ପାକିସ୍ତାନର ଫାଷ୍ଟ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର
Advertisement
Article Detail0/zeeodisha/odisha1230165

ପାକିସ୍ତାନର ଫାଷ୍ଟ ବୋଲର ଶୋଏବଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

Pakistan: ପରିବାର ସଦସ୍ୟ କହିଛନ୍ତି, “ଆମେ ତାଙ୍କୁ ଆମ ରୁମର ବାଥରୁମରେ ପାଇଲୁ ଓ ହାତ କଟା ଥିଲା । ସେ ଚେତାଶୂନ୍ୟ ହୋଇପଡିଥିଲେ ଓ ଆମେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନେଇଥିଲୁ ଯେଉଁଠାରେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦର ଜଣେ ଯୁବ କ୍ରିକେଟର ଆନ୍ତ- ସିଟି ଚାମ୍ପିଅନସିପ୍ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡର (ପିସିବି) ଘରୋଇ ଦଳରେ ମନୋନୀତ ନହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦ୍ରୁତ ବୋଲର ଶୋଏବ ତାଙ୍କ ହାତ କାଟି ଦେଇଥିଲେ ଓ ପରିବାର ସଦସ୍ୟ ତାଙ୍କୁ ମଙ୍ଗଳବାର ଜରୁରୀକାଳୀନ ପରିସ୍ଥିତିରେ ହସ୍ପିଟାଲ ନେଇଥିଲେ ।

ପରିବାର ସଦସ୍ୟ କହିଛନ୍ତି ଯେ ଆନ୍ତ- ସିଟି ଚାମ୍ପିଅନସିପ୍ ପାଇଁ ଟେଷ୍ଟ ପରେ ଶୋଏବଙ୍କୁ ଦଳର କୋଚ୍ ଚୟନ କରାଯାଇ ନଥିଲା ଓ ଡିପ୍ରେସନ୍ କାରଣରୁ ସେ ନିଜକୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ । ପରିବାର ସଦସ୍ୟ କହିଛନ୍ତି, “ଆମେ ତାଙ୍କୁ ଆମ ରୁମର ବାଥରୁମରେ ପାଇଲୁ ଓ ହାତ କଟା ଥିଲା । ସେ ଚେତାଶୂନ୍ୟ ହୋଇପଡିଥିଲେ ଓ ଆମେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନେଇଥିଲୁ ଯେଉଁଠାରେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ।

ଫେବୃଆରୀ ୨୦୧୮ ରେ, କରାଚିର ଅଣ୍ଡର-୧୯ କ୍ରିକେଟର ମହମ୍ମଦ ଜାରାୟାବ ସହରର ଅଣ୍ଡର-୧୯ ଦଳରୁ ଓହରିଯିବା ପରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

ପାକିସ୍ତାନରେ ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ଜଣେ ଖେଳାଳି ଦଳରେ ମନୋନୀତ ନହେବା ପରେ ଏପରି ଉଦ୍ୟମ କରିଥିଲେ । ଫେବୃଆରୀ ୨୦୧୮ ରେ ଏକ ସମାନ ଘଟଣା ଘଟିଥିଲା ​​ଯେତେବେଳେ ଜଣେ ଅଣ୍ଡର -୧୯ କ୍ରିକେଟର ମହମ୍ମଦ ଜରିଆବ ଦଳରେ ମନୋନୀତ ନହେବା ପରେ ନିଜ କରାଚି ଘରେ ଫାଶୀ ଦେଇଥିଲେ । ଯଦିଓ ସେ ଶୋଏବଙ୍କ ପରି ଭାଗ୍ୟଶାଳୀ ନଥିଲେ । ତାଙ୍କୁ ଜୀବନ ହରାଇବାକୁ ପଡିଥିଲା ।

ଏହା ବି ପଢନ୍ତୁ: ଆଜି ଆନ୍ତର୍ଜାତୀୟ ବିଧବା ଦିବସ, ଜାଣନ୍ତୁ ଏହାର ଇତିହାସ ଓ ମହତ୍ତ୍ୱ

ଏହା ବି ପଢ଼ନ୍ତୁ: ୧୩ ରାଜ୍ୟ ଓ ୧୨ କୋଟି ଲୋକ; ଜାଣନ୍ତୁ ମୁର୍ମୁଙ୍କଠାରୁ ବିଜେପିକୁ କେତେ ମିଳିବ ଲାଭ?

ଏହା ବି ପଢ଼ନ୍ତୁ: ୩ ପୃଷ୍ଠାରେ ଅସନ୍ତୋଷ ବଖାଣିଲେ ବିଦ୍ରୋହୀ ବିଧାୟକ, ଉଦ୍ଧବଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ!