.୧୭ ରନ୍ ହାରରେ ଏହି ସ୍କୋର ଦେଇଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ (Australia) ଗୋଟିଏ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରିଛି ।

ପ୍ରଥମ ଇନିଂସରେ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (Mitchell Starc) ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ସେ ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ, କ୍ରିସ୍ ୱୁକ୍ସ ଓ ଷ୍ଟୁଆର୍ଟ ବ୍ରଡଙ୍କୁ ନିଜର ଶିକାର କରିଥିଲେ । କିନ୍ତୁ ଷ୍ଟାର୍କ ଯେପରି ଷ୍ଟୋକ୍ସଙ୍କୁ ବୋଲ୍ଡ କରିଥିଲେ, ତାହା ସମସ୍ତଙ୍କୁ ଚକିତ କରାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଇଂଲଣ୍ଡ ଶୀଘ୍ର ଶୀଘ୍ର କ୍ରମାଗତ ତିନିଟି ୱିକେଟ୍ ହରାଇଥିଲା ।

ଏହା ପରେ ମୋଇନ୍ ଅଲି ଓ ହ୍ୟାରି ବ୍ରୁକ୍ ଏକ ଭଲ ପାର୍ଟନରସିପ୍ କରିଥିଲେ । ତେବେ ଯେତେବେଳେ ଇଂଲଣ୍ଡର ସ୍କୋର ୧୮୪ ଥିଲା, ସେତେବେଳେ ମୋଇନ୍ ଅଲିଙ୍କୁ ଆଉଟ ହୋଇ ଯାଇଥିଲେ । ତାଙ୍କ ପରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ବ୍ୟାଟିଂ ପାଇଁ ଆସିଥିଲେ । ଇଂଲଣ୍ଡ ଏକ ଭଲ ପାର୍ଟନରସିପ୍ ଆବଶ୍ୟକ କରୁଥିଲା । ଷ୍ଟୋକ୍ସଙ୍କଠାରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା । କିନ୍ତୁ, ସେ ନିଜ ବିପଦ ପୂର୍ଣ୍ଣ ଖେଳ ଦେଖାଇବା ପୂର୍ବରୁ ଷ୍ଟାର୍କ ତାଙ୍କୁ ବୋଲ୍ଡ କରି ପ୍ୟାଭିଲେନର ରାସ୍ତା ଦେଖାଇଥିଲେ।

ଇଂଲଣ୍ଡର ଇନିଂସର ୩୯ ତମ ଓଭର ପକାଉଥିବା ଷ୍ଟାର୍କ ଅଫ୍ ଓ ମିଡିଲ୍ ଷ୍ଟମ୍ପ ଲାଇନରେ ଏକ ବଲ ରଖିଥିଲେ । ବଲ୍ ଇନ୍ ସୁଇଙ୍ଗ ହୋଇଥିଲା ଓ ଷ୍ଟୋକ୍ସ ସଟ୍ ଖେଳିବା ପୂର୍ବରୁ ଏହା ଅଫ୍ ଷ୍ଟମ୍ପ ଆଡକୁ ଚାଲି ଯାଇଥିଲା । ଷ୍ଟୋକ୍ସ ବଲ୍ ପାଖକୁ ବ୍ୟାଟ୍ ଆଣିବା ବେଳକୁ ବଲ୍ ତାଙ୍କ ଷ୍ଟମ୍ପରେ ହିଟ୍ କରି ସାରିଥିଲା । ଷ୍ଟୋକ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହଠାତ୍ ବଲ୍ କିପରି ବାହାରକୁ ଚାଲିଯାଇଥିଲା ସେ ମଧ୍ୟ ବୁଝି ପାରି ନଥିଲେ । ଯାହାପରେ, ଷ୍ଟୋକ୍ସଙ୍କୁ ପ୍ୟାଭିଲେନକୁ ଫେରିବାକୁ ପଡିଥିଲା ଓ ଇଂଲଣ୍ଡର ଇନିଂସ ୨୮୩ ରନରେ ସିମିତ ରହିଥିଲା ।

ଷ୍ଟାର୍କ ବ୍ୟତୀତ ଜୋସ୍ ହାଜଲେଉଡ୍ ଓ ଟଡ୍ ମର୍ଫି ମଧ୍ୟ ଚମତ୍କାର ବୋଲିଂ କରିଥିଲେ । ଉଭୟେ ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ପ୍ୟାଟ୍ କମିନ୍ସ ଓ ମିଚେଲ ମାର୍ଶ ମଧ୍ୟ ଗୋଟିଏ ଲେଖାଁଅ ୱିକେଟ୍ ହାସଲ କରିଥିଲେ ।

ଏହା ବି ପଢ଼ନ୍ତୁ: IND vs WI 1st ODI: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ରଚିଲେ ରବିନ୍ଦ୍ର ଜାଡେଜା, କପିଲ ଦେବଙ୍କୁ ପଛରେ ପକାଇ ହୋଇଗଲେ ନମ୍ବର-1 ବୋଲର

ଏହା ବି ପଢ଼ନ୍ତୁ: Virat Kohli Records: ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଙ୍ଗଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ଭଲ ବ୍ୟାଟ୍ସମ୍ୟାନ! ଏଠାରେ ଦେଖନ୍ତୁ ରେକର୍ଡ