FIFA World Cup 2022 Final: ୩୬ ବର୍ଷ ପରେ ପୁଣି ଚାମ୍ପିଅନ ହେଲା ଆର୍ଜେଣ୍ଟିନା
Advertisement

FIFA World Cup 2022 Final: ୩୬ ବର୍ଷ ପରେ ପୁଣି ଚାମ୍ପିଅନ ହେଲା ଆର୍ଜେଣ୍ଟିନା

FIFA World Cup final 2022 Argentina vs France  ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ଶେଷ ହୋଇଛି। ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ ଉଭୟ ଗୋଲକୁ ସୁଝି ଖେଳକୁ ବରାବର ରହିଥିଲା।

FIFA World Cup 2022 Final:  ୩୬ ବର୍ଷ ପରେ ପୁଣି ଚାମ୍ପିଅନ ହେଲା ଆର୍ଜେଣ୍ଟିନା

FIFA World Cup final 2022 Argentina vs France  ନୂଆଦିଲ୍ଲୀ: ଦୀର୍ଘ ୩୬ ବର୍ଷର ଅନ୍ତ ଘଟିଛି। ବିଶ୍ୱକପ ହାତେଇଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ ଶେଷ ହୋଇଛି। ବିଶ୍ୱକପ ଫାଇନାଲ ଖେଳର ଶେଷ ପର୍ଯ୍ୟନ୍ତ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଦୁଇ ଦୁଇ ଥର ଅତିରିକ୍ତ ସମୟ ମିଳିଥିଲେ ମଧ୍ୟ ଫଳାଫଳ ଡ୍ର ରହିଥିଲା। ତେବେ ପରିଶେଷରେ ବିଜେତା ବାଛିବା ପାଇଁ ପେନାଲ୍ଟି କର୍ଣ୍ଣର ସହାୟତା ନିଆଯାଇଥିଲା। କିଏ ପ୍ରଥମେ ଷ୍ଟ୍ରାଇକ କରିବ ସେ ନେଇ ଟସ ପକାଯାଇଥିଲା। ଟସ ଜିତି ଫ୍ରାନ୍ସ ପ୍ରଥମେ ମାରିବାକୁ ଆସିଥିଲା। ଉଭୟ ଦଳକୁ ୫ଟି ଲେଖାଏଁ ସୁଯୋଗ ଦିଆଯାଇଥିଲା। ତେବେ ଫ୍ରାନସ୍ ୪-୨ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଥିଲା। 

ବିଜୟ ହାସଲ କରିବା ପାଇଁ ଉଭୟ ଦଳ ବେଶ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଫ୍ରାନସର ଏମବାପେ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଗୋଲ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ ଉଭୟ ଗୋଲକୁ ସୁଝି ଖେଳକୁ ବରାବର ରହିଥିଲା। ମ୍ୟାଚ୍‌ର ୨୨ତମ ମିନିଟରେ ପେନାଲ୍ଟି ଗୋଲରେ ପରିଣତ କରି ମେସି ତାଙ୍କ ଦଳକୁ ଏକ ବଡ଼ ଅଗ୍ରଣୀ ଦେଇଛନ୍ତି। ତାଙ୍କ ପରେ ଡି ମାରିଆ ମଧ୍ୟ ଗୋଲ ସ୍କୋର କରି ୨-୦ରେ ଆଗୁଆ ହୋଇଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ଏମ୍ବାପେ ଦୁଇଟି ଗୋଲକୁ ପରିଶୋଧ କରି ଖେଳକୁ ନାଟକୀୟ ମୋଡ଼ରେ ରଖିଥିଲେ। ପଛରେ ପଡ଼ିଯାଇଥିବା ଫ୍ରାନ୍ସ ଖେଳର ଶେଷ ମୁହୁର୍ତ୍ତକୁ ଜବରଦସ୍ତ କମବ୍ୟାକ କରିଥିଲା। ଶେଷ ପର୍ଯ୍ୟନ୍ତ ଖେଳ ୨-୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଶେଷ ପର୍ଯ୍ୟନ୍ତ ଉଭୟ ଦଳ ବିଜୟ ହାସଲ ପାଇଁ ସଂଘର୍ଷପୂର୍ଣ୍ଣ ଲଢେଇ କରିଥିଲେ। ତେବେ ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ଏମ୍ବାପେ ମୋଟ ୭ଟି ଗୋଲ ଦେଇଛନ୍ତି। 

ତେବେ ଅତିରିକ୍ତ ସମୟରେ ଉଭୟ ଦଳ ଆହୁରି ଦୁଇଟି ଗୋଲ କରି ଖେଳକୁ ରୋଚକ ମୋଡକୁ ନେଇ ଆସିଥିଲେ। ତଥାପି ଉଭୟ ଦଳ ବିଜୟ ହାସଲ କରିବା ଲକ୍ଷରେ ବେଶ ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ଉଭୟଙ୍କର କଡା ରଣନୀତି ଫଳରେ ପରସ୍ପର ଉପରେ ଭାରି ପଡ଼ିଥିଲେ। ପରସ୍ପର ଉଭୟଙ୍କ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ। ବିଜୟ ହାସଲ ପାଇଁ ଉଭୟ ଦଳ ବେଶ ସଂଘର୍ଷ କରିଥିଲେ। ତେବେ ଶେଷ ବେଳକୁ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ କରି ଖେଳକୁ ୨-୨ରେ ଡ୍ର ରହିଥିଲା। ଏହାପରେ ରେଫରୀ ଅତିରିକ୍ତ ୮ ମିନିଟ ସମୟ ଦେଇଥିଲେ। ତେବେ ଏହି ୮ ମିନିଟରେ ବାଜି ପଲଟାଇବାକୁ ଉଭୟ ଦଳ ବେଶ ସଂଘର୍ଷ କରିଥିଲେ। ମାତ୍ର ଉଭୟ ଦଳଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଗୋଲ କରିବାକୁ ଉଭୟ ଦଳ ପରସ୍ପର ଉପରେ ଚାପ ପକାଇଥିଲେ। ମାତ୍ର ନିଜର ମଜବୁତ ରଣନୀତି ବଳରେ ପରସ୍ପର ପରସ୍ପର ଉପରେ ଭାରି ପଡ଼ିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଖେଳ ୨-୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଅତିରିକ୍ତ ସମୟ ଶେଷ ପର୍ଯ୍ୟନ୍ତ ଖେଳ ୨-୨ରେ ବରାବର ରହିଥିଲା।  

Also Read: FIFA World Cup 2022 Final: ଫାଇନାଲ ପୂର୍ବରୁ ମେସିକୁ ନେଇ ବଡ଼ ବୟାନ ଦେଲେ ଏହି ଖେଳାଳି